ରାତି ଅଧରେ ଘରୁ ଚୋରି କରୁଥିଲେ, ଦେଖିଦେବାରୁ ମାରିଦେଲେ

ଘରେ ପଶି ଲୁଟ୍ ବେଳେ ବୃଦ୍ଧାଙ୍କୁ ପିଟି ପିଟି ମାରିଦେଲେ ଡକାୟତ । ଯାଜପୁର ବାଲିଚନ୍ଦ୍ରପୁର ଥାନା ତିଗିରିଆ ଗାଁରେ ଏହି ଘଟଣା ଘଟିଛି । ଡକାୟତ ଲୁଟ୍ କଲା ବେଳେ ବୃଦ୍ଧା ସାମ୍ନାକୁ ଆସିଯିବାରୁ ପିଟି ପିଟି ମାରିଦେଲେ । ମୃତ ମହିଳା ଜଣକ ହେଲେ ୮୦ ବର୍ଷୀୟା କୌଶଲ୍ୟା ପତି । ବିଳମ୍ବିତ ରାତିରେ ଘଟିଛି ଘଟଣା ।
ଟିଗିରିଆ ଗ୍ରାମ ରେ ଚୋରି କରିବା ପାଇଁ ଘରେ ପଶିଥିଲେ ଦୁବୃର୍ତ୍ତ । ଦୃର୍ବୁତ୍ତଙ୍କ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବାବେଳେ ଝିଅ ଦୃର୍ବୁତ୍ତଙ୍କ ଆକ୍ରମଣରେ ଆହତ ହୋଇଛନ୍ତି । ମୃତ ମହିଳା ହେଲେ କୌଶଲ୍ୟା ପତି ।
📱 Get Argus News App
✨ସୂଚନା ଅନୁଯାୟୀ ଟିଗିରିଆ ଗ୍ରାମର କୌଶଲ୍ୟା ପତି ଓ ତାଙ୍କ ଝିଅ ଘରେ ଥିବା ସମୟରେ ଦୁଇ ଜଣ ଦୁବୃର୍ତ୍ତ ଲୁଟ୍ କରିବା ପାଇଁ ଘରେ ପଶିଥିଲେ । ଉଭୟ ମା' -ଝିଅ ଦୁବୃର୍ତ୍ତଙ୍କୁ ଦେଖିଦେବା ସମୟରେ ଦୁବୃର୍ତ୍ତମାନେ ମା ଝିଅଙ୍କୁ ଆକ୍ରମଣ କରିଥିଲେ । ଯାହା ଫଳରେ ଦୁବୃର୍ତ୍ତଙ୍କ ଆକ୍ରମଣରେ ବୃଦ୍ଧାଙ୍କ ମୃତୁ ହୋଇଥିବା ବେଳେ ଝିଅ ଆହତ ହୋଇଛନ୍ତି ।
ଝିଅର ପାଟି ଶୁଣି ଘର ପାଖ ଲୋକେ ପହଞ୍ଚିବା ସମୟରେ ସେଠାରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ଘଟଣା ସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
ସେହିପରି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଛକ ନିକଟ ଯୋଡ଼ି ପୋଲଠାରେ ବାଇକ ଆରୋହୀଙ୍କୁ ଆକ୍ରମଣ କରି 30 ହଜାର ଟଙ୍କା ନେଇଯାଇଛନ୍ତି । ବାରହାପୁର ଅଞ୍ଚଳର ବିଶ୍ୱଜିତ ସାହୁ ଏବଂ ଖରିଦା ଅଞ୍ଚଳର ଜିତେଶ କୁମାର ବେହେରା ବାଇକ ଯୋଗେ ବାଲେଶ୍ୱରରୁ ଶ୍ରୀଜଙ୍ଗ ଦେଇ ଘରକୁ ଫେରୁଥିବାବେଳେ ହଠାତ ୩ ଜଣ ଦୁର୍ବୃତ୍ତ ସ୍କୁଟିରେ ଆସି ଭୁଜାଲିରେ ମୁଣ୍ଡକୁ ହାଣିଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଖନ୍ତାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।