Videos
|
Crime

ମହିଳା କନଷ୍ଟେବଳଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ମୋଡ

Smruti Parija
Browse all articles by Smruti Parija
·1 year ago·1 min read
ମହିଳା କନଷ୍ଟେବଳଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ମୋଡ

ବାଲେଶ୍ବର ମହିଳା କନଷ୍ଟେବଳ ଆତ୍ମହତ୍ୟା ଘଟଣାରେ ନୂଆ ମୋଡ ନେଉଛି । ପୋଲିସ ବାରେକ୍ ଭିତରେ ବେକରେ ଦଉଡ଼ି ଲଗେଇ ଆତ୍ମହତ୍ୟା କରିଥିବାବେଳେ ଘଟଣାସ୍ଥଳରେ ପୋଲିସର ସାଇଣ୍ଟିଫିକ ଟିମ୍ ତଦନ୍ତ କରୁଛି ।


ଘଟଣାସ୍ଥଳରେ ତଦନ୍ତ କରିଛନ୍ତି ଟାଉନ ଡ଼ିଏସପିଙ୍କ ସମେତ ସାଇଣ୍ଟିଫିକ ଟିମ୍ । ସେପଟେ ଆତ୍ମହତ୍ୟା ପୂର୍ବରୁ ଶେଷ ଡାଏରି ଓ wp status ଲାଗିଛି ଅର୍ଗସ ଟିଭି ହାତରେ । ଯେଉଁଥିରେ ଆତ୍ମହତ୍ୟା ପୂର୍ବରୁ ଆତ୍ମହତ୍ୟା ପାଇଁ କ୍ଷମା ମାଗିଥିଲେ ଜୋସଦା । ମୋ ଲାଇଫରେ ଯାହା ହେଉଛି ସେଥିରେ ମୁଁ ଆଉ ସହି ପାରୁନି ବୋଲ ଲେଖିଛନ୍ତି ଜୋସଦା ।


ସେହିପରି whastaap ରେ ମଣିଷ ହୀରା ସନ୍ଧାନରେ ସୁନାକୁ ହରାଏ ହେଲେ ପରେ ଜାଣିପାରେ ସୁନାର ମୂଲ୍ୟ ବୋଲି ଲଖେଇଥିବା ବେଳେ ମାନସିକ ଦୁଶ୍ଚିନ୍ତା ବା କୌଣସି ଚାପ ପାଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ମୃତ କନଷ୍ଟେବଳଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି କି ଯୋସୋଦା ଜଣେ ପୁରୁଷ ବନ୍ଧୁଙ୍କ ସହିତ ପ୍ରେମ ସମ୍ପର୍କରେ ଥିଲେ। ସେଥିପାଇଁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରିଛନ୍ତି । ତେବେ ଉକ୍ତ ଯୁବକ ମଧ୍ୟ ପୋଲିସ ବିଭାଗର ଚାକିରୀ କରୁଥିବା ଜଣାପଡିଛି ।


ଅନ୍ୟପଟେ ବାଲେଶ୍ବର ଏସପି କହିଛନ୍ତି ପ୍ରାଥମିକ ସ୍ତରରେ ଜଣାପଡୁଛି ସେ ବ୍ୟକ୍ତିଗତ କାରଣ ପାଇଁ ଆତ୍ମହତ୍ୟା କରିଥାଇପାରନ୍ତି । ସକାଳେ ସେ ମଧ୍ୟ ଏକ whatsaap status ଦେଇଥିଲେ ଯେଉଁଥିରେ ଜଣାପଡୁଛି କୌଣସି କାରଣ ପାଇଁ ସେ ଅତ୍ୟଧିକ ଦୁଃଖରେ ଅଛନ୍ତି । ତେବେ ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ପରେ ପୁରା କାରଣ ଜଣାପଡିବ ।


twist-in-women-constable-suicide-case | Argus News