Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

ଫସେଇବାକୁ ସର୍ଜରୀ କରି ସୁନ୍ଦରୀ ହୋଇଥିଲେ ହଂସିତା

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଫସେଇବାକୁ ସର୍ଜରୀ କରି ସୁନ୍ଦରୀ ହୋଇଥିଲେ ହଂସିତା

Key Points

ହଂସିତା କିଏ ?

କ'ଣ କରୁଥିଲେ ଏମାନେ ?

କେଉଁଠୁ ଆସୁଥିଲା ଏତେ ଟଙ୍କା ?

ଫସେଇବାକୁ ସର୍ଜରୀ କରି ସୁନ୍ଦରୀ ହୋଇଥିଲେ ହଂସିତା

ଠକେଇ ପଇସାରେ କରିଛନ୍ତି କେତେ ସମ୍ପତ୍ତି ?

ସମ୍ପତ୍ତି ଆହରଣ ପାଇଁ କିଛି ନିତିହୀନ ମଣିଷ କେତେବେଳେ ମିଛର ମହାକାଶ ଚଢିପାରେ ତ ପୁଣି କେବେ ଚରିତ୍ରର ଚାରକାନ୍ଥକୁ ମୁକୁଳା କରି କୋଟିପତିର ଶିଡି ବାନ୍ଧେ। ଏମିତି ଅନେକ ଉଦାହରଣ ରହିଛି। ୧୦୨୩ ରେ ଅର୍ଚ୍ଚନା ନାଗ ଘଟଣାଠୁ ନେଇ ବର୍ତ୍ତମାନର ହଂସିତା ଘଟଣା ପର୍ଯ୍ୟନ୍ତ।


ହଂସିତା କିଏ ?


ପୁରା ନାମ ହଂସିତା ଅଭିଲିପ୍ସା । ସ୍ବାମୀ ଅନୀଲ ମହାନ୍ତି। ସ୍ତ୍ରୀ କଳାହାଣ୍ଡିର , ସ୍ବାମୀ ଭୁବେନଶ୍ବରର। ହେଲେ କଳାକାରନାମା ଲମ୍ବିଛି ଓଡ଼ିଶାରୁ ଦିଲ୍ଲୀ, ଝାଡଖଣ୍ଡ, ଛତିଶଗଡ ପର୍ଯ୍ୟନ୍ତ। ଦେଶ ବାହାରେ ବି ଥାଇ ପାରେ ୟାଙ୍କ ସୂତାର ଖିଅ! ଯୋଉ ଖିଅକୁ ଏବେ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏଇ ହାଇପ୍ରାଫାଇଲ୍ ଦମ୍ପତ୍ତି ଭୁବେନଶ୍ବରରେ ଏକ ଅଫିସ ଖୋଲି ଲୁଟିବାର ନୂଆନୂଆ ତରିକା ତିଆରି କରୁଥିଲେ ନିତିଦିନ। ଦାମୀ ଆପାର୍ଟମେଣ୍ଟରେ ରହୁଥିଲେ , ଦାମିକିଆ ଗାଡିରେ ବୁଲୁଥୁଲେ। ବ୍ରାଣ୍ଡେଡ ପୋଷାକ ପିନ୍ଧି ନିଜର ପତିଆରା ଜାହିର କରୁଥିଲେ । ହଂସିତାଙ୍କର ଜଣେ ନୁହଁନ୍ତି ତିନି ଜଣ ସ୍ବାମୀ ଥିଲେ। ହଂସିତାଙ୍କ ପ୍ରଥମ ସ୍ବାମୀ ଥିଲେ ସରୋଜ ସାହୁ। ଆଉ ଦୁଇଜଣ ସ୍ବାମୀ ହେଉଛନ୍ତି ଅନୀଲ ସାମଲ , ମନୋଜ ଆଚାର୍ଯ୍ୟ। ଆଇନ୍ ଭାବେ ଏତେ ଟଙ୍କା କମାଉଥିଲେ ଯେ ଅତିଥିଙ୍କୁ ଜନ୍ମଦିନରେ ଦେହଜୀବି ରୂପବତୀ ଉପହାର ଦେଉଥିଲେ


କ'ଣ କରୁଥିଲେ ଏମାନେ ?


ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ପୁଅବୋହୂ, ଝିଅଜ୍ବାଇଁଙ୍କ ପରିଚୟ ଦେଇ ବିଛାଉଥିଲେ ମାୟାଜାଲ। ଟେଣ୍ଡର କରାଇଦେବା, କର୍ପୋରେଟ ସେକ୍ଟରରେ କାମ କରାଇଦେବାର ପ୍ରଲୋଭନ ଦେଖାଇ ଠକୁଥିଲେ ଲକ୍ଷଲକ୍ଷ ଟଙ୍କା। ଏମିତି କି ପିଏମମ କାର୍ଯ୍ୟାଳୟରେ କୌଣସି କାମଥିଲେ ସହଜରେ କରାଇଦେବେ ବୋଲି କହି ମୋହରା ବନାଉଥିଲେ ବଡବଡ କଣ୍ଟ୍ରାକ୍ଟର, କମ୍ପାନୀକୁ। ଠକେଇ ପାଇଁ ଭୁବନେଶ୍ବର ପଟିଆରେ ଏକ ଚକାଚକ୍ ଅଫିସ ଖୋଲିଥିଲେ। ଭିଆଇପି ଲୋକଙ୍କ ସହ ଫଟୋ ଉଠାଇ ଏଡିଟିଂ କରି ସୋସିଆଲ ମିଡିଆରେ ପୋଷ୍ଟ ବସାଉଥିଲେ ଫାସ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେଉଁଠୁ ଆସୁଥିଲା ଏତେ ଟଙ୍କା ?


ଏକ ଟ୍ରେଡିଂ କମ୍ପାନୀ ସହ ୩୦୦ କୋଟି ଟଙ୍କାର କାରବାର କରିଥିଲେ। ବେଦାନ୍ତରୁ ୧୮ କୋଟି ଠକିଥିବା ଜଣା ପଡିଛି। ବିଲଡର, ଠିକାଦାର, ବ୍ୟବସାୟୀ ଓ ବଡବଡ କମ୍ପାନୀକୁ କରୁଥିଲେ ଟାର୍ଗେଟ। ବେଆଇନ ବିଲପାସ, ଟେଣ୍ଡର ଫିକ୍ସିଂ ଭଳି ଅର୍ଥନୈତିକ ଅପରାଧିକ କାର୍ଯ୍ୟ କରି ମାଲାମାଲ୍ ହେଉଥିଲେ ଉଭୟ


ଫସେଇବାକୁ ସର୍ଜରୀ କରି ସୁନ୍ଦରୀ ହୋଇଥିଲେ ହଂସିତା


ସର୍ଜରୀ ପୂର୍ବରୁ ହଂସିତାଙ୍କ ନାମ ଥିଲା ବିଷ୍ଷୁପ୍ରିୟା ଚାନ୍ଦ। ସର୍ଜରୀ ପରେ ସ୍ମାର୍ଟ ଲାଗିବା ପାଇଁ ନିଜ ଚେହେରା ସହ ନାଁ ବି ବଦଳାଇଥିଲେ ବିଷ୍ଣୁପ୍ରିୟା। ବିଷ୍ଷୁପ୍ରିୟା ନାଁକୁ ବଦଳାଇ ହଂସିତା ଅଭିଲିପ୍ସା ରଖିଥିଲେ। ସର୍ଜରୀ କରି ୧୦୭ କିଲୋ ଓଜନରୁ ୭୦ କିଲୋକୁ କମାଇଥିଲେ। ଶରୀରର ବିଭିନ୍ନ ଅଂଶରୁ ଚର୍ବି କାଢି ଓଜନ କମାଇଥିଲେ


ଠକେଇ ପଇସାରେ କରିଛନ୍ତି କେତେ ସମ୍ପତ୍ତି ?


ଏହି ୪୨୦ ଦମ୍ପତ୍ତିଙ୍କ ଠାରୁ ଏଯାବତ ୧୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇ ସାରିଲାଣି। ଭାରି ସୌଖିନ ଥିଲେ ସ୍ବାମୀ ସ୍ତ୍ରୀ। ମର୍ସିଡିସ୍ , ପୋର୍ସେ , ଜାଗୁଆର ଗାଡି ଚଳାଉଥିଲେ। ତାଙ୍କ ପାଖରେ ଥିବା କାର୍‌ର ମୋଟ ମୂଲ୍ୟ ୬ କୋଟିରୁ ଅଧିକ ଟଙ୍କା ହେବ। ଅନୀଲ ଚଳାଉଥିବା ପୋର୍ସେକାର୍ ନଗଦ ଟଙ୍କା ଦେଇ କିଣିଥିଲେ ହଂସିତା। ହଂସିତା ସ୍ବାମୀ ଅନିଲଙ୍କୁ ତାଙ୍କ ଜନ୍ମଦିନରେ ପୋର୍ସେ କାର ଉପହାର ଦେଇଥିଲେ। ତାଙ୍କଠାରୁ ଲକ୍ଷଲକ୍ଷ ଟଙ୍କାର ହୀରା ଅଳଙ୍କାର ଓ ସୁନା ଅଳଙ୍କାର ଜବତ ହୋଇଛି। ଜବତ ହୋଇଥିବା ୪ ଟି ଫ୍ଲାଟର ମୂଲ୍ୟ ୭ କୋଟିରୁ ଅଧିକ ଟଙ୍କା ହେବ। ଏମାନେ ୪ ଟି କମ୍ପାନୀ ପରିଚାଳନା କରୁଥିଲେ। ଆହୁରି ୩୦୦ କୋଟି ଟଙ୍କା ଆତ୍ମସାତ୍ କରିବାକୁ ଏମାନେ ପ୍ରସ୍ତୁତ କରିଥିଲେ ନୀଳନକ୍ସା।

Sponsored
where-did-so-much-money-come-to-hansita | Argus News