ମାସେ ପୂଜା ପାଇବେ ବୁଢ଼ା ଗଣେଶ, ଟୋକା ଗଣେଶ, କାଞ୍ଚନ ଗଣେଶ ଓ ପିଲା ଗଣେଶ

Key Points
ମାସେ ପୂଜା ପାଇବେ ବୁଢ଼ା ଗଣେଶ
ବଜାୟ ରହିଛି 500 ବର୍ଷର ପରମ୍ପରା
ମାସେ କାଲ ପୂଜା ପାଇବେ ବୁଢ଼ା ଗଣେଶ, ଟୋକା ଗଣେଶ, କାଞ୍ଚନ ଗଣେଶ ଓ ପିଲା ଗଣେଶ
ଆଜି ପବିତ୍ର ଗଣେଶ ପୂଜା ଉପଲକ୍ଷେ ଉତ୍ସବ ମୁଖର ହୋଇଛି ସମଗ୍ର ଭଦ୍ରକ ସହର । ସହରର ବହୁ ପୁରାତନ 500 ବର୍ଷରୁ ଉର୍ଦ୍ଧ୍ୱ ଗଣେଶ ପୂଜା ମଣ୍ଡପ ହେଉଛି ବାବା ବୁଢ଼ା ଗଣେଶ ମଣ୍ଡପରେ ବେଶ ଧୂମଧାମରେ ଚଳିତ ବର୍ଷ ପୂଜା ପାଳନ କରାଯାଉଛି । ସେହିପରି ଟୋକା ଗଣେଶ, ପିଲା ଗଣେଶ ଓ କାଞ୍ଚନ ଗଣେଶ ଭଳି ମଣ୍ଡପରେ ବେଶ ଧୂମଧାମରେ ପୂଜାର୍ଚ୍ଚନା ପାଳନ କରାଯାଉଛି ।
ଅନ୍ୟପଟେ ସହରର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ବି ଧୂମଧାମରେ ପୂଜା ପାଳନ କରାଯାଉଛି । ଆଜିଠାରୁ ଏକ ମାସ ଧରି ପୂଜା ପାଇବେ ବାବା ବୁଢ଼ା ଗଣେଶ, ଟୋକା ଗଣେଶ, କାଞ୍ଚନ ଗଣେଶ ଓ ପିଲା ଗଣେଶ । ସେଥିପାଇଁ ସମସ୍ତ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରୀତିନୀତି ଅନୁଯାୟୀ ସାଳନ୍ଦୀ ନଦୀରୁ ବାବା ବୁଢ଼ା ଗଣେଶଙ୍କ ଘଟ ଉଠା ଯାଇଛି ।
📱 Get Argus News App
✨ପାରମ୍ପରିକ ବାଦ୍ୟ ଯନ୍ତ୍ର ସହ ଏହି ଘାଟରେ ପାଣି ଉଠା ଯାଇ ବାବାଙ୍କ ପାଖରେ ପୂଜାର୍ଚ୍ଚନା କରାଯାଉଛି । ବାବାଙ୍କ ପାଖରେ ଯିଏ ବି ମାନସିକ କରିଥାନ୍ତି, ତାର ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେହିପରି ଟୋକା ଗଣେଶଙ୍କୁ ବେଶ ଧୂମଧାମରେ ପୂଜାର୍ଚ୍ଚନା କରାଯାଉଛି ।
ଅନ୍ୟପଟେ କାଞ୍ଚନ ଓ ପିଲା ଗଣେଶ କମିଟି ପକ୍ଷରୁ ନିଆରା ପୂଜା କରାଯାଇଛି । କାଞ୍ଚନ ଗଣେଶ କମିଟି ପକ୍ଷରୁ ନାରାୟଣ ପୂଜା କରାଯାଇଛି । ବାଟ, ଭିକାରିମାନଙ୍କୁ ବସ୍ତ୍ର ଦାନ ସହ ଭୋଜନର ବ୍ୟବସ୍ଥା କରାଯାଇଛି । ସେହିପରି ପିଲା ଗଣେଶ କମିଟି ବି ଏଥର କିଛି ନୂଆ କରିଛି । ତେବେ ସବୁ ମଣ୍ଡପ ଓ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି । ଅନ୍ୟପଟେ ଜିଲ୍ଲାର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ମଧ୍ୟ ବେଶ ଧୂମଧାମରେ ବିଘ୍ନ ବିନାଶକଙ୍କ ପୂଜା କରାଯାଇଛି ।