Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

ରାଜଧାନୀରେ ମଦ ପିଇ ଦୁଇ ମୃତ୍ୟୁ ପରେ ଉତ୍ତେଜନା

Smruti Parija
Browse all articles by Smruti Parija
·1 year ago
ରାଜଧାନୀରେ ମଦ ପିଇ ଦୁଇ ମୃତ୍ୟୁ ପରେ ଉତ୍ତେଜନା

Key Points

ବିଷାକ୍ତ ମଦ ପିଇ ଦୁଇ ଜଣ ଯୁବକଙ୍କ ମୃତ୍ୟୁ

ଦୋକାନ ଆଗରେ ଉତ୍ତେଜନା

ମଦ ଦୋକାନ ସିଲ୍

ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଅପମିଶ୍ରିତ ମଦ ପିଇ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଅଞ୍ଚଳର ବିଶ୍ବଜିତ ବେଉରାଙ୍କର ଆଜି ମୃତ୍ୟୁ ହୋଇଥିବାବେଳେ ଆପେଇଙ୍କର ୪ ଦିନ ପୂର୍ବରୁ ମୃତ୍ୟୁ ହୋଇଛି । ଲକ୍ଷ୍ମୀସାଗରର ଏକ ମଦ ଦୋକାନରୁ ୫ ଜଣ ସାଙ୍ଗ ମଦ କିଣିଲା ପରେ ଭୋଜି କରିଥିଲେ ।


ଭୋଜି ପରେ ସମସ୍ତେ ଗୁରୁତର ହୋଇଥିବାବେଳେ ଦୁଇ ଜଣଙ୍କର ମୃତ୍ୟୁ ପରେ ବିଷାକ୍ତ ମଦ ନେଇ ଅଭିଯୋଗ ହୋଇଛି । ସ୍ଥାନୀୟ ଅଞ୍ଚଳର ଲୋକେ ଦୋକାନ ବାହାରେ ବିକ୍ଷୋଭ କରୁଥିବାବେଳେ ଅଭିଯୋଗକୁ ଭିତ୍ତି କରି ଅବକାରୀ ବିଭାଗ ମଦ ଦୋକାନକୁ ସିଲ୍ କରିଛି । ମଦ ଦୋକାନର ବିଭିନ୍ନ ମଦର ସାମ୍ପୁଲ ପରୀକ୍ଷା ପାଇଁ ନେଇଛି ଅବକାରୀ ବିଭାଗ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
tension-in-the-capital-after-two-deaths-due-to-alcohol-consumption | Argus News