Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Devotion

Khandagiri Kumbh Mela / ଖଣ୍ଡଗିରି ମେଳାରେ ଭଣ୍ଡବାବାଙ୍କୁ ନା, ହେବନାହିଁ ଅଶ୍ଳୀଳ ନୃତ୍ୟ

Bikash Mohanty
Browse all articles by Bikash Mohanty
·6 months ago·2 min read
ଖଣ୍ଡଗିରି ମେଳାରେ ଭଣ୍ଡବାବାଙ୍କୁ ନା, ହେବନାହିଁ  ଅଶ୍ଳୀଳ ନୃତ୍ୟ
KHANDAGIRI MELA

Key Points

ଖଣ୍ଡଗିରି ମେଳାରେ ଅନ୍ଧବିଶ୍ୱାସ ଓ ଭଣ୍ଡବାବାଙ୍କୁ ନା
ହେବନାହିଁ ଅଶ୍ଳୀଳ ନୃତ୍ୟ
ଆସନ୍ତା ୨୫ରୁ ଭୁବନେଶ୍ବରର ଖଣ୍ଡଗିରିରେ ଆରମ୍ଭ ହେବ ମାଘମେଳା
ଖଣ୍ଡଗିରି କୁମ୍ଭମେଳାରେ ଅନ୍ଧବିଶ୍ୱାସକୁ ‘ନା’ । ଭଣ୍ଡବାବା ମାନଙ୍କ ପ୍ରବେଶ ହେବ ନିଷିଦ୍ଧ। ସନାତନୀ ସଂସ୍କୃତି ନୀତିରେ ହେବ ହୋମ ଯଜ୍ଞ। ଅନ୍ଧବିଶ୍ୱାସ, କୁସଂସ୍କାର ଓ ଭକ୍ତ ଶୋଷଣ ବିରୋଧରେ ନିଆଯିବ କଡ଼ା ପଦକ୍ଷେପ । ହେବନାହିଁ ଅଶ୍ଳୀଳ ନୃତ୍ୟ। ମେଳାକୁ ଆସିବେ ୫୦୦ରୁ ଉର୍ଦ୍ଧ ସାଧୁସନ୍ଥ।

ଆସନ୍ତା ୨୫ ତାରିଖ ମାଘ ସପ୍ତମୀରୁ ଭୁବନେଶ୍ବରର ଖଣ୍ଡଗିରିରେ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ମାଘମେଳା । ଏହି ମେଳାକୁ ପବିତ୍ରତା, ଶ୍ରଦ୍ଧା ଓ ଆସ୍ଥାର ମହୋତ୍ସବ ଭାବେ ରଖିବା ଉଦ୍ଦେଶ୍ୟରେ ବିଶ୍ବ ସନାତନ ବୈଦିକ ଧର୍ମ ପରିଷଦ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗତବର୍ଷ ମାନଙ୍କରେ କିଛି ତଥାକଥିତ ବାବା ଖଣ୍ଡଗିରିକୁ ଆସୁଛନ୍ତି । କିଏ କର୍କଟ ରୋଗ ଭଲ କରିବା ପାଇଁ ପାଣି ବୋତଲ ବ୍ୟବହାର କଥା କହି ଲୋକଙ୍କୁ ଭଣ୍ଡଉ ଥିଲେ ତ ଆଉ କିଏ ବିଭୂତି ଦେଇ ରୋଗ ଭଲ କରିଦେଉଥିବା ଦାବି କରୁଥିଲେ । ଶ୍ରଦ୍ଧାଳୁମାନେ ଏମାନଙ୍କୁ ବିଶ୍ବାସ କରୁଥିଲେ ମଧ୍ୟ ପରେ ଅନେକ ଅସନ୍ତୋଷ ପ୍ରକାଶ କରିଥିଲେ । ଏଭଳି କିଛି ଭଣ୍ଡବାବାଙ୍କ ପାଇଁ ପ୍ରସିଦ୍ଧ ଖଣ୍ଡଗିରି ମେଳାର ଗରିମା କ୍ଷୁର୍ଣ୍ଣ ହେବାରେ ଲାଗିଛି। ତେଣୁ ଖଣ୍ଡଗିରି କୁ ମନା ଭଣ୍ଡ ବାବା। ଏହି ବିଷୟରେ କଡ଼ା ନଜର ରଖିବା ସହ ପ୍ରଶାସନ ସହ ସମନ୍ୱୟରେ କାମ କରିବ କମିଟି । ଯଦି କୌଣସି ବ୍ୟକ୍ତି ଏଭଳି ଅନୈତିକ କିମ୍ବା ଭ୍ରମକାରୀ କାର୍ଯ୍ୟରେ ଜଡିତ ଥିବା ଦେଖାଯାଏ, ତେବେ ତୁରନ୍ତ ପ୍ରଶାସନକୁ ଅବଗତ କରାଯିବ ଏବଂ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ।

ଚଳିତ ମାଘମେଳାକୁ ୫୦୦ ରୁ ଅଧିକ ସାଧୁ, ଯୋଗୀ ଖଣ୍ଡଗିରିକୁ ଆସିବେ। ସେମାନଙ୍କ ରହଣି, ଖାଇବା, ସ୍ନାନ ଓ ଉପାସନା ପାଇଁ ଆଗୁଆ ବନ୍ଦୋବସ୍ତ କରାଯାଇଛି। ଏଥର ଅଶ୍ଳୀଳ ନୃତ୍ୟ ହେବ ନାହିଁ। ଶାନ୍ତିଶୃଙ୍ଖଳାର ସହ ପରିବେଷଣ ହେବ ଖଣ୍ଡଗିରି ଯାତ୍ରା। ପୂର୍ବ ବର୍ଷମାନଙ୍କରେ ଯାତ୍ରା ମଞ୍ଚ ତଳେ ୫ହଜାର ଚୌକି ପଡ଼ୁଥିଲା, ହେଲେ ଏଥରକ ତାହାର ଅଧା ଅର୍ଥାତ ଅଢେଇହଜାର ଚୌକି ପଡ଼ିବ। ଯାତ୍ରା ପରିବେଷଣ ବେଳେ ଦର୍ଶକମାନେ ଯେପରି ବସିବା ଓ ଯାତାୟାତରେ କୌଣସି ବାଧକ ନଆସିବ ସେଦିଗରେ ଗୁରୁତ୍ୱ ଦିଆଯିବ ।

ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ବୈଠକରେ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ ପାଇଁ ଜୋର ଦିଆଯାଇଥିବା ବେଳେ ଏହାକୁ କଡ଼ାକଡ଼ି ପାଳନ କରାଯିବ। ଖଣ୍ଡଗିରି ମେଳା ମାଘ ସପ୍ତମୀରୁ ଆରମ୍ଭ ହୋଇ ମାଘ ପୂର୍ଣ୍ଣମୀ ଅର୍ଥାତ୍ ୯ ଦିନ ଧରି ଖଣ୍ଡଗିରିରେ ତପ ଜପ, ରାମଚରିତମାନସ, ନାମ ସଂକୀର୍ତ୍ତନ ଓ ବିଶ୍ୱଶାନ୍ତି ମହାଯଜ୍ଞ କରାଯିବ। ଆଧ୍ୟାତ୍ମିକ ପରିବେଶ ସହ ଆଧୁନିକତାର ସମ୍ମିଶ୍ରରେ ପ୍ରକର୍ମ୍ପିତ ହେବ ଖଣ୍ଡଗିରି। ଏହାର ପାଦଦେଶରେ ହେଉଥିବା ମେଳାର ମଜା ନେବେ ରାଜଧାନୀବାସୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Khandagiri Kumbh Mela | No To Superstition In Khandagiri Kumbh Mela, Fake Baba Also Banned | Argus News