Videos
|
Crime

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସହାୟକ ଯନ୍ତ୍ରୀ ରାଜ କିଶୋର ଜେନାଙ୍କୁ ବାନ୍ଧିଲା ଭିଜିଲାନ୍ସ

Smruti Parija
Browse all articles by Smruti Parija
·1 year ago·1 min read
ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସହାୟକ ଯନ୍ତ୍ରୀ ରାଜ କିଶୋର ଜେନାଙ୍କୁ ବାନ୍ଧିଲା ଭିଜିଲାନ୍ସ

Key Points

ଗିରଫ ହେଲେ କୋଟିପତି ସହାୟକ ଯନ୍ତ୍ରୀ ରାଜ କିଶୋର ଜେନା

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ଵର, ଖୋର୍ଦ୍ଧା ସମେତ ଏକକାଳୀନ ୧୦ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍

ଗିରଫ ହେଲେ କୋଟିପତି ସହାୟକ ଯନ୍ତ୍ରୀ ରାଜ କିଶୋର ଜେନା । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ଭୁବନେଶ୍ଵର, ଖୋର୍ଦ୍ଧା ସମେତ ଏକକାଳୀନ ୧୦ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । ରେଡ୍ ବେଳେ ଭୁବନେଶ୍ବରରେ ୯ଟି ପ୍ଲଟ୍, ନୟାଗଡରେ ୩ଟି ପ୍ଲଟ୍ ଏବଂ ଖୋର୍ଦ୍ଧାରେ ଗୋଟିଏ ପ୍ଲଟ୍ ଠାବ ହୋଇଥିଲା । ସହକାରୀ ଯନ୍ତ୍ରୀଙ୍କ ଘରୁ ବହୁଦାମୀ ଆସବାବପତ୍ର , ପୁଳା ପୁଳା ଟଙ୍କା, ରୂପା ଶଙ୍ଖ, ସୁନା ଅଳଙ୍କାର ଜବତ କରିଥିଲା ଦୁର୍ନୀତି ନିବାରଣ ଟିମ୍। ନୀଳାଦ୍ରୀ ବିହାର ଅଞ୍ଚଳରେ ଥିବା ତିନି ମହଲା କୋଠା, କସମୋପୋଲିସ୍‌ରେ ଦୁଇଟି ଫ୍ଲାଟ୍, ଉତ୍କଳ ଗ୍ୟାଲେରିଆ ମଲରେ ଗୋଟିଏ ସୋରୁମ୍, ପାହଳ ସିମ୍ପୋନି ମଲରେ ଏକ ଦୋକାନ, ଡୁମୁଡୁମା ସ୍ଥିତ ଦାମୀ ପ୍ଲଟ୍, ଜାଗମରା ସ୍ଥିତ ASN ଇନ୍‌ଫ୍ରାଷ୍ଟ୍ରକ୍ଟର କମ୍ପାନୀ, ପଟିଆରେ ଥିବା ସମ୍ପର୍କୀୟ ଘରେ ହୋଇଥିଲା ଚଢ଼ାଉ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
vigilance-arrests-assistant-engineer-raj-kishore-jena-on-charges-of-amassing-assets-beyond-his-income | Argus News