Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

ଅନଲାଇନ କିଣୁଥିଲେ ଫୋନ, ଖାଲି ହେଇଗଲା ଆକାଉଣ୍ଟ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଅନଲାଇନ କିଣୁଥିଲେ ଫୋନ, ଖାଲି ହେଇଗଲା ଆକାଉଣ୍ଟ

ଅର୍ଗସ ବ୍ୟୁରୋ:  ଲୋକଙ୍କୁ ଘାରିଛି ଅନଲାଇନ ଅର୍ଡର। ସମସ୍ତେ ଅନଲାଇନ ମାଧ୍ୟମରେ ଖାଦ୍ୟ ହେଉ, ଡ୍ରେସ ହେଉ ଅବା ଅନ୍ୟ ଜିନିଷ ସବୁ ସହଜରେ ଅର୍ଡର କରୁଛନ୍ତି। ଏପରି କହିବା ଦ୍ୱାରା ଲୋକଙ୍କୁ ଶସ୍ତା ଏବଂ ସହଜ ହେଉଛି। ତେବେ ଏଭଳି ଭାବରେ ଅନଲାଇନ ମାଧ୍ୟମରେ ଅର୍ଡର କରି ଜଣେ ବ୍ୟକ୍ତି ହଇରାଣ ହୋଇଥିବା ଜଣାପଡିଛି।  

ଯଦି ଆପଣ ଶସ୍ତାରେ ଅନଲାଇନ ଆଇଫୋନ କିଣିବା ପାଇଁ ପ୍ଲାନ କରୁଛନ୍ତି । ତେବେ ଆପଣଙ୍କୁ ସାବଧାନ ରହିବାକୁ ପଡିବ। ଜଣେ ୨୪ ବର୍ଷର ଛାତ୍ର ଅନଲାଇନ ମାଧ୍ୟମରେ ଆଇଫୋନ କିଣିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କୁ ୧.୧ ଲକ୍ଷ ଟଙ୍କାର କ୍ଷତି ହେଲା। ଆରଟି ନଗରରେ ରହୁଥିବା ରିୟାନ ହୁସେନ ପୋଲିସକୁ କହିଛନ୍ତି ଯେ, ସେ ୧୨ ଜାନୁଆରିରେ ଓଏଲଏକ୍ସରେ ସେକେଣ୍ଡ ହାଣ୍ଡ ଫୋନ ଦେଖିଥିଲେ। ଏହି ସମୟରେ ସେ ଏକ ବିଜ୍ଞାପନ ଦେଖିଲେ, ଯେଉଁଥିରେ ଜଣେ ବ୍ୟକ୍ତି ଆଇଫୋନ ୧୬ ପ୍ରୋ ମାକ୍ସ ବିକିବା ପାଇଁ ଚାହୁଁଥିଲେ।


ରିଆନ ଓଏଲଏକ୍ସରେ ଦିଆଯାଇଥିବା ନମ୍ୱରରେ କିରଣଙ୍କୁ ଫୋନ କଲେ । କଥାବାର୍ତ୍ତା ହେବାପରେ କିରଣ ରିଆନଙ୍କୁ ଓ୍ୱାଟସପ ମାଧ୍ୟମରେ ଆଇଫୋନର ବିଲ ଏବଂ ବକ୍ସର ଫଟୋ ପଠାଇଥିଲେ ।କିରଣ ନିଜର ଆଇଫୋନ ରିଆନଙ୍କୁ ୧.୧ ଲକ୍ଷ ଟଙ୍କା ରେ ବିକିବା ପାଇଁ ରାଜି ହୋଇଗଲେ।ରିଆନ ନିଜର ନିଜ ଅଭିଯୋଗରେ କହିଛନ୍ତି ଯେ, କିରଣ ମତେ କହିଲେ ଯେ ମୁଁ ଦିନ ୧୨ଟାରେ କନିନ୍ଧମ ରୋଡରେ ଯାଇ ଏବଂ ଏକ ହୋଟେଲରେ ପାଖରେ ହୁସେନ ସହ ଦେଖାକରେ। ଏହାସହ ମୁଁ ସେହି ସ୍ଥାନରେ ପହଞ୍ଚିଲି ଏବଂ ସେହି ବ୍ୟକ୍ତିଙ୍କୁ ଦେଖାକଲି। ସେହି ବ୍ୟକ୍ତି ଜଣଙ୍କ ନିଜ ନାଁ ହୁସେନ କହିଲେ । ସେ ମତେ ଫୋନ, ବିଲ ଏବଂ ବକ୍ସ ଦେଖାଇଲେ। ଫୋନ ଏବଂ କାଗଜପତ୍ର ଦେଖି ମୁଁ ଖୁସି ହୋଇଗଲି। ମୁଁ ହୁସେନ ଦ୍ୱାରା କୁହାଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ୧.୧ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଦେଲି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ରିଆନ ନିଜ ଅଭିଯୋଗରେ କହିଛନ୍ତି ଯେ, ମତେ ଲାଗୁଥିଲା କି ହୁସେନ ମତେ ଫୋନ ଦେଇଦେବ। କିନ୍ତୁ ସେ ଏପରି କଲା ନାହିଁ। ସେ କହିଲା ଯେ, ମୁଁ ତାକୁ କୌଣସି ଟଙ୍କା ଦେଇନାହିଁ। ସେଥିପାଇଁ ସେ ମତେ ଫୋନ ଦେବେ ନାହିଁ। ମୁଁ ତାଙ୍କୁ କହିଲେ ଯେ ସେ କହିଥିବା ଆକାଉଣ୍ଟରେ ମୁଁ ଟଙ୍କା ପଠାଇଦେଇଛି। କିନ୍ତୁ ହୁସେନ କହିଲା ଯେ ସେ ତାଙ୍କୁ ଟଙ୍କା ଦେଇନାହିଁ । ଏହା କହି ସେ ବାଇକ ନେଇ ସେଠାରୁ ଚାଲିଗଲା। ରିଆନ ନା ଫୋନ ପାଇଲେ ନା ନିଜ ଟଙ୍କା ଫେରସ୍ତ ପାଇଲେ। ବର୍ତ୍ତମାନ ପୋଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଛି।


ଅଧିକ ପଢ଼ନ୍ତୁ ଅପରାଧ ଖବର:

Sponsored
unemployed man loses 1 lakh in olx iphone deal | Argus News