ବିବାହ ବେଦୀରେ ବସି ସାରିଥିଲା ବର, ବରଯାତ୍ରୀ ବି ଭୋଜି ଖାଇବା ଆରମ୍ଭ କରିସାରିଥିଲେ.. ହେଲେ ହଠାତ୍...

Key Points
ବରକୁ ପିଟିଲେ ଗାଁ ଲୋକେ ।
ବରର ବାପାକୁ ପିଟି ଲହୁ ଲୁହାଣ କଲେ ଝିଅର ପରିବାର ଲୋକ ।
କାରଣ କେବଳ ଡିଜେ !
ପୁଣି ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା । ବରଯାତ୍ରୀରେ ବରକୁ କଲେ ହତ୍ୟା । ଏତେ ରାଗ ଯେ ପିଟି ପିଟି ନେଇଗଲେ ଜୀବନ । ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲାର ସେଭ୍ରାଇ ତହସିଲ ଅଞ୍ଚଳରେ ଜଣେ ବରକୁ ପିଟି ପିଟି ହତ୍ୟା କରାଯିବା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଯାହାକି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଭଳି ଖବର ଯିଏ ବି ଶୁଣୁଛି ସିଏ ମୁଣ୍ଡରେ ହାତ ଦେଉଛି ।
ମିଳିଥିବା ସୂଚନା ମୁତାବକ ତ୍ରିଲୋକପୁର ଗ୍ରାମର ବାସିନ୍ଦା ବ୍ରିଗେଡିୟର ରାମଙ୍କ ପୁଅ ରାକେଶ କୁମାରଙ୍କ ବିବାହ ଜଗଦୀଶପୁର ଗ୍ରାମରେ ସ୍ଥିର ହୋଇଥିଲା। ଗୁରୁବାର ସନ୍ଧ୍ୟାରେ ବିବାହ ଶୋଭାଯାତ୍ରା ବଡ଼ ଧୁମଧାମରେ ବାହାରିଥିଲା । ବରଯାତ୍ରୀ ସିଧା ଯାଇ କନ୍ୟା ଘର ଗାଁରେ ପହଞ୍ଚିଥିଲା। ହେଲେ ସେଇଠୁ ଆରମ୍ଭ ହୋଇଥିଲା କେଁ କଟର । କନ୍ୟା ପକ୍ଷ ପାରମ୍ପରିକ ଭାବରେ ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ ମଧ୍ୟ ବରଯାତ୍ରୀଙ୍କ ମଧ୍ୟରେ DJ ଗୀତକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା । ହେଲେ ଯାହା ବି ହେଉ ଘର ପ୍ରାଙ୍ଗଣରେ ପାରମ୍ପରିକ ରୀତିନୀତି ସମାପ୍ତ ହୋଇଥିଲା। ଏସବୁ ପରେ, ବର ବରଯାତ୍ରୀ ସହିତ ମଣ୍ଡପରେ ପହଞ୍ଚିଥିଲା ବର । ତେବେ ଏହାପରେ ଡିଜେରେ ନାଚିବାକୁ ନେଇ ବର ପକ୍ଷ ଓ କନ୍ୟା ପକ୍ଷ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଯାହାକି ଧିରେ ଦିରେ ହିଂସାତ୍ମକ ରୂପ ନେଇଥିଲା।
📱 Get Argus News App
✨ଡିଜେକୁ ନେଇ ଏକ ଛୋଟ କଥା ଝଗଡ଼ାର ରୂପ ନେଇଥିଲା ଏବଂ କନ୍ୟା ପକ୍ଷର କିଛି ଲୋକ ବର ପିତାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। ତାଙ୍କ ପିତାଙ୍କୁ ମାଡ଼ ହେଉଥିବା ଦେଖି ବର ରାକେଶ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହି ସମୟରେ, ସେଠାରେ ଉପସ୍ଥିତ କିଛି ଗାଁ ଲୋକ ତାଙ୍କୁ ମଧ୍ୟ ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରିଥିଲେ। ଯାହାଫଳରେ ବର ଏବଂ ତାଙ୍କ ପିତା ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଏକ ଘରୋଇ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା । ପରେ ଗାଜିପୁର ମେଡିକାଲ କଲେଜକୁ ପଠାଯାଇଥିଲା।
ବରର ଅବସ୍ଥା ଗୁରୁତର ଥିବାରୁ, ବରକୁ ବାରାଣସୀ ଟ୍ରମା ସେଣ୍ଟରକୁ ପଠାଯାଇଥିଲା, ଯେଉଁଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ବରର ମୃତ୍ୟୁ ଯୋଗୁଁ ସମଗ୍ର ଗାଁ ଶୋକାକୁଳ ହୋଇଯାଇଥିଲା। ଅନ୍ୟପକ୍ଷରେ, ବର ବାପାଙ୍କ ଅଭିଯୋଗ କ୍ରମେ, ପୋଲିସ ଆଠ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ପୋଲିସ ଜଣେ ଅଭିଯୁକ୍ତଙ୍କୁ ବେଆଇନ ପିସ୍ତଲ ସହିତ ଗିରଫ କରିଛି, ଯେତେବେଳେ ବାକି ଅଭିଯୁକ୍ତମାନଙ୍କୁ ଖୋଜିବା ପାଇଁ ଚଢାଉ କରାଯାଉଛି।