Videos
|
Devotion

Vastu Tips / ଘରର ଏହି ସ୍ଥାନରେ ଟଙ୍କା ଓ ଗହଣା ରଖନ୍ତୁ ନାହିଁ, ଆସିପାରେ ଆର୍ଥିକ ସମସ୍ୟା

Rashmita Mishra
Browse all articles by Rashmita Mishra
·2 hours ago·2 min read
ଘରର ଏହି ସ୍ଥାନରେ ଟଙ୍କା ଓ ଗହଣା ରଖନ୍ତୁ ନାହିଁ, ଆସିପାରେ ଆର୍ଥିକ ସମସ୍ୟା
Vastu Tips

Key Points

ଘରର ଏହି ସ୍ଥାନରେ ଟଙ୍କା ରଖନ୍ତୁ ନାହିଁ ନଚେତ୍...
ଏଇଠି ଟଙ୍କା ରଖିଲେ ହୋଇଯିବେ ଭିକାରୀ । 
ଘରର ଏହି ସ୍ଥାନରେ ଟଙ୍କା ଓ ଗହଣା ରଖନ୍ତୁ ନାହିଁ । 
ଆସିପାରେ ଆର୍ଥିକ ସମସ୍ୟା ।
ବାସ୍ତୁ ଶାସ୍ତ୍ରରେ ଧନ ଓ ଗହଣାକୁ କେବଳ ମୂଲ୍ୟବାନ ସମ୍ପତ୍ତି ଭାବେ ନୁହେଁ, ମା’ ଲକ୍ଷ୍ମୀଙ୍କ ସ୍ୱରୂପ ଭାବେ ମଧ୍ୟ ବିବେଚନା କରାଯାଏ । ତେଣୁ ଘରେ ଧନ ଓ ଅଳଙ୍କାର ରଖିବା ସମୟରେ ସ୍ଥାନକୁ ନେଇ ଅନେକ ବାସ୍ତୁ ନିୟମ ରହିଛି । ଅନେକ ଲୋକ ଚୋରି କିମ୍ବା ଅନ୍ୟମାନଙ୍କ ନଜରରୁ ବଞ୍ଚାଇବା ପାଇଁ ଘରର ବିଭିନ୍ନ ଗୁପ୍ତ ସ୍ଥାନରେ ଟଙ୍କା ଓ ଗହଣା ଲୁଚାଇ ରଖନ୍ତି । କିନ୍ତୁ ବାସ୍ତୁ ଅନୁଯାୟୀ କିଛି ସ୍ଥାନରେ ଧନ ରଖିବା ଅଶୁଭ ବୋଲି ମନେ କରାଯାଏ ।

  • ୧. ରୋଷେଇ ଘର ଡବାରେ

ଅନେକ ଲୋକ ଚାଉଳ, ଅଟା କିମ୍ବା ଡାଲି ଡବା ତଳେ ଟଙ୍କା ଓ ଗହଣା ଲୁଚାଇ ରଖନ୍ତି । ବାସ୍ତୁ ଅନୁଯାୟୀ, ରୋଷେଇ ଘରେ ଅଗ୍ନି ଓ ଜଳ ଦୁଇଟି ତତ୍ତ୍ୱର ପ୍ରଭାବ ରହିଥାଏ । ଡବାରେ ଟଙ୍କା ରଖିବା ଦ୍ୱାରା ଧନ ଓ ଅନ୍ନର ଶକ୍ତି ପ୍ରଭାବିତ ହୋଇପାରେ ବୋଲି ବିଶ୍ୱାସ ରହିଛି । ଏହା ଫଳରେ ଅଯଥା ଖର୍ଚ୍ଚ ବଢ଼ିବା ଓ ଆର୍ଥିକ ସମସ୍ୟା ଦେଖାଦେବାର ଆଶଙ୍କା ରହିଥାଏ ।

  • ୨. ମୁଖ୍ୟ ଦ୍ୱାରର ଠିକ୍ ସାମ୍ନାରେ

କିଛି ଲୋକ ଘରର ମୁଖ୍ୟ ଦ୍ୱାର ପାଖରେ ଥିବା ଆଲମାରି କିମ୍ବା କାନ୍ଥର ଗୁପ୍ତ ସ୍ଥାନରେ ଟଙ୍କା ରଖନ୍ତି । ବାସ୍ତୁ ଅନୁଯାୟୀ, ମୁଖ୍ୟ ଦ୍ୱାର ଘରକୁ ଶକ୍ତି ପ୍ରବେଶର ପ୍ରମୁଖ କେନ୍ଦ୍ର । ତେଣୁ ଦ୍ୱାରର ଠିକ୍ ସାମ୍ନାରେ ଧନ ରଖିଲେ ସକାରାତ୍ମକ ଶକ୍ତିର ପ୍ରବାହ ବାଧାପ୍ରାପ୍ତ ହୋଇପାରେ ବୋଲି ବିଶ୍ୱାସ କରାଯାଏ ।

  • ୩. ଗଦି କିମ୍ବା ଖଟ ତଳେ

ଆପାତକାଳୀନ ସମୟ ପାଇଁ ଅନେକେ ଗଦି ତଳେ କିମ୍ବା ଖଟର ଷ୍ଟୋରେଜ୍‌ରେ ଟଙ୍କା ଓ ଗହଣା ରଖନ୍ତି । କିନ୍ତୁ ବାସ୍ତୁ ଦୃଷ୍ଟିରୁ ଖଟ ଶୋଇବା ଓ ସ୍ୱାସ୍ଥ୍ୟ ସହ ଜଡ଼ିତ । ଏହା ତଳେ ମୂଲ୍ୟବାନ ସାମଗ୍ରୀ ରଖିବା ଦ୍ୱାରା ମାନସିକ ଚାପ ଓ ନିଦ୍ରା ସମ୍ବନ୍ଧୀୟ ସମସ୍ୟା ବଢ଼ିପାରେ ବୋଲି କୁହାଯାଏ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ୪. ସିଡ଼ି ତଳେ

ଜାଗାର ଅଭାବ ଯୋଗୁଁ ଅନେକ ଘରେ ସିଡ଼ି ତଳେ ଆଲମାରି କିମ୍ବା ଗୁପ୍ତ ସ୍ଥାନ କରାଯାଇ ସେଠାରେ ଟଙ୍କା ରଖିଥାନ୍ତି । ବାସ୍ତୁ ଅନୁଯାୟୀ, ସିଡ଼ି ତଳ ଅଞ୍ଚଳକୁ ଭାରୀ ଚାପ ଓ ସବୁବେଳେ ଯାତାୟାତ ସହ ଜଡ଼ିତ ବୋଲି ମନେ କରାଯାଏ । ଏଠାରେ ଧନ ରଖିଲେ ଆର୍ଥିକ ଅଭିବୃଦ୍ଧିରେ ବାଧା ଓ ଋଣ ସମସ୍ୟା ବଢ଼ିପାରେ ବୋଲି ବାସ୍ତୁ ବିଶ୍ୱାସ ରହିଛି । ତେବେ ଏସବୁ ବାସ୍ତୁ ଶାସ୍ତ୍ର ଆଧାରିତ ପାରମ୍ପରିକ ବିଶ୍ୱାସ ଏହାକୁ ବୈଜ୍ଞାନିକ ଭାବେ ପ୍ରମାଣିତ ଆର୍ଥିକ ନିୟମ ଭାବେ ନେବା ଉଚିତ ନୁହେଁ ।