Videos
|
Crime

ଦୁଷ୍କର୍ମ ଅଭିଯୋଗରେ ଜଣେ ଘରୋଇ ଶିକ୍ଷକ ଗିରଫ

Smruti Parija
Browse all articles by Smruti Parija
·1 year ago·1 min read
ଦୁଷ୍କର୍ମ ଅଭିଯୋଗରେ ଜଣେ ଘରୋଇ ଶିକ୍ଷକ ଗିରଫ

Key Points

ଦୁଷ୍କର୍ମ ଅଭିଯୋଗରେ ଜଣେ ଘରୋଇ ଶିକ୍ଷକ ଗିରଫ

ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ

ଭଦ୍ରକ ଚାନ୍ଦବାଲି ଅଞ୍ଚଳର ଘଟଣା

ଦୁଷ୍କର୍ମ ଅଭିଯୋଗରେ ଜଣେ ଘରୋଇ ଶିକ୍ଷକ ଗିରଫ ହୋଇଛନ୍ତି l ଚାନ୍ଦବାଲି ଥାନା ଅଧିନ ଭାଟପଡା ପାଞ୍ଚୟତର ଚନ୍ଦନବିନ୍ଧା ଗ୍ରାମରେ ଅଜିତ ଭୋଇ ନାମକ ଜଣେ ଯୁବକ ଛୋଟ ଛୋଟ ପିଲାମାନଙ୍କୁ ଟ୍ୟୁସନ କରନ୍ତି । ଗତକାଲି ସନ୍ଧ୍ୟାରେ ଜୋର ବର୍ଷା ହେଉଥିବାରୁ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀକୁ ଛାଡି ଅନ୍ୟ କୌଣସି ପିଲା ଟ୍ୟୁସନ ଆସି ନଥିଲେ । ଏହାର ସୁଯୋଗ ନେଇ ଶିକ୍ଷକ ଜଣକ ଛାତ୍ରୀ ଜଣକୁ ଦୁଷ୍କର୍ମ କରିଥିଲେ ।


ଏକଥା ଝିଅଟି କାନ୍ଦି କାନ୍ଦି ଯାଇ ନିଜ ମାଆ ପାଖରେ କହିଥିଲା । ଏକଥା ଜାଣିବା ପରେ ପରିବାର ଲୋକେ ଚାନ୍ଦବାଲି ଥାନାରେ ଅଭିଯୋଗ କରିଥିଲେ । ଚାନ୍ଦବାଲି ପୋଲିସ ଅଭିଯୋଗ ପାଇବା ପରେ ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତ ଟ୍ୟୁସନ ଶିକ୍ଷକ ଅଜିତ ଭୋଇକୁ ଗିରଫ କରିଥିଲା । ଆଜି ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ଟ୍ୟୁସନ ଶିକ୍ଷକକୁ କୋର୍ଟ ଚାଲାଣ କରିଛି ଚାନ୍ଦବାଲି ପୋଲିସ l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ନିକଟରେ ଏମିତି କିଛି ଘଟଣାକୁ ନେଇ ପୁରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ହେଲେ ବାରମ୍ବାର ସେମିତି ଘଟଣା ସାମନାକୁ ଆସୁଛି । ଝିଅମାନେ ସ୍କୁଲ,କଲେଜ କେଉଁଠି ବି ସୁରକ୍ଷିତ ନାହାନ୍ତି କହି ଆଭିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି ।

tuition-teacher-arrested-for-raping-fifth-grade-student | Argus News