Chhera Pahanra / ଆରମ୍ଭ ହେଲା ଛେରା ପହଁରା ନୀତି: ଜାଣନ୍ତୁ ମହାବାହୁଙ୍କ ଘୋଷଯାତ୍ରାର ଦୁର୍ଲଭ ନୀତି...
·2 months ago·2 min read

Key Points
ଆରମ୍ଭ ହେଲା ଛେରା ପହଁରା ନୀତି
ତିନି ରଖରେ ଛେରା ପହଁରା କରିବେ ଗଜପତି
ରଥ ଉପରେ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା

ଆରମ୍ଭ ହେଲା ଛେରା ପହଁରା ନୀତି। ତିନି ରଖରେ ଛେରା ପହଁରା କରିବେ ଗଜପତି। ରଥ ଉପରେ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା। ଆରମ୍ଭ ହେଲା ରଥଯାତ୍ରାର ପ୍ରମୁଖ ଓ ପାରମ୍ପରିକ ନୀତି ଛେରା ପହଁରା। ରଥର ଚାରିପାଖରେ ପାଦଚାରଣ କରି ସୁନାର ଝାଡୁରେ ଝାଡ଼ିଥାନ୍ତି ଗଜପତି। ଝାଡ଼ୁ କରାଯାଇଥିବା ସ୍ଥାନରେ ସୁଗନ୍ଧିତ ଚନ୍ଦନ ପାଣି ସିଞ୍ଚନ କରିଥାନ୍ତି। ଠାକୁରଙ୍କୁ ବନ୍ଦାପନା କରି କର୍ପୂର ଆଳତି କରିଥାନ୍ତି।''
.ଉପବାସ କରିଥାନ୍ତି ଗଜପତି ?
ଛେରା ପହଁରା ନୀତି ସରିବା ଯାଏଁ ଗଜପତି ମହାରାଜା ଉପବାସ ରହିବା ସଂଗେ ସଂଗେ ଶ୍ରୀନଅର ଅଗଣାରେ ରଖାଯାଇଥିବା କନକ ଦୁର୍ଗା ଠାକୁରାଣୀଙ୍କୁ ପ୍ରଣାମ କରି ଶ୍ରୀନଅର ଅଗଣାରେ ରଖାଯାଇଥିବା ହାତୀଦନ୍ତ ଓ ରୈାପ୍ୟ ନିର୍ମିତ ତାମଯାନରେ ବିଜେ କରିଥାନ୍ତି । ଶ୍ରୀନଅରରୁ ବିଜେ କରିବା ସମୟରେ ବେହେରା ଖୁଂଟିଆ ଆଗରେ ରହିଥାନ୍ତି , କାହାଳୀ ଓ ବଜନ୍ତରୀ ବାଦ୍ୟର ତାଳେତାଳେ ପଟୁଆର ଶୋଭାଯାତ୍ରାରେ ଗଜପତି ରଥ ଆଡକୁ ଆସୁଥିବା ବେଳେ ବଡଦାଣ୍ଡରେ ହରିବୋଲ ଓ ହୁଳୁହୁଳି ଦେଇ ଠାକୁରମାନଙ୍କର ଜୟଜୟକାର କରିଥାନ୍ତି ।''
ଏଥିସହ ପଢ଼ନ୍ତୁ: ରଥଯାତ୍ରା ସମୟରେ କାହିଁକି ହୁଏ ଅଧର ପଣା ନୀତି ? ଜାଣନ୍ତୁ କଣ ରହିଛି କାରଣ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସର୍ବପ୍ରଥମେ ବଳଭଦ୍ରଙ୍କ ରଥ ସମ୍ମୁଖରେ ତାମଯାନ ରହେ , ଏବଂ ତାପରେ ଗଜପତି ମହାରାଜ ଉକ୍ତ ରଥ ଉପରକୁ ଉଠିଥାନ୍ତି । ତାଙ୍କ ସାଙ୍ଗରେ ରାଜପରିବାରର ସଦସ୍ୟ ରାଜଗୁରୁ, ଲେଙ୍କା, ବେହେରା ଖୁଂଟିଆ, ଗରାବଡୁ ଓ ଦେଉଳକରଣ ଆଦି ସେବକ ମଧ୍ୟ ରହିଥାନ୍ତି । ରାଜା ଠାକୁରଙ୍କ ସମ୍ମୁଖରେ ଆରତୀ କରି ସୁନା ଚାମର ଆଲଟ ସେବା କରିଥାନ୍ତି । ରାଜଗୁରି ମୁଦୁଲି ସେବକଙ୍କ ଠାରୁ ସୁନା ଖଡିକା ଆଣି ସଂସ୍କାର କରି ଗଜପତିଙ୍କ ହାତକୁ ବଢାଇଥାନ୍ତି । ଏହି କ୍ରମରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଓ ଦେବୀ ସୁଭଦ୍ରାଙ୍କ ରଥ ଉପରେ ଛେରା ପହଁରା ନୀତି ସଂପନ୍ନ ହୋଇଥାଏ । ଛେରା ପହଁରା ସରିବା ପରେ ଗଜପତି ମହାରାଜା ତାମଯାନରେ ପଟୁଆର ସହ ଶ୍ରୀନଅର ଅଭିମୁଖେ ଯାତ୍ରା କରିଥାନ୍ତି ।''
ଶ୍ରୀଜିଉଙ୍କ ଏହି ସ୍ୱତନ୍ତ୍ର ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିର ଏବଂ ଦେବସ୍ନାନ ମଣ୍ଡପରେ ଲକ୍ଷାଧିକ ଭକ୍ତଙ୍କର ଜନ ସମାଗମ ହୋଇଥାଏ । ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ, ରାଜନୀତି, ବନ୍ଦାପନା, କର୍ପୂର ବର୍ତକ, ଚାମର, ଆଲଟ ସେବା, ପୟମାଳା ଗ୍ରହଣ ଆଦି ରହିଥାଏ । ତିନି ରଥ ଉପରେ ଶ୍ରୀ ବିଗ୍ରହମାନଙ୍କ ପହଣ୍ଡି ବିଜେ ହୋଇ ରଥାରୂଢ ହେବାପରେ ମୁଖ୍ୟ ବିଗ୍ରହମାନଙ୍କ ମଇଲମ ଓ ମାଳଫୁଲ, ଲାଗି ହୋଇଥାଏ ।''
ଏହାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜନୈକ ପଦାଧିକାରୀ, ଶ୍ରୀମନ୍ଦିର କମାଣ୍ଡର, ଆବଶ୍ୟକ ସଂଖ୍ୟକ ମନ୍ଦିର ପୁଲିସ ଏବଂ ସରକାରୀ ପୁଲିସ ଶ୍ରୀନଅରକୁ ଯାଇ ବିଧିବଦ୍ଧ ଭାବେ ଗଜପତି ମହାରାଜାଙ୍କୁ ଛେରା ପହଁରା ସେବା କରିବା ପାଇଁ ଖବର ପଠାଇଥାନ୍ତି । ଶ୍ରୀନଅରରେ ଖବର ପଂହଚିବା ପରେ ଗଜପତି ମହାରାଜା ରାଜକୀୟ ବେଶରେ ଆସି ଛେରା ପହଁରା କରିଥାନ୍ତି ।''
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର:

Related Topics
Explore more stories