ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ଜାଣନ୍ତୁ ପ୍ରସିଦ୍ଧ ‘ଛପନଭୋଗ’ ପଛର କାହାଣୀ

Key Points
ଆମ ସଂସ୍କୃତିରେ ଭୋଜନ ସବୁବେଳେ ପର୍ବ-ପର୍ବାଣୀ ଗୁଡିକରେ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଆସିଛି
ସେମାନଙ୍କ ମଧ୍ୟରୁ " ଛପନ ଭୋଗ " ସବୁଠୁ ଅନନ୍ୟ ବୋଲି ଧରାଯାଏ
‘ଛପନଭୋଗ’ର ଅଜଣା କାହାଣୀ
‘ଛପନଭୋଗ’ ରେ କ’ଣ-କ’ଣ ରହିଥାଏ?
ଭାରତରେ ଖାଦ୍ୟ କେବଳ ପେଟ ସହ ଜଡ଼ିତ ନୁହେଁ, ଏହା ଏକ ଭାବନା ଯାହା ହୃଦୟକୁ ଯୋଡ଼େ । ଯେଉଁଥିରେ ଜନ୍ମାଷ୍ଟମୀ ସମୟରେ ଓ ଦୀପାବଳି ବେଳେ ଗୋବର୍ଧନ ପୂଜାରେ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ୫୬ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ପ୍ରତିବର୍ଷ ଏହି ସମୟରେ, ହଜାର-ହଜାର ଭକ୍ତମାନେ ମଥୁରା ଆସନ୍ତି ଓ ୫୬ ପ୍ରକାରର ବ୍ୟଞ୍ଜନ ଅର୍ପଣ କରି ଶ୍ରୀ କୃଷ୍ଣଙ୍କୁ ପ୍ରସନ୍ନ କରନ୍ତି। ଯେଉଁଥିରେ ଜନ୍ମାଷ୍ଟମୀ ସମୟରେ ଓ ଦୀପାବଳି ବେଳେ ଗୋବର୍ଧନ ପୂଜାରେ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ୫୬ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ପ୍ରତିବର୍ଷ ଏହି ସମୟରେ, ହଜାର-ହଜାର ଭକ୍ତମାନେ ମଥୁରା ଆସନ୍ତି ଓ ୫୬ ପ୍ରକାରର ବ୍ୟଞ୍ଜନ ଅର୍ପଣ କରି ଶ୍ରୀ କୃଷ୍ଣଙ୍କୁ ପ୍ରସନ୍ନ କରନ୍ତି।
ମୁଁ ଛୋଟବେଳେ ପଡ଼ିଶାଙ୍କ ଘରେ ଏହି ଭୋଗର ଆନନ୍ଦ ପ୍ରାପ୍ତ କରିଛି, ଆଉ ଏବେ ମଧ୍ୟ, ମନେ ପକାଏ। ସେତେବେଳେ ମୋର ଆଗ୍ରହ କେବଳ ସାଙ୍ଗମାନଙ୍କ ଘରେ ବୁଲି-ବୁଲି ଖାଇବା ଓ ଷ୍ଟ୍ରିଟ୍ଫୁଡ୍ଚାଖିବା ପର୍ଯ୍ୟନ୍ତ ସୀମିତ ଥିଲା। ବହୁ ସମୟ ପରେ ମୁଁ ଏହା ପଛରେ ଥିବା ବିଚାର ଓ ଅର୍ଥକୁ ବୁଝିବା ଆରମ୍ଭ କଲି। ଏବଂ ସେହି କୌତୁହଳ ମୋତେ ‘ଛପନଭୋଗ’ ପଛର କାହାଣୀ ଖୋଜିବାକୁ ପ୍ରେରିତ କଲା।
‘ଛପନଭୋଗ’ର ଅଜଣା କାହାଣୀ
📱 Get Argus News App
✨ପୁରାଣ ଅନୁସାରେ ଇନ୍ଦ୍ରଦେବଙ୍କ କ୍ରୋଧରୁ ସୃଷ୍ଟି ହୋଇଥିବା ଭୟଙ୍କର ଝଡ଼ ଓ ବର୍ଷାରୁ ଗ୍ରାମବାସୀ ଓ ପଶୁମାନଙ୍କୁ ରକ୍ଷା କରିବା ପାଇଁ ପ୍ରଭୁ ଶ୍ରୀକୃଷ୍ଣ ସାତଦିନ ଧରି ଗୋବର୍ଦ୍ଧନ ପର୍ବତକୁ କାଣି ଆଙ୍ଗୁଠିରେ ଉଠାଇ ରଖିଥିଲେ। ସେହି ସାତଦିନ ଶ୍ରୀକୃଷ୍ଣ ତାଙ୍କ ପ୍ରତିଦିନର 8ଟି ଭୋଜନ ବି ଗ୍ରହଣ କରିପାରିନଥିଲେ । ବର୍ଷା ଛାଡ଼ିବା ପରେ, ଗ୍ରାମବାସୀ ତାଙ୍କୁ କୃତଜ୍ଞତା ସ୍ୱରୂପ ‘ଅନ୍ନକୂଟ’, ଅର୍ଥାତ୍ଖାଦ୍ୟର ପର୍ବତ ଅର୍ପଣ କରିଥିଲେ। ଏହାର ଗଣନା ଏଭଳି କରାଯାଏ-ପ୍ରତିଦିନ 8ଟି ଭୋଜନ × 7 ଦିନ, ଯାହାକୁ ମିସାଇଲେ ମୋଟ 56 ପ୍ରକାର ବ୍ୟଞ୍ଜନ, ଯାହାକୁ ଆଜି ‘ଛପନଭୋଗ’ ବୋଲି ବି କୁହାଯାଏ।
‘ଛପନଭୋଗ’ ରେ କ’ଣ-କ’ଣ ରହିଥାଏ?
ସାଧାରଣତଃ ‘ଛପନଭୋଗ’ ରେ ବିଭିନ୍ନ ପ୍ରକାରର ଶସ୍ୟ, ଫଳ ଓ ଡ୍ରାଏ ଫ୍ରୁଟ୍ସ, ପନିପରିବା, ମିଠା, ପାନୀୟ, ନମକିନ୍, ଚଟଣି ଆଦି ରହେ। କିନ୍ତୁ ଏହାର ସଠିକ୍ତାଲିକା ପ୍ରତ୍ୟେକ ଅଞ୍ଚଳରେ ତାଙ୍କ ପ୍ରଥା, ଧାର୍ମିକ ମହତ୍ତ୍ୱ ଓ ଉପଲବ୍ଧ ସାମଗ୍ରୀ ଅନୁଯାୟୀ ପରିବର୍ତ୍ତିନ ହୁଏ। ସାଧାରଣତଃ ସର, ଲବଣି, ଦହି, ଘିଅ ଓ ଚାଉଳ ସହିତ, ମିଠାରେ ସୁଜି ହାଲୁଆ, ଶକ୍କରପାରା, ଘେବର, ରାବିଡ଼ି, ଶ୍ରୀଖଣ୍ଡ ଓ ନମକିନ୍ରେ ଖେଚୁଡ଼ି, ପୁରି, ଶାଗ ସହିତ ବାଦାମ, ପାପଡ଼ ଓ ଚଟଣି ରହେ। ଲହୁଣି ଓ ମିଠା ଶ୍ରୀ କୃଷ୍ଣଙ୍କ ପ୍ରିୟ ହୋଇଥିବାରୁ ତାହା ପ୍ରଭୁଙ୍କ ନିକଟରେ ରଖାଯାଏ। ତେବେ ଆଉ ଗୋଟିଏ ରୋଚକ କଥା ଅନୁସାରେ ଆମର ପାଞ୍ଚୋଟି ଆଙ୍ଗୁଠିରେ ପାଞ୍ଚଟି ରସ ଥାଏ-ମିଠା, ନମକିନ୍, ଖଟା, ତିକ୍ତ ଓ ସ୍ୱାଦ। ହାତରେ ରାନ୍ଧିବା ସମୟରେ, ଏହି ପାଞ୍ଚଟି ରସ ଖାଦ୍ୟରେ ମିଶିଯାଏ। ଛପ୍ପନ୍ଭୋଗକୁ ଯଦି ମୋଟାମୋଟି ଭାବରେ ଦେଖିବା, ଏହା ସେହି ପାଞ୍ଚ ରସର ବଡ଼ ରୂପାନ୍ତର। ପ୍ରଭୁଙ୍କ ଆର୍ଶୀବାଦ ଲାଭ ହେଲା ପରେ ପ୍ରସାଦ ହୁଏ।
ଶ୍ରୀକ୍ଷେତ୍ର ପୁରୀର ଶ୍ରୀଜଗନ୍ନାଥ ମନ୍ଦିର-ଯାହାକୁ ବିଶ୍ୱର ସବୁଠୁ ବଡ଼ ରୋଷଘର ବୋଲି କୁହାଯାଏ, ସେଠାରେ ପ୍ରତିଦିନ ୫୬ ପ୍ରକାର ବ୍ୟଞ୍ଜନ ଦେବତାଙ୍କୁ ଅର୍ପଣ କରାଯାଏ। ସେଠାକାର menu ଯଥା-ଉଖୁଡା (ଗୁଡ଼ଲଗା ପୁଆଳ ଚାଉଳ), ଆରିଶା ପିଠା (ଚାଉଳ ଗୁଣ୍ଡ ଓ ଗୁଡ଼ରେ ତିଆରି), ମରିଚ ଲଡ଼ୁ, ଡାଲମା, ଅମାଲୁ (ମାଲପୁଆ) ଓ ଅନେକ ରହିଛି।
ଲଣ୍ଡନର ଶ୍ରୀ ସ୍ୱାମୀନାରାୟଣ ମନ୍ଦିରରେ, ପ୍ରତିବର୍ଷ ଅନ୍ନକୂଟର ଭବ୍ୟ ଆୟୋଜନ କରାଯାଏ ଯାହା ୭ଟି ସ୍ତର ଦେଇ ପ୍ରସ୍ତୁତ ହୋଇଥାଏ ଓ ଏଥିରେ 1,000ରୁ ଅଧିକ ବ୍ୟଞ୍ଜନ ଶାମିଲ ରହିଥାଏ ଯାହା ପ୍ରସ୍ତୁତ ହେବା ପରେ 85 ଫିଟ ଯାଏଁ ଲମ୍ବିଥାଏ।
ତେଣୁ, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ଆସନ୍ତୁ ଆମେ ଏହି 56 ଭୋଗ ମାଧ୍ୟମରେ ଭାବନାର ପୂର୍ଣ୍ଣତାକୁ ଖୋଜିବା, ଏବଂ ଭୋଜନର ରସ ସହ ଭକ୍ତ-ଭଗବାନଙ୍କ ଏକତାର ଆନନ୍ଦକୁ ପାଳନ କରିବା।