Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Devotion

ଆଜି ଦିନବେଳା ମନ୍ଦିର ବନ୍ଦ, ସନ୍ଧ୍ୟା ୭ଟାରେ ଖୋଲିବ ମନ୍ଦିର

Smruti Parija
Browse all articles by Smruti Parija
·1 year ago·1 min read
ଆଜି ଦିନବେଳା ମନ୍ଦିର ବନ୍ଦ, ସନ୍ଧ୍ୟା ୭ଟାରେ ଖୋଲିବ ମନ୍ଦିର

Key Points

ଆଜି ମା'ଙ୍କ ଆଷାଢୀ ପର୍ବ

ଦିନବେଳା ବନ୍ଦ ରହିବ ମନ୍ଦିର

ସନ୍ଧ୍ୟା 7 ଟା ପରେ ହେବ ନୀତିକାନ୍ତି

କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ଘଟଗାଁ ମା' ତାରିଣୀଙ୍କ ମନ୍ଦିର ଆଜି ଦିନବେଳା ବନ୍ଦ ରହିଛି । ଆଜି ମା'ଙ୍କ ଆଷାଢୀ ପର୍ବ ପାଇଁ ପ୍ରଥା ଅନୁଯାୟୀ ମା' ତାରିଣୀ ମନ୍ଦିର, ମା' ଦୁଆରଶୁଣି ମନ୍ଦିର ଦିନବେଳା ସମ୍ପୂର୍ଣ୍ଣ ବନ୍ଦ ରହିଛି । ଆଜି ସନ୍ଧ୍ୟା ୭ ଘଟିକା ଠାରୁ ମନ୍ଦିର ଖୋଲା ଯାଇ ମା'ଙ୍କ ନୀତିକାନ୍ତି ଅନୁଷ୍ଠିତ ହେବା ସହ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ପୂଜାର୍ଚ୍ଚନା ଯଥାରୀତି ଅନୁଯାୟୀ ଅନୁଷ୍ଠିତ ହେବ।


ଏହି ସମୟରେ ଭକ୍ତ ମାନେ ମା'ଙ୍କ ଦର୍ଶନ କରିପାରିବେ । ତେବେ ପ୍ରତ୍ୟେକ ବର୍ଷ ଅଷାଢ ମାସର ଶେଷ ଗୁରୁବାରରେ ମା'ଙ୍କ ଆଷାଢୀ ପର୍ବ ପାଳନ କରାଯାଇଥାଏ । ଏହି ଗୋଟିଏ ଦିନ ଭକ୍ତଙ୍କ ମଙ୍ଗଳ କାମନା ପାଇଁ ମା' ତାରିଣୀ ଉପବାସ ରହିଥାନ୍ତି । ତେଣୁ ଦିନବେଳା ମନ୍ଦିର ବନ୍ଦ ରହିବା ସହ ସମସ୍ତ ନିତିକାନ୍ତି ମଧ୍ୟ ବନ୍ଦ ରହିଥାଏ । ଏହି ଆଷାଢୀ ପର୍ବରେ ବିଳମ୍ବିତ ରାତିରେ ମା'ଙ୍କ ନିଷୀପୂଜା ମଧ୍ୟ ଅନୁଷ୍ଠିତ ହୋଇଥାଏ । ଆଜି ଆସୁଥିବା ଭକ୍ତମାନେ ମନ୍ଦିର ବାହାରୁ ହିଁ ମା'ଙ୍କୁ ଦର୍ଶନ କରୁଥିବା ଦେଖିବାକୁ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored