ଚଳଚଞ୍ଚଳ ଶ୍ରୀକ୍ଷେତ୍ର...ଗହଗହ ନାଦରେ ଗଗନ ପବନ ହଉଛି ମୁଖରିତ
·2 years ago·1 min read

- ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା...ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ଚତୁର୍ଦ୍ଧା ବିଗ୍ରହ...ଭାଇ ଭଉଣୀଙ୍କ ସହ 108 ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ଶ୍ରୀଜୀଉ
- ଭୋର୍ ୫ଟାରୁ ଆରମ୍ଭ ହୋଇଥିଲା ଧାଡି ପହଣ୍ଡି..ପ୍ରଥମେ ବଡ ଭାଇ ବଳଭଦ୍ର, ପରେ କାଳିଆ ସାଆନ୍ତ ଓ ଶେଷରେ ଭଉଣୀ ଶୁଭଦ୍ରା ସ୍ନାନବେଦୀରେ ବିରାଜମାନ କରିଛନ୍ତି
- ଚଳଚଞ୍ଚଳ ଶ୍ରୀକ୍ଷେତ୍ର...ଗହଗହ ନାଦରେ ଗଗନ ପବନ ହଉଛି ମୁଖରିତ..ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ସୁରୁଖୁରୁରେ ଚାଲିଛି ସ୍ନାନ ନୀତି...ପହଣ୍ଡି ବେଳେ ବିଶୃଙ୍ଖଳା ସୃଷ୍ଟି ହେବା ଭଳି ପରିସ୍ଥିତି ଚଳିତ ବର୍ଷ ନାହିଁ ..ଗଜାନନ ବେଶ ବେଳେ କିଭଳି ବିନା ବାଧାରେ ଦର୍ଶନ କରିବେ ଶ୍ରଦ୍ଧାଳୁ ସେନେଇ ନିଆଯାଇଛି ପଦକ୍ଷେପ
- 4 ଜିଲ୍ଲାକୁ ଛୁଇଁଛି ମୌସୁମୀ...ଖୁବଶୀଘ୍ର ସାରା ରାଜ୍ୟରେ ପ୍ରବେଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ...ପ୍ରଚଣ୍ଡ ଖରା ଓ ଗୁଳିଗୁଳିରୁ ଆଶ୍ବସ୍ତି
- ରାୟଗଡ଼ା କାଶୀପୁରରେ ଡିପଥେରିଆ ପ୍ରକୋପରୁ ଏଯାଏ ମିଳିନି ନିସ୍ତାର...ସେପଟେ ଅନୁଗୁଳରେ ଚିନ୍ତା ବଢ଼ାଇଲାଣି ଜାପାନୀ ଏନସେଫାଲାଇଟିସ୍... ପୁଷ୍ଟିହୀନତା ଉଭୟ ରୋଗ ସଂକ୍ରମଣ ପଛର ମୁଖ୍ୟ କାରଣ
- ଆସନ୍ତା 25ରୁ ହେବାକୁ ଥିବା CSIR-UGC-NET ପରୀକ୍ଷା ସ୍ଥଗିତ...ଅନିବାର୍ଯ୍ୟ କାରଣବଶତଃ ଏବଂ ଲଜିଷ୍ଟିକ୍ ଇସ୍ୟୁରୁ ପରୀକ୍ଷା ସ୍ଥଗିତ ରଖିଲା NTA...ଖୁବଶୀଘ୍ର ଘୋଷଣା ହେବ ସଂଶୋଧିତ ପରୀକ୍ଷା ତାରିଖ
- ପୃଥକ ପୃଥକ ସଡକ ଦୁର୍ଘଟଣା..କଟକରେ ଟ୍ରକକୁ ପିଟି ଦୁଇ ବାଇକ ଆରୋହୀ ମୃତ...ଖୋର୍ଦ୍ଧାରେ ଛିଡା ହୋଇଥିବା ଟ୍ରକକୁ ପିଟିଲା ଟ୍ରକ ଜଣେ ମୃତ
- ବାରିପଦା ବସଷ୍ଟାଣ୍ଡରେ ହୋଇଥିବା ଗଣ୍ଡଗୋଳ, ମାରପିଟ ଓ ହଣାକଟା ଘଟଣାରେ ବସ ଚଳାଚଳ ଠପ୍..ଯାତ୍ରୀ ଅନ୍ତସନ୍ତ
- ସୁପାରି ଦେଇ ଏସସିବି ମେଡିକାଲର ଫାର୍ମାସିଷ୍ଟଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୬ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: