Arun Gawli Back , ୧୭ ବର୍ଷ ପରେ ଜେଲରୁ ବାହାରିଲେ ଅଣ୍ଡରୱାର୍ଲ୍ଡ ଡନ୍ , ଜାଣନ୍ତୁ କେମିତି ହେଲେ ଗ୍ୟାଙ୍ଗଷ୍ଟାର..

Key Points
୧୭ ବର୍ଷ ପରେ ଜେଲରୁ ବାହାରିଲେ ଅଣ୍ଡରୱାର୍ଲ୍ଡ ଡନ୍
ଦିନେ ତାଙ୍କ ନାଁ ଶୁଣିଲେ ଥରି ଉଠୁଥିଲା ଛାତି
ଶ୍ରମିକ ପରିବାରରୁ ଗ୍ୟାଙ୍ଗଷ୍ଟାର୍
ଦାଉଦ ଇବ୍ରାହିମ, ଛୋଟା ରାଜନ ଭଳି ଅଣ୍ଡରୱାର୍ଲ୍ଡର ଡନ୍ଙ୍କୁ ଜେଉଥିଲେ ଟକ୍କର । ଡାଡି' ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ଭିତରେ ଖେଳୁଥିଲା ଏକ ଭୟଙ୍କର ଆତଙ୍କ । ଲୋକ ତାଙ୍କୁ 'ଡାଡି' ବୋଲି କହି ସମ୍ବୋଧନ କରୁଥିଲେ । ହେଲେ ତାଙ୍କ ନାଁ ଥିଲା ଅରୁଣ ଗାୱଲି । ଏକ ନିହାତି ସାଧାରଣ ପରିବାରରୁ ବାହାରି ନିଜର ଆତଙ୍କର ସାମ୍ରାଜ୍ୟ ତିଆରି କରିଥିବା ଅଣ୍ଡରୱାର୍ଲ୍ଡ ଡନ ଅରୁଣଙ୍କ କାହାଣୀ କୌଣସି ଫିଲ୍ମ ସ୍କ୍ରିପ୍ଟ ଠାରୁ ମଧ୍ୟ କମ୍ ନୁହେଁ ।
ଅରୁଣ ଗାୱଲି ୧୭ ଜୁଲାଇ ୧୯୫୫ରେ ମହାରାଷ୍ଟ୍ରର ଅହମଦନଗର କପରଗାଁରେ ଜନ୍ମ ଗ୍ରହଣ କରନ୍ତି । ଅରୁଣଙ୍କ ପରିବାର ଥିଲା ମଧ୍ୟବିତ୍ତ ଶ୍ରେଣୀର । ଆର୍ଥିକ ପରିସ୍ଥିତି ଖରାପ କାରଣରୁ ମ୍ୟାଟ୍ରିକ ପରେ ଛାଡି ଦେଇଥିଲେ ପାଠପଢା । ଆଉ ପାଦ ଦେଇଥିଲେ ଅପରାଧ ଦୁନିଆରେ । ୧୯୭୦ରେ ତାଙ୍କ ଭାଇ କିଶୋରଙ୍କ ସହ ମିଶି ମୁମ୍ବାଇର ଅଣ୍ଡରୱାର୍ଲ୍ଡ ନାଁ ତିଆରି କରେ ପରିଚୟ । ଅଣ୍ଡରୱାର୍ଲ୍ଡ ଦୁନିଆରେ ତାଙ୍କ ସହ ଭେଟ ହୁଅନ୍ତି ଦାଉଦ ଇବ୍ରାହିମ , ଯିଏ ତାଙ୍କୁ କାମ କରିବାର ସୁଯୋଗ ଦିଅନ୍ତି , ଆଉ ସେଇଠୁ ହୁଏ ତାଙ୍କର ଇବ୍ରାହିମଙ୍କ ସହ ସମ୍ପର୍କ ।
୧୯୮୮ ମସିହାରେ ଗାୱଲିଙ୍କ ଘନିଷ୍ଠ ବନ୍ଧୁ ରାମା ନାଏକଙ୍କୁ ଏକ ଗ୍ୟାଙ୍ଗ ୱାରରେ ହତ୍ୟା କରାଯାଇଥିଲା । ଯେଉଁ ହତ୍ୟା ପଛରେ ଦାଉଦ ଇବ୍ରାହିମର ହାତ ଥିବା ସନ୍ଦେହ କରିଥିଲେ ଗାୱଲି । ସେଥିପାଇଁ ସେ ଇବ୍ରାହିମଙ୍କ ଗ୍ୟାଙ୍ଗରୁ ଅଲଗା ହୋଇ ନିଜର ଏକ ଗ୍ୟାଙ୍ଗ ତିଆରି କରିଥିଲେ। ନିଜ ଗ୍ୟାଙ୍ଗକୁ ମଜବୁଦ କରିବା ପାଇଁ ସେ ୧୦୦ ଅପରାଧିଙ୍କୁ ସାମିଲ କରିଥିଲେ । ଦାଗଡ଼ି ଚାୱଲ ସ୍ଥିତ ଘରୁ ଚଲାଇଥିଲେ ନିଜ ଗ୍ୟାଙ୍ଗ । ଯେଉଁ ଗ୍ୟାଙ୍ଗର ଲୋକମାନେ କେବଳ ହତ୍ୟା ଭଳି ଅପରାଧ ସହ ଲିପ୍ତ ହୋଇଥିଲେ ।
ପରେ ଗୋଟିଏ ପରେ ଗୋଟିଏ ବଡ ବଡ ହତ୍ୟା , ଚୋରି ଭଳି ଅପରାଧ କରି ଚାଲିଲେ ଅରୁଣ ।
୧୯୯୦ରେ ପୋଲିସ ପାଖରୁ ନିଜକୁ ବଞ୍ଚାଇବା ପାଇଁ ରାଜନୀତିରେ ପାଦ ଦେଇଥିଲେ । ୨୦୦୪ରେ ସେ ଅଖିଳ ଭାରତୀୟ ସେନା ନାମକ ପାର୍ଟି ତିଆରି କରିଥିଲେ । ବାଇକୁଲ୍ଲା ଆସନରୁ ନିର୍ବାଚିତ ହୋଇ ଯାଆନ୍ତି ବିଧାନସଭା । ଆଉ ୨୦୦୭ରେ ରାଜନୈତିକ ଶତ୍ରୁତାରୁ ହୁଏ ଶିବ ସେନା କର୍ପୋରେଟର୍ କମଲାକର ଜାମାସନ୍ଦେକରଙ୍କ ହତ୍ୟା । ସାମାସନ୍ଦେକରଙ୍କ ବାସଭବନ ଆଗରେ ତାଙ୍କୁ ଗୁଳି କରି ହତ୍ୟା କରାଯାଏ । ଆଉ ଏହି ମାମଲାର ଟ୍ରାଏଲ୍ ୨୦୧୨ରେ ସରେ, କୋର୍ଟ ଅରୁଣ ଗୱଲିଙ୍କୁ ଶୁଣାନ୍ତି ଆଜୀବନ କାରାଦଣ୍ଡ ।
ସେଇଠୁ ୧୭ ବର୍ଷ ଜେଲରେ ରହି ସଜ୍ଜା କାଟନ୍ତି ଗୱଲି । ବର୍ତ୍ତମାନ ସୁପ୍ରିମକୋର୍ଟ ୭୩ ବର୍ଷୀୟ ଅରୁଣ ଗବଲିଙ୍କୁ ମୁକ୍ତ କରିଛନ୍ତି । ବୟସାଧିକ କାରଣରୁ ମୁକ୍ତ କରାଯାଇଥିବା ସୂଚନା ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ତଥାପି ଜାମିନ ସତ୍ତାବଳୀର ନିୟମ ଯଦି ସେ ଭାଙ୍ଗନ୍ତି, ତେବେ ତାଙ୍କର ଜାମିନ ବାତିଲ ହୋଇପାରେ ।