ଟିଭିରେ ଶ୍ରୀକୃଷ୍ଣ: ଏହି କଳାକାରଙ୍କୁ ଦେଖିଲେ ଆଜିବି ଭକ୍ତିରେ ହାତ ଯୋଡ଼ନ୍ତି ଭକ୍ତ

Key Points
ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନ, ତାଙ୍କର ଲୀଳା ଓ ଶିକ୍ଷାକୁ ବହୁ ପ୍ରସିଦ୍ଧ ଟିଭି ଧାରାବାହିକ ମାଧ୍ୟମରେ ଦେଖିବାକୁ ମିଳିଛି
ଆଜିବି ଲୋକେ ସେମାନଙ୍କୁ କେଉଁଠି ଦେଖିଲେ, ଭକ୍ତିଭାବରେ ହାତ ଯୋଡ଼ିଦେଇଥାନ୍ତି
ଶ୍ରୀକୃଷ୍ଣଙ୍କ ବାଲ୍ୟକାଳରୁ ମହାଭାରତ ଯୁଦ୍ଧକ୍ଷେତ୍ରରେ ଦିଆଯାଇଥିବା ଉପଦେଶ ପର୍ଯ୍ୟନ୍ତ,ସବୁକୁ ଏହି ଧାରାବାହିକ ରୋଚକ ଭାବରେ ପ୍ରସ୍ତୁତ କରିଥିଲେ
ଛୋଟ ପର୍ଦ୍ଦାରେ ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନ, ତାଙ୍କର ଲୀଳା ଓ ଶିକ୍ଷାକୁ ବହୁ ପ୍ରସିଦ୍ଧ ଟିଭି ଧାରାବାହିକ ମାଧ୍ୟମରେ ଆମ ସମ୍ମୁଖରେ ଅଣାଯାଇଛି। ଜନ୍ମାଷ୍ଟମୀରେ, ସେହି କଳାକାରମାନଙ୍କ ବିଷୟରେ ଜାଣିବା, ଯେଉଁମାନେ ଟିଭିରେ କୃଷ୍ଣଙ୍କ ଭୂମିକା କରି ‘ଅମର’ ହୋଇଗଲେ। ଆଜିବି ଲୋକେ ସେମାନଙ୍କୁ କେଉଁଠି ଦେଖିଲେ, ଭକ୍ତିଭାବରେ ହାତ ଯୋଡ଼ିଦେଇଥାନ୍ତି। ଶ୍ରୀକୃଷ୍ଣଙ୍କ ବାଲ୍ୟକାଳର ମନୋହର କାହାଣୀରୁ ଆରମ୍ଭ କରି ମହାଭାରତ ଯୁଦ୍ଧକ୍ଷେତ୍ରରେ ଦିଆଯାଇଥିବା ଉପଦେଶ ପର୍ଯ୍ୟନ୍ତ,ସବୁ ପ୍ରସଙ୍ଗକୁ ଏହି ଧାରାବାହିକଗୁଡ଼ିକ ରୋଚକ ଭାବରେ ପ୍ରସ୍ତୁତ କରିଥିଲେ।
କଳାକାର ଓ ଧାରାବାହିକ
ନୀତିଶ ଭାରଦ୍ୱାଜ - ମହାଭାରତ
ପ୍ରସିଦ୍ଧ ନିର୍ଦ୍ଦେଶକ ବି.ଆର୍. ଚୋପ୍ରାଙ୍କ ‘ମହାଭାରତ’ ଧାରାବାହିକରେ ନୀତିଶ ଭାରଦ୍ୱାଜ କୃଷ୍ଣଙ୍କ ଭୂମିକାରେ ଥିଲେ। ଏହି ସିରିଅଲ୍ ୨ ବର୍ଷ ଧରି ପ୍ରସାରଣ ହୋଇଥିଲା ଓ ଆଜିବି ଏହା ଦର୍ଶକଙ୍କ ହୃଦୟରେ ଅଛି।
ସ୍ୱପ୍ନିଲ ଯୋଶୀ
କୃଷ୍ଣ ୧୯୯୩ରେ ଡିଡି ନ୍ୟାସନାଲରେ ପ୍ରସାରିତ ହୋଇଥିବା ‘କୃଷ୍ଣ’ ଧାରାବାହିକରେ ସ୍ୱପ୍ନିଲ ଯୋଶୀ କୃଷ୍ଣଙ୍କ ବାଲ୍ୟଭୂମିକା ଖୁବ ସୁନ୍ଦର ଭାବେ ତୁଲାଇ ଥିଲେ। ଏଥିରେ ଶ୍ରୀକୃଷ୍ଣଙ୍କ ଜୀବନ ଓ ଦର୍ଶନକୁ ସୁନ୍ଦର ଭାବରେ ପ୍ରସ୍ତୁତ କରାଯାଇଥିଲା।
ସୁଦୀପ ସାହିର
📱 Get Argus News App
✨ପରମାବତାର ଶ୍ରୀକୃଷ୍ଣ ୨୦୧୭ରେ ପ୍ରସାରିତ ହୋଇଥିବା ଏହି ଧାରାବାହିକରେ ସୁଦୀପ ସାହିର କୃଷ୍ଣଙ୍କ ଭୂମିକାରେ ଥିଲେ। ଏହି କାହାଣୀ କୃଷ୍ଣଙ୍କ ଜନ୍ମ ଓ ଜୀବନକୁ ନେଇ ନିର୍ମାଣ ହୋଇଥିଲା
ସୌରଭ ରାଜ ଜେନ୍
ମହାଭାରତ ୨୦୧୩ରେ ସିଦ୍ଧାର୍ଥ କୁମାର ତିୱାରୀଙ୍କ ‘ମହାଭାରତ’ରେ ସୌରଭ ରାଜ ଜୈନ୍ ଶ୍ରୀକୃଷ୍ଣଙ୍କ ଭୂମିକା ରେ ଥିଲେ। ପୁରୁଣା ‘ମହାଭାରତ’ ପରି, ଏହି ଶୋ’କୁ ମଧ୍ୟ ଦର୍ଶକ ବେଶ ଭଲପାଇଥିଲେ।
ସୁମେଧ ମୁଦ୍ଗଲକର
ରାଧା କୃଷ୍ଣ ୨୦୧୮ରେ ଆସିଥିବା ଏହି ସିରିଅଲ୍ରେ ସୁମେଧ ମୁଦ୍ଗଲକର ଶ୍ରୀକୃଷ୍ଣ ଓ ମଲ୍ଲିକା ସିଂହ୍ ରାଧାଙ୍କ ଭୂମିକାରେ ଥିଲେ। ଏଥିରେ ରାଧା-କୃଷ୍ଣଙ୍କ ଅମର ପ୍ରେମ କାହାଣୀକୁ ପରଦାରେ ତୁଲାଇଥିଲେ କଳାକାର।
ଧୃତି ଭାଟିଆ
ଜୟ ଶ୍ରୀକୃଷ୍ଣ ୨୦୦୮ରେ ପ୍ରସାରଣ ହୋଇଥିବା ଏହି ଧାରାବାହିକରେ ଧୃତି ଭାଟିଆ, କୃଷ୍ଣଙ୍କ ବାଲ୍ୟକାଳର ଭୂମିକାରେ ଥିଲେ। ଏଥିରେ ଶ୍ରୀକୃଷ୍ଣଙ୍କ ବାଲ୍ୟଜୀବନ ଓ ରାଧାଙ୍କ ସହିତ ବିତାଇଥିବା ମନୋହର କାହାଣୀଗୁଡ଼ିକୁ ଦେଖିବାକୁ ମିଳିଥିଲା।