Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Devotion

କ୍ଷୀର ପିଉଛି ଶ୍ରୀକୃଷ୍ଣଙ୍କ ପ୍ରତିମା

Sudeshna Mishra
Browse all articles by Sudeshna Mishra
·11 months ago·1 min read
କ୍ଷୀର ପିଉଛି ଶ୍ରୀକୃଷ୍ଣଙ୍କ ପ୍ରତିମା

Key Points

କ୍ଷୀର ପିଉଛନ୍ତି ପ୍ରଭୁ କୃଷ୍ଣ, ମୂର୍ତ୍ତିର ନିକଟକୁ କ୍ଷୀର ବଢାଇ ଦେଲେ ଆପେ-ଆପେ କ୍ଷୀର ପିଉଛନ୍ତି ପ୍ରଭୁ


ଏପରି ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଏମଭି ୧୫ ଗ୍ରାମରେ


ପ୍ରଭୁ କୃଷ୍ଣଙ୍କ ମୂର୍ତ୍ତି କ୍ଷୀର ପିଉଥିବା ଭିଡିଓ ବର୍ତମାନ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି


ସମସ୍ତେ ଏହି ଅଲୌକିକ ଦୃଶ୍ୟ ଦେଖି ବେସ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଏହାକୁ ଠାକୁରଙ୍କ ଲୀଳା କହି ପୂଜାର୍ଚନା କରିଥିଲେ

କ୍ଷୀର ପିଉଛନ୍ତି ପ୍ରଭୁ କୃଷ୍ଣ, ମୂର୍ତ୍ତିର ନିକଟକୁ କ୍ଷୀର ବଢାଇ ଦେଲେ ଆପେ-ଆପେ କ୍ଷୀର ପିଉଛନ୍ତି ପ୍ରଭୁ। କିଛି ଏପରି ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଏମଭି ୧୫ ଗ୍ରାମରେ। ଯେଉଁଠି ପ୍ରଭୁ କୃଷ୍ଣଙ୍କ ମୂର୍ତ୍ତି କ୍ଷୀର ପିଉଥିବା ଭିଡିଓ ବର୍ତମାନ ଚାରି ଆଡେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।


ସୂଚନା ଅନୁଯାୟୀ ଗ୍ରାମର ତାପତି ସାନା ନାମକ ମହିଳାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ଫୋନ କରି ସୋମବାରକୁ ଏକାଦଶୀ ଥିବାରୁ ପ୍ରଭୁ ଶ୍ରୀ କୃଷ୍ଣ କ୍ଷୀର ପିଉଛନ୍ତି କହିବା ପରେ ତାପତି ନିଜ ଘରେ ଥିବା କୃଷ୍ଣଙ୍କ ମୂର୍ତ୍ତିକୁ ପୂଜା କରି କ୍ଷୀର ପିଆଇବାକୁ ଦେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ କ୍ଷୀର ଟି ଆପେ ଆପେ ଶେଷ ହେଉଥିବା ଦେଖି ସେ ମଧ୍ୟ ବେସ ଚକିତ ହୋଇ ପଡିଥିଲେ। ଏହି ଖବର ଜଣାପଡ଼ିବା ପରେ ତାପତିଙ୍କ ଘରେ ଅଞ୍ଚଳବାସୀଙ୍କ ଭିଡ ଜମିବାରେ ଲାଗିଲା। ସମସ୍ତେ ଏହି ଅଲୌକିକ ଦୃଶ୍ୟ ଦେଖି ବେସ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଏହାକୁ ଠାକୁରଙ୍କ ଲୀଳା କହି ପୂଜାର୍ଚନା କରିଥିଲେ। ତେବେ ପ୍ରକୃତରେ ଠାକୁର କ୍ଷୀର ପିଉଛନ୍ତି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହା ଯଦିଓ ସ୍ପଷ୍ଟ ହୋଇ ନାହି, କିନ୍ତୁ ଏହି ଖବର ପ୍ରକଟ ପରେ ଭିନ୍ନ-ଭିନ୍ନ ମତ ପ୍ରକାଶ ପାଉଛି।


Sponsored
-srikrishnadrinks-milk-from-devotee | Argus News