Brutal Crime / ହାତରେ ବନ୍ଧୁକ, ଛୁରୀ ଧରି ପ୍ରେମିକର ଘରେ ପଶିଲେ ମହିଳା: ପ୍ରେମିକାର ସ୍ତ୍ରୀକୁ ଛୁରୀ ଭୁସି ମାରିଦେଲା
·4 months ago·2 min read

Key Points
ହାତରେ ବନ୍ଧୁକ, ଛୁରୀ, ସ୍ପ୍ରେ, ତାଲା ଧରି ପ୍ରେମିକର ଘରେ ପଶିଲା ପ୍ରେମିକା
ପ୍ରେମିକଙ୍କ ସ୍ତ୍ରୀଙ୍କୁ ୧୦ ଥର ଛୁରୀ ଭୁସିଲେ ପ୍ରେମିକା
ସମସ୍ତେ ଦେଖୁଥିଲେ ହେଲେ କିଛି କରିପାରିଲେନି
ପ୍ରେମିକଙ୍କ ସ୍ତ୍ରୀଙ୍କୁ ୧୦ ଥର ଛୁରୀ ଭୁସିଲେ ପ୍ରେମିକା
ସମସ୍ତେ ଦେଖୁଥିଲେ ହେଲେ କିଛି କରିପାରିଲେନି
ଆପଣ ଅନେକ ହତ୍ୟା, ଅପରାଧ ପରି ଘଟଣା ଦେଖିଥିବେ ଏବଂ ଶୁଣିଥିବେ। କିନ୍ତୁ କେବେ ଏମିତି ଏକ ଖବର ଦେଖିଛନ୍ତି କି, ଯାହା ଶୁଣିବା ପରେ ଆପଣଙ୍କ ଛାତି ଥରିଉଠିବ। ଆଜିକାଲି ଦୁନିଆରେ ସବୁ ପର। ଏଠି କେହି ନୁହେଁ କାହାର। ପରକିୟାପ୍ରିତିର ଏକ ଭୟାନକ ଚିତ୍ର। ପ୍ରେମିକା କେମିତି ମାରିଲା ପ୍ରେମିକର ସ୍ତ୍ରୀକୁ। ଏହା ହେଉଛି ଏପ୍ରିଲ ୨୨ ତାରିଖ। ଛତ୍ରପତି ସମ୍ଭାଜୀନଗରର ଜଣେ ବାସିନ୍ଦା ଶୀଲା ସୋନାର, ସକାଳେ ଘରୁ ବାହାରକୁ ଯାଉଥିଲେ। ସେ ଏକ ମିଶନରେ ଥାଆନ୍ତି। ସେ ହେଉଛନ୍ତି ସେହି ମହିଳା ଯାହାଙ୍କ ସହିତ ଏକ ଘଟଣା ଘଟିଛି । ସେ ତାଙ୍କ ପ୍ରେମିକଙ୍କ ଘରକୁ ଗଲେ, ତାଙ୍କୁ ଆଶ୍ଚର୍ଯ୍ୟ କରିବା ପାଇଁ ନୁହେଁ, ବରଂ ଏପରି ଏକ ଭୟଙ୍କର ଘଟଣା ଘଟାଇବା ପାଇଁ ଯାହା କେହି କଳ୍ପନା କରି ନ ଥିବେ।
ବନ୍ଧୁକ, ଛୁରୀ, ସ୍ପ୍ରେ ଏବଂ ତାଲା ଧରି ଶୀଲା ଘରେ ପଶି ତାଙ୍କ ପ୍ରେମିକଙ୍କ ପତ୍ନୀ, 40 ବର୍ଷୀୟ ସାଧନା ମହେନ୍ଦ୍ର ସୋନପାଟକରଙ୍କ ଉପରେ ଆକ୍ରମଣ କରିଥନ୍ତି।ପଡ଼ୋଶୀମାନେ ଏହି ନୃଶଂସ ଅପରାଧର ସାକ୍ଷୀ। ଅସହାୟ ହୋଇ ସେମାନେ ଘର ବାହାରେ ଠିଆ ହୋଇ ଦ୍ୱାର ଦେଇ ଘଟଣାଟି ରେକର୍ଡ କରୁଥିଲେ। ଭିଡିଓରେ, ସାଧନା ତାଙ୍କ ଘରର ମଧ୍ୟଭାଗରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବାର ଦେଖାଯାଉଛି, ଯେତେବେଳେ ଶୀଲା ତାଙ୍କ ପାଖରେ ହାତରେ ଏକ ଛୁରୀ ଧରି ଠିଆ ହୋଇଛନ୍ତି। ଶୀଲା ସାଧନାକୁ ଅତି କମରେ 10 ଥର ଛୁରୀ ମାରିଥିବା ସୂଚନା ରହିଛି।
ଏଥିସହ ପଢ଼ନ୍ତୁ: ପୁଅ ପାଇଁ ବାପା ହିନସ୍ତା; ବହେ ମାଡ଼ ଖାଇଲେ, ପରିସ୍ରା ବି ପିଆଇଲେ
ପ୍ରଥମେ ବେକରେ ଏବଂ ତା'ପରେ ଛାତିରେ। ସାଧନାଙ୍କ ଶାଶୁ ଶୀଲାଙ୍କ ପଛରେ ସୋଫାରେ ବସି କାନ୍ଦୁଥିବା ଏବଂ ଏହି ନିଷ୍ଠୁରତା କାର୍ଯ୍ୟ ନକରିବାକୁ ନିବେଦନ କରୁଥିବାର ଦେଖାଯାଉଛି। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ସାଧନାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ପୋଲିସର କହିବା ଅନୁଯାୟୀ, ସେମାନେ ସକାଳ 9:45 ରୁ 10 ଟା ମଧ୍ୟରେ ହତ୍ୟା ସମ୍ପର୍କରେ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ କବାଟ ଭାଙ୍ଗି ଶୀଲା (45)ଙ୍କୁ ହେପାଜତକୁ ନେଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସାଧନାଙ୍କ ଶାଶୁ, ମୁଖ୍ୟ ସାକ୍ଷୀ, ସେ କହିଛନ୍ତି ଯେ, ଶୀଲା ପିସ୍ତଲ ଭଳି ଏକ ଜିନିଷ ଆଣିଥିଲେ, ଯାହାକୁ ବୃଦ୍ଧା ମହିଳା ଜଣକ ଛଡ଼ାଇ ନେଇ ଝରକା ବାହାରକୁ ଫିଙ୍ଗି ଦେଇଥିଲେ। ତା’ପରେ ଶୀଲା ଏକ ଛୁରୀ ବାହାର କରି ଆକ୍ରମଣ କରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ହତ୍ୟା ପଛରେ ବ୍ୟକ୍ତିଗତ ବିବାଦ ଏବଂ ଅବୈଧ ସମ୍ପର୍କ ଉଦ୍ଦେଶ୍ୟ ହୋଇପାରେ। ଏହି ଘଟଣାର ଅଧିକ ତଦନ୍ତ ଚାଲିଛି। ପୋଲିସ ଶୀଲାଙ୍କୁ ହେପାଜତକୁ ନେବା ସହ ଘଟଣାର ଖୋଳତାଡ ଆରମ୍ଭ କରୁଛି।
ଅଧିକ ପଢ଼ନ୍ତୁ ଅପରାଧ ଖବର:
ଅଧିକ ପଢ଼ନ୍ତୁ ଅପରାଧ ଖବର:
Related Topics
Explore more stories