Videos
|
Crime

Vigilance Raid: ଟଙ୍କା ବ୍ୟାଗ୍ ଫିଙ୍ଗି ଧରାପଡିଲେ ରାଜକିଶୋରଙ୍କ ସଂପର୍କରେ ଥିବା ଆଉ ଜଣେ ଯନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·2 min read
Vigilance Raid: ଟଙ୍କା ବ୍ୟାଗ୍ ଫିଙ୍ଗି ଧରାପଡିଲେ ରାଜକିଶୋରଙ୍କ ସଂପର୍କରେ ଥିବା ଆଉ ଜଣେ ଯନ୍ତ୍ରୀ

Key Points

ରାଜକିଶୋର ଜେନାଙ୍କ ସହଯୋଗୀ ଅଶୋକ କୁମାର ପଣ୍ଡାଙ୍କର କାର୍ ଠାବ କଲା ଭିଜିଲାନ୍ସ

କସମୋପଲିସ୍ ଫ୍ଲାଟ ପାର୍କିଂରୁ ଠାବ କଲା ଭିଜିଲାନ୍ସ

ଅଶୋକ କୁମାର ପଣ୍ଡା ଏବଂ ରାଜ କିଶୋର ଜେନାଙ୍କର ଜଏଣ୍ଟ ପ୍ରପ୍ରର୍ଟି ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ

ବିରି ମାଡ଼ ଦେଖୀ କୋଳଥ ଚେପା । ସାଙ୍ଗ ଘରେ ରେଡ୍ ଦେଖି ଝରକା ପଟେ ଫିଙ୍ଗି ଦେଲେ ଟଙ୍କା ସୁନା ଭର୍ତ୍ତି ବ୍ୟାଗ । କସମୋପଲିସ ଫ୍ଲାଟର ଝରକା ପଟେ ବ୍ୟାଗ ଫିଙ୍ଗିଦେଇ ମୋବାଇଲ ସୁଇଚ ଅଫ କରିଦେଇଥିଲେ ଆର ଆଣ୍ଡ ବି ଡିଭିଜନର ସହାୟକ ଯନ୍ତ୍ରୀ ଅଶୋକ କୁମାର ପଣ୍ଡା । ବ୍ୟାଗ ଭିତରୁ ଜବତ ହେଲା ଏକ ଲକ୍ଷ ଟଙ୍କା, 60ଗ୍ରାମ ସୁନା, 10ଗ୍ରାମ ରୁପା, ଆଇ ଫୋନ, ଗାଡିର କାଗଜ ପତ୍ର, ଉତ୍କଳ କନିକା ଗ୍ୟାଲେରିଆ ମଲର ଦୁଇଟି ଦୋକାନ,ସିମ୍ପନି ମଲ ରେ ଦୋକାନ, ସୋମନାଥ ନଗର ରେ ଚାରି ମହଲା ଘର, ଡ଼ୁମ ଡ଼ୁମା ରେ ୩ ମହଲା ଘର, କସମପୋଲିସରେ ଫ୍ଲାଟ, ପୋଷ୍ଟାଲ ରେ 17 ଲକ୍ଷ୍ୟ ଟଙ୍କାର ଡିପୋଜିଟ । 


ଚଢ଼ାଉର ପୂର୍ବଦିନ ସହଯୋଗୀ ଅଶୋକ କୁମାର ପଣ୍ଡା ତାଙ୍କ ଘରକୁ ଆସିଥିବା ତଦନ୍ତରୁ ଜଣାପଡିଛି । ସହଯୋଗୀ ଅଶୋକ କୁମାର ପଣ୍ଡା ଆର ଆଣ୍ଡ ବି ଡିଭିଜନର ସହାୟକ ଯନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ଅଶୋକ କୁମାର ପଣ୍ଡା ଏବଂ ରାଜ କିଶୋର ଜେନାଙ୍କର ଜଏଣ୍ଟ ପ୍ରପ୍ରର୍ଟି ଥିବା କଥା ଜାଣିବାକୁ ପାଇଛି ଭିଜିଲାନ୍ସ ।

ସେପଟେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଆର ଆଣ୍ଡ ବି ଡିଭିଜନ -3ର ସହାୟକ ଯନ୍ତ୍ରୀ ରାଜ କିଶୋର ଜେନାଙ୍କ ଘରେ ଦ୍ୱିତୀୟ ଦିନରେ ମାରାଥନ ଜେରା କରୁଛି ଭିଜିଲାନ୍ସ ଟିମ । କାଲିଠାରୁ ୧୦ଟି ସ୍ଥାନରେ ଚାଲିଛି ଚଢାଉ। ରେଡ଼ ବେଳେ ଗତକାଲି ବାବୁଙ୍କର ଗୋଟିଏ ବହୁତଳ ପ୍ରାସାଦ, ୨ ଟି ଫ୍ଲାଟ, ୨ ଟି ମଲରେ ଦୁଇଟି କମର୍ସିଆଲ ଦୋକାନ, ୧୩ଟି ଦାମୀ ପ୍ଲଟ ଠାବ କରାଯାଇଥିଲା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜକିଶୋର ଜେନାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଭିଜିଲାନ୍ସ । ଭିଜିଲାନ୍ସର ଟେକ୍ନିକାଲ ଟିମ ଏବେବି ବାବୁଙ୍କ ଠୁଳ ସମ୍ପତ୍ତି, ବ୍ୟାଙ୍କ ବାଲାନ୍ସ, ଫରେନ ଟ୍ରିପରେ ଖର୍ଚ୍ଚ ନେଇ ଛାନଭିନ ଜାରି ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଦୁର୍ନୀତି ଓ ଲାଞ୍ଚ ଖୋର ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାରଙ୍କର ଜିରୋ ଟଲେରାନ୍ସ ନୀତି । ଜଣେ ପରେ ଜଣେ ସରକାରୀ ବାବୁ ଭିଜିଲାନ୍ସ ହାତରେ ଧରା ପଡୁଛନ୍ତି । ଆଗକୁ କେଉଁ ଦୁର୍ନୀତିଖୋର ଅଧିକାରୀଙ୍କ ପାଳି ପଡୁଛି ତାହା ଦେଖିବାକୁ ବାକି ରହିଲା ।

vigilance-raid-on-r-and-b-division-3-assistant-engineer-ashok-kumar-pandas-house | Argus News