Laxmi Puja / ଏଥର ଧୁମଧାମ୍ ରେ ହେବ ଗଜଲକ୍ଷ୍ମୀ ପୂଜା, ଅପେକ୍ଷାରେ ଢେଙ୍କାନାଳବାସୀ

Key Points
ସରିଲା ଦୁର୍ଗତିନାଶିନୀ ମା' ଦୁର୍ଗାଙ୍କ ପୂଜା
ଧରାବତରଣ କରିବେ ମା' ଧନାଦାତ୍ରୀ
ଚଳଚଞ୍ଚଳ ହେଲାଣି ଢ଼େଙ୍କାନାଳ ସହର
ସରିଲା ଦୁର୍ଗତିନାଶିନୀ ମା' ଦୁର୍ଗାଙ୍କ ପୂଜା । ଦୁର୍ଗାଙ୍କ ବିଦାୟ ପରେ ଧରାବତରଣ କରିବେ ମା' ଧନାଦାତ୍ରୀ । ଆଉ ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ହେଲାଣି ଢ଼େଙ୍କାନାଳ ସହର । ସହର ସାରା ଖେଳି ଗଲାଣି ଗଜଲକ୍ଷ୍ମୀ ପୂଜାର ମହକ । ଚଳିତ ଥର ଧୁମ୍ ଧାମରେ ହେବାକୁ ଥିବା ଗଜଲକ୍ଷ୍ମୀ ପୂଜାକୁ ନେଇ ଉତ୍କଣ୍ଠା ଓ ଉତ୍ସାହର ସହ ଅପେକ୍ଷାରେ ଢେ଼ଙ୍କାନାଳବାସୀ ।
ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ଝଳସିବ ପୁରା ସହର । ପୂଜାର ପ୍ରସ୍ତୁତି ନେଇ ଲାଗି ପଡିଲେଣି କର୍ମକର୍ତ୍ତା । ଚଳିତ ମାସ ୫ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ଚାଲିବ ମା'ଙ୍କ ଆରାଧନା । ମୋଟ ୩୮ ଟି ପୂଜା ମଣ୍ଡପରେ ବୈଦିକ ରୀତିନୀତିରେ ପୂଜା ପାଇବେ ମା' ଧନଦାତ୍ରୀ । ଢ଼େଙ୍କାନାଳର ଗଜଲକ୍ଷ୍ମୀ ପୂଜାର ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍ ପ୍ରସିଦ୍ଧି ଲାଭ କରିଛି । ଚଳିତ ଥର ଆଡମ୍ବର ସହ ଧୁମଧାମରେରେ ପାଳିତ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଯାହାକୁ ନେଇ ବେଶ ଖୁସି ଅଛନ୍ତି ଢ଼େଙ୍କାନାଳବାସୀ।
ଆହୁରି ପଢନ୍ତୁ Durga Puja Bhasani / ଟ୍ବିନ୍ ସିଟିରେ ଆଜି ମେଲାଣି ନେବେ ମା', ଭସାଣ ଉପରେ ନଜର ରଖିବ ଡ୍ରୋନ୍
📱 Get Argus News App
✨ପୂଜାକୁ ସରସ ସୁନ୍ଦର କରିବା ନେଇ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ନିଆଯାଇଛି । ପୂର୍ବ ବର୍ଷ ଭଳି ମୀନା ବଜାର, ରାତିରେ ମେଢ଼ ବୁଲା, ଚଟ୍ ପଟା ଖାଦ୍ୟ ସାଙ୍ଗକୁ ରାମ ଦୋଳି, ମୌତ କା କୁଆର ମଜା ନେଇପାରିବେ ଶ୍ରଦ୍ଧାଳୁ । ହସ୍ତ କଳା, ହସ୍ତ ଶିଳ୍ପକୁ ଦୁଷ୍ଟି ଆଗରେ ରଖାଯାଇ ଏଥର ମହିଷା ପାଟ ପଡିଆରେ ପଲିଶ୍ରୀ ମେଳାର ଆୟୋଜନ କରାଯାଉଛି । ଦୁଇ ଶହରୁ ଉର୍ଦ୍ଧ୍ବ ଷ୍ଟଲ କରାଯିବାର ସୂଚନା ରହିଛି । କିଛି ପୂଜା ମଣ୍ଡପ ଚଳିତ ସ୍ଵତ୍ତନ୍ତ୍ର ସାଂସ୍କତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ସେପଟେ ମୂର୍ତ୍ତୀ କାରିଗର ଶେଷ ସ୍ପର୍ଶ ଦେଲେଣି ।
କିଭଳି ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ କରାଯିବ ସେନେଇ ପ୍ରସ୍ତୁତ ଥିବା ଜିଲ୍ଲାପାଳ କହିଛନ୍ତି । ସମସ୍ତ କମିଟି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ସରିଛି । ସମସ୍ତଙ୍କ ସହଯୋଗରେ ପୂଜା ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ସେପଟେ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅପରାଧୀ, ନିଶା ବେପାରୀଙ୍କ ଉପରେ କଡା ନଜର ରଖାଯାଇଛି । ଅପରାଧ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ସିସିଟିଭିର ବ୍ୟବସ୍ଥା କରାଯାଇଥିବା ଏସପି ଅଭିନବ ସୋନକର କହିଛନ୍ତି ।
ଚଳିତ ଥର ରାଜ୍ୟ ସରକାର ୩୮ଟି ପୂଜା ମଣ୍ଡପକୁ ୫୦ ହଜାର ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରିଛନ୍ତି । ପାଗ ଅନୁକୂଳ ହେଲେ ପୂଜା ଜମିବ ବୋଲି ସମସ୍ତେ ଆଶା ରଖିଛନ୍ତି ।
Related Topics
Explore more stories