ଭଗବାନ ଶ୍ରୀବିଷ୍ଣୁଙ୍କ ‘ହରିଶୟନ ଏକାଦଶୀ’ ପାଳନ

Key Points
ମହାପ୍ରଭୁଙ୍କର ଦ୍ୱାଦଶଯାତ୍ରା ମଧ୍ୟରେ ଅନ୍ୟତମ ହେଉଛି ଶୟନଯାତ୍ରା
ଆଷାଢ଼ ଶୁକ୍ଳ ଏକାଦଶୀ ଦିନରେ ‘ହରିଶୟନ ଏକାଦଶୀ’ ପାଳନ କରାଯାଏ
ଏହି ଦିନଠୁ ଆରମ୍ଭ କରି ଚାରିମାସ ପର୍ଯ୍ୟନ୍ତ (କାର୍ତ୍ତିକ ମାସର ଶୁକ୍ଳ ଏକାଦଶୀ ଯାଏଁ) ଭଗବାନ ଶ୍ରୀବିଷ୍ଣୁ ଶୟନ କରିଥାନ୍ତି ବୋଲି ବିଶ୍ୱାସ ରହିଛି
ଏହି ଚାରି ମାସକୁ “ଚତୁର୍ମାସ” କୁହାଯାଏ, ଏହି ସମୟରେ ଭକ୍ତମାନେ ବିଶେଷ ଉପବାସ, ପୂଜା, ଓ ନିୟମ ମାନନ୍ତି
ମହାପ୍ରଭୁଙ୍କର ଦ୍ୱାଦଶଯାତ୍ରା ମଧ୍ୟରେ ଅନ୍ୟତମ ହେଉଛି ଶୟନଯାତ୍ରା। ଆଷାଢ଼ ଶୁକ୍ଳ ଏକାଦଶୀ ଦିନରେ ‘ହରିଶୟନ ଏକାଦଶୀ’ ପାଳନ କରାଯାଏ। ଏହି ଦିନଠୁ ଆରମ୍ଭ କରି ଚାରିମାସ ପର୍ଯ୍ୟନ୍ତ (କାର୍ତ୍ତିକ ମାସର ଶୁକ୍ଳ ଏକାଦଶୀ ଯାଏଁ) ଭଗବାନ ଶ୍ରୀବିଷ୍ଣୁ ଶୟନ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଏହି ଚାରି ମାସକୁ “ଚତୁର୍ମାସ” କୁହାଯାଏ। ଏହି ସମୟରେ ଭକ୍ତମାନେ ବିଶେଷ ଉପବାସ, ପୂଜା, ଓ ନିୟମ ମାନନ୍ତି।
ମହାପ୍ରଭୁ ଶ୍ରୀଜଗନ୍ନାଥ ଲୀଳାମୟ ଠାକୁର,ଏହିପାଇଁ କୁହାଯାଏ– “ବାର ମାସରେ ତେର ପର୍ବ”, ଅର୍ଥାତ୍ ପ୍ରତି ମାସରେ କିଛିନା କିଛି ପର୍ବ ରହିଥାଏ । ଏହି ‘ତେର’ ସଂଖ୍ୟାଟି କେବଳ ସାଙ୍କେତିକ ଭାବରେ ବ୍ୟବହୃତ କରାଯାଏ । ବର୍ଷରେ ୧୨ଟି ପ୍ରଧାନ ଯାତ୍ରା ହୁଏ । ଏହା ବ୍ୟତିତ ଅନେକ ଛୋଟ-ବଡ଼ ପର୍ବ ଓ ଯାତ୍ରା ମନ୍ଦିରରେ ପାଳନ କରାଯାଏ। ଏମିତି ଦ୍ୱାଦଶଟି ପ୍ରଧାନ ଯାତ୍ରା ମଧ୍ୟରେ ଏକ ପ୍ରମୁଖ ଯାତ୍ରା ହେଉଛି ‘ଶୟନଯାତ୍ରା’, ଯାହା ଆଷାଢ଼ ମାସର ଏକାଦଶୀ ତିଥିରେ ହୁଏ ।ଏହି ସମୟରେ ଭଗବାନଙ୍କ ପୂଜା, ବ୍ରତ ଓ ଶୟନ ମହୋତ୍ସବ ପାଳନ କରିବାକୁ ବହୁତ ମହତ୍ତ୍ୱ ଦିଆଯାଇଛି । ଯେଉଁମାନେ ଜୀବନକୁ ସଫଳ କରିବାକୁ ଚାହାନ୍ତି, ସେମାନେ ଏହି ଦିନଟିରେ ଭଗବାନଙ୍କ ଶୟନ ଉତ୍ସବ ଅନୁଷ୍ଠାନ କରିବା ଦରକାର ।
ଏକାଦଶୀ ରାତିରେ ଜାଗରଣ କରି ଭକ୍ତମାନେ ଭଗବାନ ବିଷ୍ଣୁଙ୍କ ପୂଜା କରିବା ଉଚିତ । ଏହି ବ୍ରତ କଲେ ବହୁ ପୁଣ୍ୟ ମିଳେ। ଯିଏ ଏହି ପ୍ରକାର ଭୋଗ ଓ ମୋକ୍ଷ ପ୍ରଦାନକାରୀ ସର୍ବପାପହାରୀ ଉତ୍ତମ ଏକାଦଶୀ ବ୍ରତ ପାଳନ କରେ ସେ ଜାତିରେ ଚଣ୍ଡାଳ ହୋଇଥିଲେ ମଧ୍ୟ ସଂସାରରେ ସର୍ବଦା ବିଷ୍ଣୁଙ୍କର ଅତି ପ୍ରିୟ ହୋଇ ରହେ।
📱 Get Argus News App
✨ଚତୁର୍ମାସରେ ଭଗବାନ ବିଷ୍ଣୁ ଶୋଇ ରହନ୍ତି, ଏଥିପାଇଁ ମନୁଷ୍ୟ ଭୂମିରେ ଶୋଇବା ଉଚିତ । ଏହି ଚାରି ମାସରେ-ଶ୍ରାବଣ ମାସରେ ଶାଗ ତ୍ୟାଗ କରିବା, ଭାଦ୍ରବରେ ଦହି ଆଶ୍ୱିନରେ ଦୁଗ୍ଧ ଜାତୀୟ ପଦାର୍ଥ ଓ କାର୍ତ୍ତିକ ମାସରେ ଡାଲି ତ୍ୟାଗ କରିବା ଉଚିତ।
ଯିଏ ଏ ସମୟରେ ବ୍ରହ୍ମଚର୍ଯ୍ୟ ରଖେ ସେ ଶେଷରେ ମୋକ୍ଷ ପାଏ । ଏକାଦଶୀ ବ୍ରତ ରଖିଲେ, ମଣିଷ ସମସ୍ତ ପାପରୁ ମୁକ୍ତ ହୁଏ ।
ଏହି ଚାରି ମାସ ତପସ୍ୟାର ମାସ, ଏବଂ ଏହି ଦିନ ଭଗବାନ ବିଷ୍ଣୁ ଗଭୀର ନିଦ୍ରାରେ ଥାନ୍ତି । ଚାରି ମାସ ପରେ ଦେବଉଠାଣ ଏକାଦଶୀରେ ତାଙ୍କ ନିଦ ଭାଙ୍ଗିଥାଏ । ଶାସ୍ତ୍ର ଅନୁଯାୟୀ ଭଗବାନ ବିଷ୍ଣୁ ଯେତେ ଦିନ ଯାଏଁ ଶୁଅନ୍ତି ସେମଧ୍ୟରେ କୌଣସି ଶୁଭକାର୍ଯ୍ୟ କରାଯାଇନଥାଏ ।
ଚତୁର୍ମାସରେ ନିୟମ ମାନିଲେ ଆତ୍ମା ଶୁଦ୍ଧ ଓ ରୋଗ ମୁକ୍ତ ରହିପାରିବେ ।