Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Crime Against Women / ମହିଳା ଡାକ୍ତରଙ୍କ ସାଂଘାତିକ ଅଭିଯୋଗ 'ମୋତେ ରିପୋର୍ଟ ବଦଳାଇବାକୁ ବାଧ୍ୟ କରୁଥିଲେ' !

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·3 min read
ମହିଳା ଡାକ୍ତରଙ୍କ ସାଂଘାତିକ ଅଭିଯୋଗ 'ମୋତେ ରିପୋର୍ଟ ବଦଳାଇବାକୁ ବାଧ୍ୟ କରୁଥିଲେ' !

Key Points

ଡାକ୍ତର ମୁଣ୍ଡେ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ଯେ ତାଙ୍କ ସହିତ ଅନ୍ୟାୟ କରାଯାଉଛି ଏବଂ ଯଦି ଏମିତି ଜାରି ରହେ, ତେବେ ସେ ଆତ୍ମହତ୍ୟା କରିବେ।

ମହାରାଷ୍ଟ୍ର ସତାରା ଜିଲ୍ଲା ଫଲଟନ ଅଞ୍ଚଳରେ ଜଣେ ମହିଳା ଡାକ୍ତର ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ସେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ତାଙ୍କ ଆତ୍ମହତ୍ୟା ସ୍ୱାସ୍ଥ୍ୟ ବିଭାଗରେ ହଇଚଇ ସୃଷ୍ଟି କରିଛି। ଡାକ୍ତର ସମ୍ପଦା ମୁଣ୍ଡେ ସତାରା ଜିଲ୍ଲାର ଫଲଟନ ଉପ-ଜିଲ୍ଲା ଡାକ୍ତରଖାନାରେ ଜଣେ ମହିଳା ଡାକ୍ତର ଭାବରେ ନିଯୁକ୍ତ ଥିଲେ।

ସୂଚନା ଅନୁଯାୟୀ, ଡାକ୍ତର ମୁଣ୍ଡେ ଗତ କିଛି ମାସ ଧରି ପୋଲିସ ଏବଂ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ଚାଲିଥିବା ବିବାଦରେ ଫସି ରହିଥିଲେ। ଏକ ଡାକ୍ତରୀ ପରୀକ୍ଷାକୁ ନେଇ ପୋଲିସ ଅଧିକାରୀଙ୍କ ସହ ତାଙ୍କର କଥା କଟାକଟି ହୋଇଥିଲା । ଯାହାଫଳରେ ତାଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିଲା। ମହିଳା ଡାକ୍ତର ଜଣକ ସୁଇସାଇଡ ନୋଟରେ ଲେଖିଥିଲେ, ଜଣେ ପୋଲିସ ଇନ୍ସପେକ୍ଟରଙ୍କ ତାଙ୍କ ସହ ଚାରିଥର ଦୁଷ୍କର୍ମ କରିଛନ୍ତି । ଯେଉଁଥିପାଇଁ ଏବେ ସମ୍ପୂର୍ଣ୍ଣ ପୋଲିସ ବିଭାଗର ମୁଣ୍ଡ ତଳକୁ ହୋଇଯାଇଛି ।

ହାତ ପାପୁଲିରେ ଲେଖିଥିଲେ କିଛି ନାଁ

ସେ ତାଙ୍କ ହାତରେ କିଛି ନାମ ଲେଖିଥିଲେ ଏବଂ ସେମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ଡାକ୍ତର ମୁଣ୍ଡେ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ଯେ ତାଙ୍କ ସହିତ ଅନ୍ୟାୟ କରାଯାଉଛି ଏବଂ ଯଦି ଏମିତି ଜାରି ରହେ, ତେବେ ସେ ଆତ୍ମହତ୍ୟା କରିବେ। ବାରମ୍ବାର ଅଭିଯୋଗ ପରେ ବି ଯେତେବେଳେ ସେ ନିରାଶ ହେଲେ, ସେତେବେଳେ ସେ ବାଧ୍ୟ ହୋଇ ଗୁରୁବାର ରାତିରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ। ପୋଲିସ ଏବେ ଘଟଣାର ତଦନ୍ତ କରୁଛି।

ହାତ ପାପୁଲିରେ ଲେଖିଥିବା ସୁଇସାଇଡ ନୋଟରେ, ମୃତ ଡାକ୍ତର ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ସୁଇସାଇଡ ନୋଟରେ, ସମ୍ପଦା ଲେଖିଛନ୍ତି, "ପିଏସଆଇ ଗୋପାଳ ବଦନେ ମୋ ସହ ଚାରିଥର ଦୁଷ୍କର୍ମ କରିଛନ୍ତି। ପୋଲିସ ଇନ୍ସପେକ୍ଟର ଗଣେଶ ବଦନେ ହିଁ ମୋ ମୃତ୍ୟୁର କାରଣ। ସେ ମୋତେ ଚାରିଥର ଦୁଷ୍କର୍ମ କରିଛନ୍ତି। ସେ ପାଞ୍ଚ ମାସରୁ ଅଧିକ ସମୟ ଧରି ମୋତେ ଶାରୀରିକ ଶୋଷଣ ଏବଂ ହଇରାଣ କରିଛନ୍ତି।" ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏସଆଇଙ୍କୁ ନିଲମ୍ବିତ କରାଯାଇଛି। ଜୁନ୍ ୧୯ ତାରିଖରେ, ଡାକ୍ତର ସମ୍ପଦ ମୁଣ୍ଡେ ଫଲଟନର ଏସଡିଏମଙ୍କୁ ଏକ ଚିଠି ଲେଖିଥିଲେ। ଏଥିରେ, ସେ କହିଥିଲେ ଯେ ପଲଟନ ଗ୍ରାମୀଣ ପୋଲିସ ଅଧିକାରୀମାନେ ତାଙ୍କୁ ହଇରାଣ କରୁଛନ୍ତି।

ସମ୍ପର୍କୀୟ କହିଲେ ଆତ୍ମହତ୍ୟାର କାରଣ

ମୃତ ଡାକ୍ତରଙ୍କ ଜଣେ ସମ୍ପର୍କୀୟ କହିଛନ୍ତି, "ମୋ ଝିଆରୀ, ଡାକ୍ତର ସମ୍ପଦା ମୁଣ୍ଡେ, ଗୁରୁବାର ହଠାତ୍ ଆତ୍ମହତ୍ୟା କରିଛନ୍ତି। ଆମକୁ କିଛି ନକହି, ସେ ତାଙ୍କ ଡ୍ୟୁଟି ସରିବା ପରେ ଏକ ହୋଟେଲକୁ ଯାଇ ଆତ୍ମହତ୍ୟା କରିଛନ୍ତି । ସେ ବେଳେବେଳେ ଆମକୁ କହିଥିଲେ ଯେ ପୋଷ୍ଟମର୍ଟମ କରିବା ସମୟରେ, ବଡ଼ ଅଧିକାରୀମାନେ ତାଙ୍କୁ ହଇରାଣ କରୁଥିଲେ, ରିପୋର୍ଟ ପରିବର୍ତ୍ତନ କରିବାକୁ କହୁଥିଲେ, ଏବଂ ଯଦି ସେ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ସେ ଆତ୍ମହତ୍ୟା କରିବେ।"

ପୋଷ୍ଟମର୍ଟମ ରିପୋର୍ଟ ପରିବର୍ତ୍ତନ କରିବାକୁ ଚାପ !

ଅଭିଯୋଗ ଦାଖଲ କରିବା ସମ୍ପର୍କରେ, ସମ୍ପର୍କୀୟ କହିଛନ୍ତି, "ସେ ଡିୱାଇଏସପିଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଥିଲେ, କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନାହିଁ। ପୋଷ୍ଟମର୍ଟମ ସମୟରେ, ସେମାନେ ତାଙ୍କୁ ବିଭିନ୍ନ ସ୍ତରରେ ହଇରାଣ କରୁଥିଲେ, ବାରମ୍ବାର ରିପୋର୍ଟ ପରିବର୍ତ୍ତନ କରିବାକୁ କହୁଥିଲେ। ସେ ଏହାକୁ ସହ୍ୟ କରିପାରି ନାହାନ୍ତି, ତେଣୁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଅନ୍ୟମାନଙ୍କୁ ମଧ୍ୟ କହୁଥିଲେ ଯେ ତାଙ୍କର ସମସ୍ୟା ହେଉଛି ଏବଂ ସେ ଆତ୍ମହତ୍ୟା କରିବେ।"

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ତୁରନ୍ତ ସତାରା ପୋଲିସ ଅଧିକ୍ଷକଙ୍କଠାରୁ ପୂରା ଘଟଣା ବିଷୟରେ ବୁଝିଛନ୍ତି । ତାପରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମହିଳା କମିଶନଙ୍କ ହସ୍ତକ୍ଷେପ

ମହାରାଷ୍ଟ୍ର ରାଜ୍ୟ ମହିଳା କମିଶନ, ସତାରା ଡାକ୍ତର ଆତ୍ମହତ୍ୟା ମାମଲାର ତଦନ୍ତ କରୁଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସତାରା ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଆଇପିସିର ଧାରା 64(2)(N) ଏବଂ 108 ଅନୁଯାୟୀ ଫଲଟନ୍ ସିଟି ପୋଲିସରେ ଏକ ମାମଲା ରୁଜୁ କରାଯାଇଛି। ଫେରାର ଅଭିଯୁକ୍ତ ଗୋପାଳ ବଦନେ ଏବଂ ପ୍ରଶାନ୍ତ ବାନକରକୁ ଗିରଫ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି । ବିଭିନ୍ନ ସ୍ଥାନରେ ଏହି ଟିମ୍‌ ଚଢ଼ାଉ ଜାରି ରଖିଛି ।

ଡାକ୍ତର ସମ୍ପଦା ମୁଣ୍ଡେଙ୍କ ଆତ୍ମହତ୍ୟା ପଛରେ ପ୍ରକୃତ କାରଣ କଣ ତାହା ପୋଲିସ ତଦନ୍ତ କରୁଛି। ତେବେ ପୋଲିସ ଏବଂ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ବିବାଦ ଏବଂ ତାଙ୍କ ବିରୁଦ୍ଧରେ ଚାଲିଥିବା ତଦନ୍ତ ଯୋଗୁଁ ସେ ମାନସିକ ଚାପରେ ଥିଲେ ବୋଲି କୁହାଯାଉଛି । କିନ୍ତୁ ଜଣେ ଡାକ୍ତର ଏଭଳି ଏକ ଚରମ ପଦକ୍ଷେପ ନେବା ଘଟଣା ସମସ୍ତଙ୍କୁ ଚକିତ କରିଛି ।

ଏହି ଘଟଣା ଫଳରେ ପୁଣି ଥରେ ସ୍ୱାସ୍ଥ୍ୟକର୍ମୀଙ୍କ କ୍ଷେତ୍ରରେ ଥିବା ମାନସିକ ଚାପ, ସାମ୍ନକୁ ଆସିଛି। କାର୍ଯ୍ୟଭାର, ପ୍ରଶାସନିକ ଚାପ ଯୋଗୁଁ ସ୍ୱାସ୍ଥ୍ୟକର୍ମୀମାନେ ପ୍ରାୟତଃ ମାନସିକ ସମସ୍ୟା ଭିତରେ ରହିଥାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Crime Against Women | "Was Raped By Cop 4 Times": Maharashtra Woman Doctor's Suicide Note On Hand | Argus News