Anla Navami / ଚଳଚଞ୍ଚଳ ସାକ୍ଷୀଗୋପାଳ ମନ୍ଦିର, ମା’ ରାଧାରାଣୀଙ୍କ ଦିବ୍ୟ ପାଦ ଦର୍ଶନ
·5 months ago·3 min read

Key Points
କାର୍ତ୍ତିକ ମାସର ପବିତ୍ର ଅଁଳା ନବମୀ
ଚଳଚଞ୍ଚଳ ହୋଇ ଉଠିଛି ସାକ୍ଷୀଗୋପାଳ ମନ୍ଦିର
ମା’ ରାଧାରାଣୀଙ୍କ ଦିବ୍ୟ ପାଦ ଦର୍ଶନ ପର୍ବ
ଚଳଚଞ୍ଚଳ ହୋଇ ଉଠିଛି ସାକ୍ଷୀଗୋପାଳ ମନ୍ଦିର
ମା’ ରାଧାରାଣୀଙ୍କ ଦିବ୍ୟ ପାଦ ଦର୍ଶନ ପର୍ବ
ଓଡ଼ିଆ ଧର୍ମଧାରାରେ ରାଧାକୃଷ୍ଣ ଉପାସନା ବହୁ ପ୍ରାଚୀନ । ଆଜି ଠିକ୍ ସେମିତି ଦିନଟିଏ । କାର୍ତ୍ତିକ ମାସର ପବିତ୍ର ଅଁଳା ନବମୀ। ଚଳଚଞ୍ଚଳ ହୋଇ ଉଠିଛି ସାକ୍ଷୀଗୋପାଳ ମନ୍ଦିର। ମା’ ରାଧାରାଣୀଙ୍କ ଦିବ୍ୟ ପାଦ ଦର୍ଶନ ପର୍ବ । କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି ପବିତ୍ର ଅଁଳା ନବମୀ ବା ଏହାକୁ ଧାତ୍ରୀ ନବମୀ । କୁହାଯାଏ ଏହି ଦିନ ଓଡିଆଣୀ ବେଶରେ ଶ୍ରୀରାଧା ଦର୍ଶନ ଦିଅନ୍ତି । ଯେଉଁଥିପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧାଙ୍କ ପାଦ ଦର୍ଶନ କରିବାକୁ ପ୍ରବଳ ଭକ୍ତଙ୍କ ସମାଗମ ହୁଏ । ହେଲେ ଆପଣ ଜାଣିଛନ୍ତି କାହିଁକି ଓଡିଆଣୀ ବେଶରେ ଦର୍ଶନ ଦିଅନ୍ତି ରାଧାରାଣୀ...
ଏହି ସାକ୍ଷୀଗୋପାଳ ମନ୍ଦିରରେ ପୂଜିତ ବିଗ୍ରହ ପ୍ରଥମେ କାଞ୍ଚିରେ ଥିଲେ। ଗଜପତି ପୁରୁଷୋତ୍ତମ ଦେବ କାଞ୍ଚି ବିଜୟ କରିବା ପରେ ଶ୍ରୀକ୍ଷେତ୍ର ଆସିଲେ। ସେଠାରୁ କଟକ ବାରବାଟୀ ଦୁର୍ଗ, ଖୋର୍ଦ୍ଧା ଦୁର୍ଗ, ଗଡ଼ କନ୍ତଳବାଇ(ଭୁଷଣ୍ଡପୁର), ଗଡ଼ ରଥୀପୁର(ଜଟଣୀ)ରେ ରହିବା ପରେ ଶେଷରେ ସତ୍ୟବାଦୀରେ ସ୍ଥାପିତ ହୋଇଛନ୍ତି। ହେଲେ ଇତିହାସର କାଳଖଣ୍ଡରେ କୌଣସି ସ୍ଥାନରେ ମା’ ରାଧାଙ୍କ ମୂର୍ତ୍ତିର ପ୍ରସଙ୍ଗ ନାହିଁ। ଯାହା ପରବର୍ତ୍ତି ସମୟରେ ଗୋପାଳଙ୍କ ସହ ଯୋଡି ହୋଇଛନ୍ତି ।
ଶ୍ରୀକୃଷ୍ଣ ସାକ୍ଷୀଗୋପାଳ ରୂପେ ରହିଲେ ସାକ୍ଷୀଗୋପାଳରେ । ଶ୍ରୀରାଧା ରହିଲେ ବୃନ୍ଦାବନରେ । ପରସ୍ପର ସହିତ ମିଳନ ନ ହେବାରୁ ଉଭୟେ ଭାରି ଅଶ୍ୱସ୍ତି ଅନୁଭବ କଲେ । ସମୟକ୍ରମେ ପ୍ରିୟା ଶ୍ରୀରାଧା ସେବକ ସାହିସ୍ଥିତ ଶ୍ରୀସାକ୍ଷୀଗୋପାଳଙ୍କ ବଡ଼ପଣ୍ଡା ବେଲେଶ୍ୱର ମହାପାତ୍ରଙ୍କ ଘରେ ମାନବୀ ପ୍ରିୟା ଲକ୍ଷ୍ମୀ ରୂପରେ ଜନ୍ମ ହେଲେ । ପ୍ରଭୁ ସାକ୍ଷୀ ଗୋପାଳ ନିଇତି ରାତିରେ ମନ୍ଦିର ଛାଡ଼ି ଲକ୍ଷ୍ମୀସହ ଲକ୍ଷ୍ମୀଙ୍କ ବାସଭବନକୁ ଆସନ୍ତି ।
ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ବକୁଳବନରେ ଲକ୍ଷ୍ମୀଙ୍କସହ କେଳି କରନ୍ତି । ଅଧିକାଂଶ ସମୟରେ ପ୍ରଭୁଙ୍କ ବଂଶୀ, ରାତ୍ରପିନ୍ଧା ବସନ, ଚୂଳ ଆଦିଲକ୍ଷ୍ମୀଙ୍କ ଶୟନ ପଲଙ୍କରୁ ମିଳିବାରୁ ରାଜା ବଡ଼ପଣ୍ଡାଙ୍କୁ ଚୋର କହି ନାନା ନିର୍ୟ୍ୟାତନା ଦେଲେ । ବଡ଼ପଣ୍ଡା ବେଲେଶ୍ୱର ମହାପାତ୍ରେ ନିରୁପାୟ ହୋଇ ସାକ୍ଷୀ ଗୋପାଳଙ୍କର ଶରଣ ପଶିଲେ ।
ଭକ୍ତବତ୍ସଳ ଭଗବାନ ପ୍ରଭୁ ସାକ୍ଷୀଗୋପାଳ ରାଜାଙ୍କୁ ସ୍ୱପ୍ନରେ କହିଲେ, ବଡ଼ପଣ୍ଡା ନିର୍ଦୋଷ । ମୋର ପ୍ରିୟା ରାଧା ତାଙ୍କ ଘରେ ଲକ୍ଷ୍ମୀ ରୂପରେ ଜନ୍ମଲାଭ କରିଛି । ତୁ ଯଥାଶୀଘ୍ର ଲକ୍ଷ୍ମୀଙ୍କ ପରି ଏକ ସୁବର୍ଣ୍ଣ ପ୍ରତିମା ଶୀଘ୍ର ନିର୍ମାଣ କରାଇ ମୋ ପାଖରେ ପ୍ରତିଷ୍ଠା କର ।
ପ୍ରଭୁଙ୍କ ସ୍ୱପ୍ନାଦେଶ ଅନୁସାରେ ରାଜା ଗଡ଼ଜାତ ରଣପୁର ଅଞ୍ଚଳରୁ କେତେକ କୁଶଳୀ କାରିଗର ଅଣାଇ ଲକ୍ଷ୍ମୀଙ୍କ ପରି ଗୋଟିଏ ସୁବର୍ଣ୍ଣ ମୂର୍ତ୍ତି ନିର୍ମାଣ କରାଇଲେ । ମୂର୍ତ୍ତିଟି ନିର୍ମାଣ ଆରମ୍ଭ ଦିନରୁ ଲକ୍ଷ୍ମୀ ରୋଗରେ ଶଯ୍ୟାଶାୟୀ ହେଲେ । ମୂର୍ତ୍ତିର ଜୀବନ୍ୟାସ ଦିଆହେବା ସମୟରେ ଲକ୍ଷ୍ମୀ ଇହଲୀଳା ସମ୍ବରଣ କରିଥିଲେ । ପ୍ରଭୁ ସାକ୍ଷୀଗୋପାଳଙ୍କ ଇଚ୍ଛାନୁଯାୟୀ ତାଙ୍କର ପ୍ରିୟା ଲକ୍ଷ୍ମୀଙ୍କ ମର ଶରୀରକୁ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ସଂସ୍କାର କରାଯାଇଥିଲା ।
ଏହାକୁ ମନେ ରଖିବାକୁ ଲକ୍ଷ୍ମୀଙ୍କ ସମାଧି ସ୍ଥଳରେ ଏକ ମହାବୀର ମନ୍ଦିର ପ୍ରତିଷ୍ଠା କରାଗଲା । ଲକ୍ଷ୍ମୀଙ୍କୁ ରାଧିକା ରୂପେ ପାଇ ଶ୍ରୀସାକ୍ଷୀଗୋପାଳଙ୍କ ଦୀର୍ଘ ଦିନର ମନସ୍କାମନା ପୂର୍ଣ୍ଣ ହେଲା । ଠାକୁର ପଶ୍ଚିମାଞ୍ଚଳ ବାସୀ ହୋଇଥିବାରୁ ଅନ୍ନପ୍ରସାଦ ପରିବର୍ତ୍ତେ ଗହମ ଜାତ ସାମଗ୍ରୀ ଭୋଗ କରାଗଲା । ପଶ୍ଚିମାଞ୍ଚଳ ମହିଳାଙ୍କ ପରି ଦେବୀ ଶ୍ରୀରାଧାଙ୍କ ପିନ୍ଧା ଶାଢ଼ୀ ଦ୍ୱାରା ତାଙ୍କର ପାଦପଦ୍ମ ବର୍ଷସାରା ଘୋଡ଼ାଇ ହୋଇ ରହିଲା । ଏହି ଭଳି କିଛି ଦିନ ବିତିଲା । କିଛି ସେବକ ବିଚାର କଲେ ଠାକୁରାଣୀ ଶ୍ରୀରାଧା ମାନବୀ ପ୍ରିୟା ଲକ୍ଷ୍ମୀ ରୂପେ ଆମ ଓଡ଼ିଶାରେ ଆସି ସତ୍ୟବାଦୀରେ ରହିଲେ , କିନ୍ତୁ ଦିନେ ହେଲେ ତ ଓଡ଼ିଆଣୀ ବେଶ ହେଲେ ନାହିଁ । ପରିଶେଷରେ ସ୍ଥିର ହେଲା ରାଧା ରୂପେ ପୂଜା ପାଉଥିବା ଲକ୍ଷ୍ମୀଙ୍କ ଜନ୍ମଦିନ କାର୍ତ୍ତିକମାସ ଶୁକ୍ଳପକ୍ଷ ନବମୀ ତିଥିରେ ଓଡ଼ିଆଣୀ ବେଶ ଅନୁଷ୍ଠିତ ହେବ ।
ଆଉ ଆଜି ସେହି ଦିନଟି । ଓଡିଆଣା ବେଶରେ ସଜ୍ଜିତ ହୋଇଛନ୍ତି ଶ୍ରୀରାଧା । ବେଶ ସମୟରେ ଠାକୁରାଣୀ କାଣିଆ କଛା ମାରନ୍ତି, ଫଳରେ ବର୍ଷସାରା ଶାଢ଼ୀରେ ଆବୃତ ହୋଇ ରହିଥିବା ଠାକୁରାଣୀଙ୍କ ପାଦପଦ୍ମ ଦ୍ୱୟକୁ ଭକ୍ତମାନେ ଦର୍ଶନ କରିଥାନ୍ତି । ଏହି ଦିନ ଗୋପାଳଙ୍କୁ ଚନ୍ଦନ ଚର୍ଚ୍ଚିତ କରାଯାଇ ମସ୍ତକରେ ସ୍ୱର୍ଣ୍ଣ କିରୀଟ, ହାତରେ ସୁବର୍ଣ୍ଣ ବଂଶୀ ସାଙ୍ଗକୁ ନଟବର ବେଶରେ ଏବଂ ରାଧାଙ୍କୁ ଖଣ୍ଡୁଆ ପାଟବସ୍ତ୍ର ସହ କିରୀଟ, ପାଉଁଜି, ଝୁଣ୍ଟିଆ, କୁଣ୍ଡଳ, ଚାପସରି ସେବତୀ ହାର, ନୋଥ, ଗୁଣା ଏବଂ ଅଁଳା ହାର ଲାଗି କରାଯାଏ । କୁହାଯାଏ ଶ୍ରୀରାଧାଙ୍କ ପାଦ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories