|
logo
Live
Argus News App
GET APP

Argus News - ସ୍ୱପ୍ନରେ ସୁନା ଦେଖିଲେ କ’ଣ ହୁଏ ? ଶୁଭ କି ଅଶୁଭ ଜାଣନ୍ତୁ...

Devotion

Gold Dream / ସ୍ୱପ୍ନରେ ସୁନା ଦେଖିଲେ କ’ଣ ହୁଏ ? ଶୁଭ କି ଅଶୁଭ ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·23 hours ago·2 min read
ସ୍ୱପ୍ନରେ ସୁନା ଦେଖିଲେ କ’ଣ ହୁଏ ? ଶୁଭ କି ଅଶୁଭ ଜାଣନ୍ତୁ...
Gold Dream

Key Points

ସ୍ୱପ୍ନରେ ସୁନା ଦେଖୁଛନ୍ତି କି ତେବେ... 
ସ୍ୱପ୍ନରେ ସୁନା ଦେଖିଲେ କ’ଣ ହୁଏ, ଶୁଭ କି ଅଶୁଭ ?
ଶୋଇବା ସମୟରେ ସ୍ୱପ୍ନ ଦେଖିବା ଏକ ସାଧାରଣ ଘଟଣା, କିନ୍ତୁ ଏହି ସ୍ୱପ୍ନଗୁଡ଼ିକର ଶୁଭ କିମ୍ବା ଅଶୁଭ ଅର୍ଥ ମଧ୍ୟ ହୋଇପାରେ । ପ୍ରକୃତରେ, ଶୋଇବା ସମୟରେ ଦେଖାଯାଉଥିବା ପ୍ରତ୍ୟେକ ସ୍ୱପ୍ନର କିଛି ନା କିଛି ଅର୍ଥ ଥାଏ । ତେବେ ସ୍ୱପ୍ନରେ ସୁନା କିମ୍ବା ରୁପା ଅଳଙ୍କାର ଦେଖିବା ଧନ ସମୃଦ୍ଧି ସମ୍ପର୍କରେ କ’ଣ ସୂଚିତ କରେ ତାହା ଜାଣିବା ।

ସ୍ୱପ୍ନରେ ବହୁତ ଅଳଙ୍କାର ଦେଖିବା
ସ୍ୱପ୍ନରେ ସୁନା ଅଳଙ୍କାର ଦେଖିବା ଏକ ସାଧାରଣ ସ୍ୱପ୍ନ ନୁହେଁ । ଯଦି ଜଣେ ବ୍ୟକ୍ତି ସୁନା ଅଳଙ୍କାର ଦେଖନ୍ତି, ତେବେ ଏହାର ଅର୍ଥ ଭବିଷ୍ୟତରେ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ । ତେଣୁ ଖର୍ଚ୍ଚ କରିବା ପୂର୍ବର ଭାବିଚିନ୍ତି ଖର୍ଚ୍ଚ କରନ୍ତୁ ।

ସ୍ୱପ୍ନରେ ଗହଣା ଚୋରି ଦେଖିବା
ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ ତାଙ୍କର ସୁନା ଅଳଙ୍କାର ଚୋରି ହେବାର ସ୍ୱପ୍ନ ଦେଖନ୍ତି, ତେବେ ଏହାକୁ ଅଶୁଭ ବୋଲି ବିବେଚନା କରାଯାଏ । ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ଅଛି ଏବଂ ଜଣେ ସହକର୍ମୀ ତାଙ୍କୁ ବିଶ୍ୱାସଘାତକତା କରିପାରନ୍ତି । ତେବେ ଏହି ସ୍ଵପ୍ନ ଦେଖିବା ପରେ ସତର୍କ ରହିବା ଉଚିତ ।

ସୁନା ସହିତ ଜଡିତ ଶୁଭ ସ୍ୱପ୍ନ
ଯଦି କୌଣସି ବ୍ୟକ୍ତି ସୁନାକୁ ଭୂମିରେ ପଡ଼ିଥିବାର ସ୍ୱପ୍ନ ଦେଖନ୍ତି, ତେବେ ଏହାକୁ ଧନସମ୍ପତ୍ତିର ସଙ୍କେତ ବୋଲି ବିବେଚନା କରାଯାଏ । ସ୍ୱପ୍ନରେ ସୁନା ଅଳଙ୍କାର ହଜିବା ମଧ୍ୟ ଅଶୁଭ ବୋଲି ବିବେଚନା କରାଯାଏ । ଏହା ଆଗକୁ ଆର୍ଥିକ କ୍ଷତିର କାରଣ ହୋଇପାରେ ।

ସୁନା କିଣିବାର ସ୍ୱପ୍ନ
ସ୍ୱପ୍ନରେ ନିଜକୁ ସୁନା ଅଳଙ୍କାର କିଣିବା ଦେଖିବା ଶୁଭ ପ୍ରଭାବ ପକାଇପାରେ । ବ୍ୟକ୍ତି ନିକଟ ଭବିଷ୍ୟତରେ କିଛି ଗୁରୁତ୍ୱପୂର୍ଣ୍ଣ କାମ ହୋଇପାରେ । ସ୍ୱପ୍ନରେ କାହାକୁ ସୁନା ଅଳଙ୍କାର ଉପହାର ଦେବା ଏକ ଅତ୍ୟନ୍ତ ଶୁଭ ସ୍ୱପ୍ନ ବୋଲି ବିବେଚନା କରାଯାଏ। ଆପଣ ଆପଣଙ୍କ କ୍ୟାରିୟରରେ ସଫଳତା ପାଇପାରନ୍ତି ।

ସ୍ୱପ୍ନରେ ସୁନା ମୁଦ୍ରା ଦେଖିବା
ସ୍ୱପ୍ନରେ ସୁନା ମୁଦ୍ରା ଦେଖିବା କିମ୍ବା ସେଗୁଡ଼ିକର ଶବ୍ଦ ଶୁଣିବା ଅଶୁଭ ବୋଲି ବିବେଚନା କରାଯାଏ । ଏପରି ସ୍ୱପ୍ନର ଅର୍ଥ ହେଉଛି ନିକଟ ଭବିଷ୍ୟତ କଷ୍ଟକର ହୋଇପାରେ ଏବଂ ଆର୍ଥିକ କ୍ଷତିର ସମ୍ଭାବନା ବଢ଼ିପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gold Dream: ସ୍ୱପ୍ନରେ ସୁନା ଦେଖିଲେ କ’ଣ ହୁଏ ? ଶୁଭ କି ଅଶୁଭ ଜାଣନ୍ତୁ... | Argus News