Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Devotion

Puri Temple / ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ବେଢ଼ା ଫଟୋ

Smruti Parija
Browse all articles by Smruti Parija
·9 months ago·1 min read
ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ବେଢ଼ା ଫଟୋ

Key Points

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ବେଢ଼ା ଫଟୋ

ସ୍ପଷ୍ଟ ଦିଶୁଛି ରୋହିଣୀ କୁଣ୍ଡ ,ବିମଳା ମନ୍ଦିର ସମ୍ମୁଖ ସିଂହ ,ସାକ୍ଷୀଗୋପାଳ

ଇନଷ୍ଟାରେ ପୋଷ୍ଟ କଲେ ଯୁବକ

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ବେଢ଼ା ଫଟୋ । ଫଟୋଟିରେ ଶ୍ରୀମନ୍ଦିର ଭିତର ବେଢ଼ାରେ ଥିବା ରୋହିଣୀ କୁଣ୍ଡ ,ବିମଳା ମନ୍ଦିର ସମ୍ମୁଖ ସିଂହ ,ସାକ୍ଷୀଗୋପାଳ ଆଦିର ଭ୍ୟୁ ଅପଲୋଡ କରିଛନ୍ତି ଜଣେ insta ୟୁଜର । ବିମଳାଙ୍କ ମନ୍ଦିର ସମ୍ମୁଖ ସିଂହ ମଧ୍ୟ ସ୍ପଷ୍ଟ ଦେଖାଯାଉଛି । ତେବେ ଶୁଭ୍ରାଂଶୁ ନାମକ ଇନଷ୍ଟା ଆଇଡିରୁ ଫଟୋଟି ଅପଲୋଡ଼ ହୋଇଛି । ଉକ୍ତ ଆକାଉଣ୍ଟଟି ଅନ୍ୟ ୟୁଜରଙ୍କ ପାଇଁ ପ୍ରାଇଭେଟ୍ ରହିଛି ।


ଏ ଘଟଣା ଥରେ ନୁହେଁ ବରଂ ବାରମ୍ବାର ଘଟୁଛି । ଶ୍ରୀମନ୍ଦିର ଭିତରେ ମୋବାଇଲ ବ୍ୟବହାର ବାରଣ ସତ୍ତ୍ୱେ ନିୟମ ଭାଙ୍ଗୁଛନ୍ତି ଶ୍ରଦ୍ଧାଳୁ । ଯେଉଁଥିପାଇଁ ନିକଟରେ ଏନେଇ ଶ୍ରୀମନ୍ଦିର ପକ୍ଷରୁ ମଧ୍ୟ କଡା ପଦକ୍ଷେପ ନିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ନିକଟରେ ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦ୍ୱାରରେ ନିୟୋଜିତ ପୋଲିସ କର୍ମଚାରୀମାନଙ୍କୁ ବଡି କ୍ୟାମେରା ସହିତ ସଜ୍ଜିତ କରାଯାଇଛି ଯେଉଁଥିରେ ଅଡିଓ କ୍ଷମତା ଏବଂ ଯଥେଷ୍ଟ ସଂରକ୍ଷଣ କ୍ଷମତା ରହିଛି । ଏହି ପଦକ୍ଷେପ ମନ୍ଦିର ପରିସରରେ ପ୍ରବେଶ କରୁଥିବା ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ଉପରେ ନଜର ରଖିବାରେ ଯଥେଷ୍ଟ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି । ଏହି କ୍ୟାମେରାଗୁଡ଼ିକ ମନ୍ଦିର ଭିତରକୁ ପ୍ରତିବନ୍ଧିତ ସାମଗ୍ରୀ ଆଣିବାକୁ ନିଷେଧ କରିବାରେ ମଧ୍ୟ ସାହାଯ୍ୟ କରିବ । ଏହା ବ୍ୟତୀତ ସେମାନେ ଅଣ-ସେବାୟତଙ୍କୁ ଚିହ୍ନଟ କରିବାରେ ଏବଂ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସାହାଯ୍ୟ କରିବେ।

Related Topics

Explore more stories

Sponsored
Puri Temple | puri-temple-inside-video-goes-viral-again | Argus News