Videos
|
Devotion

Lord Jagannath / ଦେବ ଦୀପାବଳୀ ନୀତିର ଆଜି ହେଉଛି ତୃତୀୟ ଦିବସ

Rashmita Mishra
Browse all articles by Rashmita Mishra
·9 months ago·2 min read
ଦେବ ଦୀପାବଳୀ ନୀତିର ଆଜି ହେଉଛି ତୃତୀୟ ଦିବସ

Key Points

ଶ୍ରୀମନ୍ଦିରରେ ପବିତ୍ର ଦେବ ଦୀପାବଳୀ ନୀତି ଅନୁଷ୍ଠିତ ହୋଇଥିବା ବେଳେ ଆଜି ହେଉଛି ଏହାର ତୃତୀୟ ଦିବସ ।
ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ନୀତି ଅନୁଷ୍ଠିତ ହୋଇଥାଏ ।
ଶ୍ରୀମନ୍ଦିରରେ ପବିତ୍ର ଦେବ ଦୀପାବଳୀ ନୀତି ଅନୁଷ୍ଠିତ ହୋଇଥିବା ବେଳେ ଆଜି ହେଉଛି ଏହାର ତୃତୀୟ ଦିବସ । ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ନୀତି ଅନୁଷ୍ଠିତ ହୋଇଥାଏ । ଆଜି ମାର୍ଗଶୀର ଶୁକ୍ଲ ପ୍ରତିପଦା ତିଥିରେ ଦେବକୀ, ବାସୁଦେବ, ନନ୍ଦ, ଯଶୋଦା, ରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବେ ମହାପ୍ରଭୁ ।

ସନ୍ଧ୍ୟା ଧୂପ ପରେ ରତ୍ନସିଂହାସନ ତଳେ ଚାଉଳ ଗଛ ତିଆରି କରାଯାଇ ୨୮ ଟି ଦୀପ ବସାଯିବ । ପ୍ରଭୁ ବଳଭଦ୍ରଙ୍କ ପାଇଁ ୯ଟି, ଶ୍ରୀଜଗନ୍ନାଥଙ୍କ ପାଇଁ ୧୦ ଟି ଓ ଦେବୀ ସୁଭଦ୍ରାଙ୍କ ପାଇଁ ୯ଟି ଦୀପଦାନ କରାଯିବାକୁ ଥିବା ବେଳେ ପୂଜାପଣ୍ଡା ସେବାୟତ ମାନେ ଏହି ନୀତି ସମ୍ପାଦନ କରିଥାନ୍ତି ।

କୁହାଯାଏ କି, ମହାରାଜ ଇନ୍ଦ୍ରଦ୍ୟୁମ୍ନ ଶ୍ରୀ ମହାପ୍ରଭୁଙ୍କୁ ନିଜ ବଂଶରେ କେହି ନ ଜାତ ହେବା ଲାଗି ବର ମାଗିଥିଲେ । ତାଙ୍କ ନିଷ୍ଠା ଭକ୍ତିରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କୁ ନିଜର ପିତାମାତାର ସ୍ଥାନ ପ୍ରଦାନ କରି ଦେବ ଦୀପାବଳୀର ତୃତୀୟ ଦିବସରେ ତାଙ୍କ ଉଦ୍ଦେଶ୍ଵରେ ଦୀପଦାନ କରନ୍ତି । ଶ୍ରାଦ୍ଧ ବେଶରେ ଆଜି ମହାପ୍ରଭୁ ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କୁ ଶ୍ରାଦ୍ଧ ଦେଇଥାନ୍ତି । ଗତ ଦୁଇ ଦିନ ପରି ଦେଉଳରେ ଯେପରି ଶ୍ରାଦ୍ଧ ନୀତି ହେଉଥିଲା ଠିକ୍ ସେହିପରି ଆଜି ମଧ୍ୟ ହେବ ।

କିନ୍ତୁ ଆଜି ମଦନମୋହନ, ଶ୍ରୀଦେବୀ, ଭୂଦେବୀ ଆଜ୍ଞା ମାଳ ପାଇବା ପରେ ମହାଜନ ସେବକମାନେ ଠାକୁର, ଠାକୁରାଣୀଙ୍କୁ ହାତରେ ବିଜେ କରାଇ ଜୟ ବିଜୟ ଦ୍ୱାର ଭିତର ପାଖରେ ହୋଇଥିବା ଚାଉଳ ଗଛ ନିକଟରେ ଛିଡା ହୋଇଥାନ୍ତି । ଏଠାରେ ପୂଜାପଣ୍ଡା ଉକ୍ତ ଚାଉଳ ଗଛକୁ ସଂସ୍କାର କରିଥାନ୍ତି । ପଢ଼ିଆରୀ ଜୟବିଜୟ ଦ୍ୱାର ଫିଟାଇଲା ପରେ ମହାଜନମାନେ ଦିଅଁମାନଙ୍କୁ ଝୁଲଣ ମଣ୍ଡପ ତଳେ ଥିବା ବିମାନକୁ ବିଜେ କରିଥାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରୁନ୍ଧାବଢି, ମାଳ ଫୁଲ ଲାଗି ହୋଇ ବିମାନ ବଡୁ ମାନଙ୍କ ଦ୍ଵାରା ବିମାନ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥାନ୍ତି । ସେଠାରେ ମୁଳିଆ ସୁଆଁସିଆ ଦେଇଥିବା କାଠ ଭଦ୍ରାସନ ଉପରେ ଆସ୍ଥାନ, ପଢ଼ିଆରୀ କରିଥିବା ଚାଉଳ ଗଛରେ ଦୀପ ବସାଇଥାନ୍ତି । ମୁଦିରସ୍ତ ପ୍ରସାଦ ଲାଗି କଲାପରେ ପୂଜାପଣ୍ଡା ଚାଉଳ ଗଛକୁ ସଂସ୍କାର କରିଥାନ୍ତି । ଏହାପରେ ମୁଦିରସ୍ତ ବନ୍ଦାପନା କଲାପରେ ବିଜେ ପ୍ରତିମାମାନେ ଶ୍ରୀମନ୍ଦିର ବାହୁଡା଼ ବିଜେ କରିଥାନ୍ତି ।

ଶ୍ରାଦ୍ଧ ସମୟରେ ଶ୍ରୀଜଗନ୍ନାଥ ପିନ୍ଧୁଥିବା ବସ୍ତ୍ରକୁ କାଶୀଧଡ଼ିଆ ବସ୍ତ୍ର କୁହାଯାଏ । ଏହାର ରଙ୍ଗ ଶ୍ୱେତବର୍ଣ୍ଣ ଓ ଧଡ଼ିରେ ବଡ଼ ବଡ଼ କୁମ୍ଭମାନ ପଡ଼ିଥାଏ । ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ଚିତ୍ତାକର୍ଷକ ଶ୍ରାଦ୍ଧବେଶରେ ସଜ୍ଜିତ କରିଥାନ୍ତି । ଏହି ଅବସରରେ ଠାକୁରମାନେ ନଳିଭୂଜ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ତଡ଼ଗି, ହରିଡ଼ାଶାଳି ପ୍ରଭୃତି ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି ।

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର...