Videos
|
Devotion

Solar Eclipse / ଦିନ ଦ୍ୱିପ୍ରହରରେ ହେଲା ରାତି ଆକାଶରୁ ଉଭେଇଗଲେ ସୂର୍ଯ୍ୟ

Rashmita Mishra
Browse all articles by Rashmita Mishra
·2 weeks ago·2 min read
ଦିନ ଦ୍ୱିପ୍ରହରରେ ହେଲା ରାତି ଆକାଶରୁ ଉଭେଇଗଲେ ସୂର୍ଯ୍ୟ
Solar Eclipse

Key Points

ଦିନ ଦ୍ୱିପ୍ରହରରେ ହେଲା ରାତି ଆକାଶରୁ ଉଭେଇଗଲେ ସୂର୍ଯ୍ୟ । 
ସୂର୍ଯ୍ୟଙ୍କୁ ଢାଙ୍କିଦେଲେ ଚନ୍ଦ୍ର ସ୍ପେନ୍‌ରେ ବିରଳ ଦୃଶ୍ୟ । 
୧୦୦ ବର୍ଷ ପରେ ବିରଳ ସୂର୍ଯ୍ୟଗ୍ରହଣ ଅନ୍ଧାରରେ ଡୁବିଲା ସ୍ପେନ୍ ।
ଦିନରେ ନାମିଲା ଘନ ଅନ୍ଧାର ସୂର୍ଯ୍ୟଗ୍ରହଣ ଦେଖି ଚକିତ ଲୋକେ । 

ଡହଡହ ଖରାରେ ଝଲସୁଥିଲା ସହର… ହଠାତ୍ ଛାଇଗଲା ଘନ ଅନ୍ଧାର! ଦିନ ଦ୍ୱିପ୍ରହରରେ ଲାଗିଲା ଯେମିତି ରାତି ଓହ୍ଲାଇ ଆସିଛି । ଆକାଶରୁ ଗାଏବ ହୋଇଗଲେ ସୂର୍ଯ୍ୟ, ଆଉ ଏହି ଅବିଶ୍ୱସନୀୟ ଦୃଶ୍ୟକୁ ମୋବାଇଲ୍ କ୍ୟାମେରାରେ କଏଦ କରିବାକୁ ଲାଗିଲା ଲୋକଙ୍କ ଭିଡ଼ । କିନ୍ତୁ ଏହା କୌଣସି ଚମତ୍କାର ନୁହେଁ… ମହାକାଶରେ ଘଟିଥିଲା ଏକ ବିରଳ ଘଟଣା ଚନ୍ଦ୍ର ଢାଙ୍କି ଦେଇଥିଲା ସୂର୍ଯ୍ୟଙ୍କୁ ! ଆଉ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ହଜାର ହଜାର ଲୋକଙ୍କ ଆଖି ଲାଖି ରହିଥିଲା ଆକାଶ ଉପରେ ।

ଏମିତି ଅନ୍ଧାର ହୋଇଯିବ ବୋଲି କେହି ଭାବି ନଥିଲେ । ଦିନ ଦ୍ଵିପ୍ରହରରେ ପୁରା ଅନ୍ଧାର ହୋଇଗଲା ସହର । ଡହ ଡହ ଖରା ହେଉଥିଲା ହଠାତ ସହର ଅନ୍ଧାର ହୋଇଗଲା । ଆକାଶରେ ସୂର୍ଯ୍ୟ କୁଆଡ଼େ ଉଭେଇ ଗଲେ । ମୋବାଇଲେ କଏଦ ହେଲା ଏହି ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟ କରିଦେଲାଭଳି ଦୃଶ୍ୟ । କୋଟି କୋଟି ଲୋକ ଏହି ମହାଜାଗତିକ ଦୃଶ୍ୟକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଆକାଶରୁ ଉଭେଇ ଗଲେ ସୂର୍ଯ୍ୟ । ଦିନ ଦ୍ଵିପ୍ରହରରେ ଅନ୍ଧାର ହୋଇଯାଇଛି ସହର । କେହି କେବେ ଭାବି ନଥିଲେ ଏମିତି ଅନ୍ଧାର ହୋଇଯିବ ବୋଲି । ସବୁଠୁ ଅଜବ ଥିଲା ଏମିତି ଦୃଶ୍ୟ । ସୂର୍ଯ୍ୟଙ୍କୁ ଗିଳିଦେଇଥିଲେ ଚନ୍ଦ୍ର ।

ହଠାତ ସୂର୍ଯ୍ୟ ଉଭେଇ ଯାଉଛନ୍ତି... ଦିନଦ୍ଵିପ୍ରହର ସମୟରେ ଆକାଶ ପୁରା ଅନ୍ଧାକାରରେ ପରିଣତ ହୋଇଯାଉଛି । ଦିନ ଥିବା ସହର ରାତିରେ ପରିଣତ ହେଉଛି । ଗତ ୧୦୦ ବର୍ଷରୁ ଅଧିକ ସମୟ ମଧ୍ୟରେ ପ୍ରଥମ ଥର ପାଇଁ ସ୍ପେନ୍ ଆକାଶରେ ବିରଳ ସୂର୍ଯ୍ୟପରାଗ ଦେଖିବାକୁ ମିଳିଛି । ଏମିତି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଦେଇଛି । କାରଣ ପୁରା ସ୍ପେନ୍‌ ଅନ୍ଧକାରରେ ପରିଣତ ହୋଇଯାଇଛି । ସୁନ୍ଦର ସୁନ୍ଦର ନଗରୀରେ ଅନ୍ଧାର ଛାଇଯାଇଛି । ତେବେ ଏଭଳି ଦୃଶ୍ୟକୁ ପୂର୍ଣ୍ଣ ସୂର୍ଯ୍ୟ ପରାଗ ବୋଲି କୁହାଯାଏ । ଲକ୍ଷ ଲକ୍ଷ ଲୋକ ଜମା ହୋଇଥିଲେ ଏହି ଦୃଶ୍ୟକୁ ଦେଖିବା ପାଇଁ । ଲୋମ ଟାଙ୍କୁରୀ ଉଠିଥିଲା ଏହି ଦୃଶ୍ୟକୁ ଦେଖିଲା ପରେ ।

ମହାକାଶରେ ଏମିତି ସ୍ଥିତି ସେତିକି ବେଳେ ଆସିଥାଏ । ଯେତେବେଳେ ଚନ୍ଦ୍ର, ପୃଥିବୀ ଏବଂ ସୂର୍ଯ୍ୟ ଗୋଟିଏ ସରଳରେଖାରେ ଆସିଥାନ୍ତି । ବୁଧବାର ଦିନ ସୂର୍ଯ୍ୟ ଏବଂ ପୃଥିବୀ ମଝିରେ ଚାଲି ଆସିଥିଲେ ଚନ୍ଦ୍ର । ଯାହାପରେ ସ୍ପେନ୍‌ର ଏକ ବଡ଼ ଅଞ୍ଚଳରେ ଦିନ ଦ୍ୱିପ୍ରହରରେ ଅନ୍ଧାର ଛାଇ ଯାଇଥିଲା । ଏହି ଐତିହାସିକ ଏବଂ ମହାଜାଗତିକ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ କେବଳ ସ୍ପେନ୍ ନୁହେଁ, ବରଂ ବିଶ୍ୱର କୋଣ ଅନୁକୋଣରୁ ବୈଜ୍ଞାନିକ, ଜ୍ୟୋତିର୍ବିଜ୍ଞାନୀ ଏବଂ ପର୍ଯ୍ୟଟକମାନେ ଆସି ସ୍ପେନ୍‌ରେ ଜମା ହୋଇଥିଲେ । ମାଡ୍ରିଡ୍,ବାର୍ସିଲୋନାଠାରୁ ଆରମ୍ଭ କରି ବିଭିନ୍ନ ଖୋଲା ମଇଦାନ ଏବଂ ସମୁଦ୍ର କୂଳରେ ଲୋକମାନେ ସ୍ୱତନ୍ତ୍ର ଚଷମା ପିନ୍ଧି ଆକାଶର ଏହି ଅଲୌକିକ ଦୃଶ୍ୟକୁ ଉପଭୋଗ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Solar Eclipse | Day Turns Into Night as the Sun Disappears From the Sky | Argus News