ହୋଲି ପରେ ଭଗବାନ ବିଷ୍ଣୁ ଏବଂ ମହାଦେବଙ୍କ ମଧ୍ୟରେ କାହିଁକି ହୋଇଥିଲା ଯୁଦ୍ଧ, ଜାଣନ୍ତୁ ପୁରା କାହାଣୀ..

ଆସୁଛି ରଙ୍ଗର ପର୍ବ ହୋଲି । ହିନ୍ଦୁ ଧର୍ମରେ ହୋଲି ପର୍ବ ଏକ ଖାସ ପର୍ବ ଭାବେ ପାଳନ କରାଯାଏ । ପୁରାଣ ମୁତାବକ ହୋଲିକାର ଦହନ ପରେ ଖରାପ ଉପରେ ଭଲର ବିଜୟ ପାଇଁ ଏହି ହୋଲି ପର୍ବର ପାଳନ ହୋଇଥାଏ । ହୋଲିକାର ଦହନ ଭଗବାନ ବିଷ୍ଣୁଙ୍କ ଭକ୍ତ ପ୍ରହହ୍ଲାଦ ଏବଂ ତାଙ୍କର ପିତା ହିରଣ୍ୟକଶ୍ୟପଙ୍କ ମଧ୍ୟରେ ସଂଘର୍ଷ ହେଉଥିବା ସମୟରେ ହୋଇଥିଲା । ଏବଂ ଶେଷରେ ହିରଣ୍ୟକଶ୍ୟପର ବଦ୍ଧ କରିବା ପାଇଁ ଭଗବାନ ବିଷ୍ଣୁ ନୃସିଂହ ଅବତାର ନେଇଥିଲେ । କିନ୍ତୁ ହିରଣ୍ୟକଶ୍ୟପକୁ ବଦ୍ଧ କରିବା ପରେ ଭଗବାନ ବିଷ୍ଣୁଙ୍କ ନୃସିଂହ ଅବତାର ଶାନ୍ତ ହେବା ଖୁବ କଷ୍ଟ ଥିଲା । ଏହି ନୃସିଂହ ଅବତାରକୁ ଶାନ୍ତ କରିବା ପାଇଁ ଅବତାର ନେଇଥଲେ ଭଗବାନ ଶିବ । ତେବେ ଆସନ୍ତୁ ଜାଣିବା କେମିତି ନୃସିଂହ ଅବତାରକୁ ଶାନ୍ତ କରାଇଥିଲେ ମହାଦେବ ।
ହିରଣ୍ୟକଶ୍ୟପର ମୃତ୍ୟୁରେ ସମସ୍ତେ ବେଶ ପ୍ରଶନ୍ନ ଥିଲେ । ଦେବତାମାନଙ୍କ ମଧ୍ୟରେ ଉତ୍ସାହ ଥିଲା । ପ୍ରତ୍ୟେକ ମଣିଷ ଆନନ୍ଦରେ ଉପଭୋଗ କରୁଥିଲେ । କିନ୍ତୁ ହଠାତ ଏକ ଗର୍ଜନରେ ସମସ୍ତଙ୍କ ମନରେ ଭୟ ଜାତ ହୋଇଥିଲା । ଯେଉଁ ଗର୍ଜନ କିଛି ସମୟ ପୂର୍ବରୁ ଦୁଷ୍ଟ ଶରୀରକୁ ନାଶ କରୁଥିଲା, ସେହି ଗର୍ଜନ କିଛି ସମୟ ପରେ ଏକ ଭୟଙ୍କର ଗର୍ଜନ ପରି ସୁବୁଥିଲା । ଯାହାର ପ୍ରଭାବରେ ପ୍ରକମ୍ପିତ ହେଉଥିଲା ସାରା ବ୍ରହ୍ମାଣ୍ଡ । ଭୟରେ ଥରୁଥିଲେ ପ୍ରତ୍ୟେକ ପୃଥିବୀବାସୀ । ଭଗବାନ ବିଷ୍ଣୁଙ୍କ ଏହି ଅବତାର ଧିରେଧିରେ ଶାନ୍ତ ହେବା ପରିବର୍ତ୍ତେ ଆହୁରି ଉଗ୍ର ହୋଇ ଉଠୁଥିଲା । ଭୟବୀତ ହୋଇ ବ୍ରହ୍ମା ପ୍ରହହ୍ଲାଦଙ୍କୁ ପ୍ରଭୁ ବିଷ୍ଣୁଙ୍କୁ ଶାନ୍ତ କରିବା ପାଇଁ ପ୍ରାର୍ଥନା କରିବାକୁ କହିଥିଲେ । ହେଲେ ତଥାପି ଶାନ୍ତ ହୋଇ ନଥିଲେ ନୃସିଂହନାଥ ।
ଏହାପରେ ବ୍ରହ୍ମା ମହାଦେବଙ୍କ ପାଖକୁ ଯାଇଥିଲେ, ଏବଂ ତାଙ୍କୁ ଅବତାର ନେଇ ବିଷ୍ଣୁଙ୍କ ଏହି ରୂପକୁ ଶାନ୍ତ କରିବାକୁ ଅନୁରୋଧ କରିଥିଲେ । କାରଣ ଶିବଙ୍କ ତାଣ୍ଡବ ଉଗ୍ର ରୂପକୁ ପ୍ରଭୁ ବିଷ୍ଣୁହିଁ ଶାନ୍ତ କରିଥିଲେ । ଏହା ଶୁଣିବା ପରେ ପ୍ରଭୁ ଶିବ ନିଜର ଏକ କେଶ ଉପାଡି ବୀରଭଦ୍ର ରୂପ ଉତ୍ପନ୍ନ କରିଥିଲେ । ଏହି ଅବତାରଙ୍କୁ ନୃସିଂହ ଅବତାର ଶାନ୍ତ କରିବା ପାଇଁ ପଠାଇଥିଲେ । ବୀରଭଦ୍ର ନୃସିଂହନାଥଙ୍କ ପାଖକୁ ଯିବା ସମୟରେ ଦେଖିଥିଲେ, ନୃସିଂହ ନକ୍ଷତ୍ର ଗୁଡିକୁ ରାଗରେ କାଢିବାକୁ ଚେଷ୍ଟା କରୁଥିଲେ । ସେହି ସମୟରେ ବୀରଭଦ୍ର ତାଙ୍କୁ ପ୍ରାର୍ଥନା କରି କହିଥିଲେ, "ପ୍ରଭୁ, ଆପଣ ଯାହାକୁ ଦମନ କରିବାକୁ ଏହି ରୂପ ନେଇଥିଲେ, ତାକୁ ଦମନ କରି ସାରିଛନ୍ତି । ଏବେ ଦୟାକରି ନିଜ ରୂପକୁ ଫେରି ଆସନ୍ତୁ । ଶାନ୍ତ ହୋଇଯାଆନ୍ତୁ । ଆପଣ ଧର୍ମର ପୁନଃସ୍ଥାପନା କରିବା ପାଇଁ ଅବତାର ନେଇଥିଲେ । ଯାହାର ଉଦ୍ଦେଶ୍ୟ ସଫଳ ରୂପେ ପୂର୍ଣ୍ଣ ହୋଇସାରିଛି । ଏହି ହିଂସ୍ର ରୂପକୁ ଦମନ କରି ନିଜର ପରୋପକାରୀ ରୂପକୁ ପ୍ରତ୍ୟାବର୍ତ୍ତନ କରନ୍ତୁ ପ୍ରଭୁ ।"
କିନ୍ତୁ ନୃସିଂହ ଭଗବାନ ଏହାକୁ ନଶୁଣି ବୀରଭଦ୍ର ଉପରେ ଆକ୍ରମଣ କରିବାକୁ ଆରମ୍ଭ କରିଥିଲେ । ବୀରଭଦ୍ର ଜାଣିଥିଲେ, ସେ ନୃସିଂହଙ୍କର ଏହି ରୂପକୁ ସାମ୍ନା କରି ପାରିବେ ନାହିଁ । ତେଣୁ ସେ ତାଙ୍କୁ ସାମ୍ନା ନକରି ଚୁପଚାପ ଅଟକି ଯାଇଥିଲେ । କିନ୍ତୁ ଅଚାନକ ଏକ ପରିବର୍ତ୍ତନ ଦେଖବାକୁ ମିଳିଥିଲା । ସୂର୍ଯ୍ୟ ଲୁଚିଯିବାକୁ ଲାଗିଥିଲେ, ନକ୍ଷତ୍ରର ଚମକ ଫିକା ପଡି ଯାଇଥିଲା, ଆକାଶଗଙ୍ଗାରେ ଗ୍ରହଣ ଲାଗି ଯାଇଥିଲା । ଏହି ସମୟରେ ନୃସିଂହନାଥଙ୍କ ସମ୍ମୁଖରେ ଆବିର୍ଭାବ ହୋଇଥିଲା ଏକ ବିଶାଳ ରୂପ । ଯେଉଁ ରୂପ ନୃସିଂହନାଥଙ୍କ ଠାରୁ ଅନେକ ଗୁଣରେ ବଡ ଥିଲା । ତାଙ୍କର ଚମକ ସାମ୍ନାରେ ଫିକା ପଡି ଯାଉଥିଲା ନକ୍ଷତ୍ରର ଚମକ । ଏହି ରୂପ ଥିଲା ମହାଦେବଙ୍କର ଶରଭ ରୂପ । ଏହି ରୂପରେ ନୃସିଂହଙ୍କ ପଞ୍ଝାଠାରୁ ତାଙ୍କର ପଞ୍ଝା ଆହୁରି ବିଶାଳକାୟ ଥିଲା । ଶରଭ ପକ୍ଷୀ ଭଳି ୮ଟି ପର ଥିଲା ।
ଶରଭ ଏକ ପ୍ରକାର ଜଙ୍ଗଲୀ ପକ୍ଷୀ । କୁହାଯାଏ, ଏହି ପକ୍ଷୀର ବଳ ସିଂହଠାରୁ ମଧ୍ୟ ଅଧିକ । ତେବେ ପ୍ରଭୁ ମହାଦେବଙ୍କର ଏହି ରୂପ ନୃସିଂହନାଥଙ୍କ ଠାରୁ ମଧ୍ୟ ଭୟଙ୍କର ଥିଲା, ଏବଂ ଗର୍ଜନ ମଧ୍ୟ ତାଙ୍କଠାରୁ ଖୁବ ଭୟଙ୍କର ଥିଲା । ନୃସିଂହ ଅବତାର ଏହି ରୂପକୁ ଦେଖି ତାଙ୍କୁ ଆକ୍ରମଣ କରିବା ପାଇଁ ଆସୁଥିବା ବେଳେ ମହାଦେବଙ୍କ ଏହି ଶରଭ ରୂପ ତାଙ୍କୁ ବାରମ୍ବାର ପରାସଲ୍ତ କରୁଥିଲେ । ଶେଷରେ ନିଜ ପଞ୍ଝାରେ ନୃସିଂହଙ୍କ ଏହି ରୂପକୁ ଧରି ସେ ସବୁ ଲୋକରୁ ଉପରକୁ ନେଇଥିଲେ । ବ୍ରହ୍ଣାଣ୍ଡର ସର୍ବୋଚ୍ଚ ଶିଖରକୁ ନେଇ ଯାଇଥିଲେ ମହାଦେବ। ଏବଂ ଏହାପରେ ତାଙ୍କୁ ଛାଡି ଦେଇଥିଲେ । ଯେତେବେଳେ ନୃସିଂହନାଥ ପୃଥିବୀ ସହ ଧକ୍କା ହୋଇଥିଲେ , ସେତେବେଳେ ଏହି ବିଶାଳ ଅବତାର ତାଙ୍କ ଦେହରୁ ବାହାରି ଯାଇଥିଲେ । ଏହିଭଳି ଭଗବାନ ବିଷ୍ଣୁ ନିଜ ଅବତାରରୁ ମୁକ୍ତ ହୋଇଥିଲେ ।