Raghunandan Library / ଜ୍ଞାନ ଯଜ୍ଞ ମଣ୍ଡପ ନାଁରେ ନାମିତ ହେବ ଡିଜିଟାଲ୍ ଲାଇବ୍ରେରୀ

Key Points
ରଘୁନନ୍ଦନ ଲାଇବ୍ରେରୀ ଜାଗାରେ ନିର୍ମାଣ ହେବ E-ଲାଇବ୍ରେରୀ
ଜ୍ଞାନ ଯଜ୍ଞ ମଣ୍ଡପ ନାଁରେ ନାମିତ ହେବ ଡିଜିଟାଲ୍ ଲାଇବ୍ରେରୀ
ମନ୍ଦିର ରେକର୍ଡ, ରୀତିନୀତି, ମାଦଳା ପାଞ୍ଜି, ପୋଥି ଓ ପାଣ୍ଡୁଲିପି ସଂରକ୍ଷଣ ରଖିବା ଲକ୍ଷ୍ୟ
ନୂଆ ରଘୁନନ୍ଦନ ଲାଇବ୍ରେରୀ ଜାଗାରେ ନିର୍ମାଣ ହେବ E-ଲାଇବ୍ରେରୀ । ଜ୍ଞାନ ଯଜ୍ଞ ମଣ୍ଡପ ନାଁରେ ନାମିତ ହେବ ଡିଜିଟାଲ୍ ଲାଇବ୍ରେରୀ । E-ଲାଇବ୍ରେରୀ ସହ ରିସର୍ଚ୍ଚ ସେଣ୍ଟର ମଧ୍ୟ ନିର୍ମାଣ କରିବେ ସରକାର । ଶ୍ରଦ୍ଧାଳୁ ଓ ଗବେଷକଙ୍କୁ ଡିଜିଟାଲ୍ ସୁବିଧା ପ୍ରଦାନ କରିବା ନେଇ SJTA ଏହି ନିଷ୍ପତ୍ତି ନେଇଛି । ମନ୍ଦିର ରେକର୍ଡ, ରୀତିନୀତି, ମାଦଳା ପାଞ୍ଜି, ପୋଥି ଓ ପାଣ୍ଡୁଲିପି ସଂରକ୍ଷଣ ରଖିବା ଏହାର ମୂଳ ଲକ୍ଷ୍ୟ । ପୁରାତନ ପୁସ୍ତକ ଓ ତଥ୍ୟ ସହ ସଂରକ୍ଷିତ ଡକ୍ୟୁମେଣ୍ଟକୁ ନେଇ ଡାଟାବେସ୍ ତିଆରି ହେବ । ଜଗନ୍ନାଥ ସଂସ୍କୃତି ଗବେଷଣା ଉପରେ ଗବେଷକଙ୍କୁ ସହାୟକ ହେବ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ।
ରାଜ୍ୟ ସରକାରଙ୍କ ଫୋକସରେ ପୁରାତନ ଐତିହ୍ୟ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ଉଚ୍ଛେଦ ହୋଇଥିବା ଐତିହ୍ୟ ରଘୁନନ୍ଦନ ଲାଇବ୍ରେରୀର ହେବେ ନବକଳେବର । ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ କ୍ଷୀଣ ହୋଇଥିବା ରଘୁନନ୍ଦନ ଲାଇବ୍ରେରୀ ପୁନରୁଦ୍ଧାର ଆଶା ପୁନର୍ଜୀବିତ ହୋଇଛି । ଲାଇବ୍ରେରୀରେ ସ୍ଥାନ ପାଇବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଂରକ୍ଷିତ ରହିଥିବା ଦୁର୍ମୂଲ୍ୟ ପୁସ୍ତକ । ଲାଇବ୍ରେରୀର ରୂପରେଖ ପାଇଁ ସଂପୃକ୍ତ ବିଭାଗ ଡି ପି ଆର୍ ପ୍ରସ୍ତୁତି କରିଛି ।
📱 Get Argus News App
✨ପରିକ୍ରମା ପ୍ରକଳ୍ପ ଡିଜାଇନ୍ ରେ ଅନେକ କିଛି ଯୋଡ଼ିବାକୁ ରାଜ୍ୟ ସରକାର ଚିନ୍ତା କରିଥିବାବେଳେ ୧୫୦ ବର୍ଷ ପୁରୁଣା ଐତିହ୍ୟ ରଘୁନନ୍ଦନ ଲାଇବ୍ରେରୀର ରୂପରେଖ ମଧ୍ୟ ରହିଛି । ଗତ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ଏମାର ମଠରେ ଥିବା ଏହି ଲାଇବ୍ରେରୀକୁ ଉଚ୍ଛେଦ କରାଯାଇଥିଲା । ଲାଇବ୍ରେରୀରେ ରହିଥିବା ଦୁର୍ମୂଲ୍ୟ ପୁସ୍ତକ ସବୁର ଭବିଷ୍ୟତ କ'ଣ ତାକୁ ନେଇ ପ୍ରଶ୍ନ ଉଠାଇଥିଲେ ଜଗନ୍ନାଥ ପ୍ରେମୀ ।
ତେବେ ଏହାକୁ ପ୍ରକଳ୍ପ ଭିତରେ ସ୍ଥାନ ଦେବାକୁ ତତ୍କାଳୀନ ସରକାର କହିଥିଲେ ହେଁ ଏଯାବତ୍ କାର୍ଯ୍ୟ ଆରମ୍ଭ ନହେବାରୁ ରହିଥିଲା ଅସନ୍ତୋଷ । କିନ୍ତୁ ରଘୁନନ୍ଦନ ଲାଇବ୍ରେରୀକୁ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ପୁଣିଥରେ ଏହାର ନୂଆ ରୂପ ପାଇବାର ଆଶା ସଞ୍ଚାର ହୋଇଛି । ଏହି ଲାଇବ୍ରେରୀ ଭିତରେ ଦୁର୍ମୂଲ୍ୟ ତଥା ଜଗନ୍ନାଥ ସଂସ୍କୃତି ସମ୍ବଳିତ ପୁସ୍ତକ ଗୁଡ଼ିକୁ ପୁଣିଥରେ ସ୍ଥାନ ମିଳିବା ସହ ଦୁର୍ଲଭ ତାଳପତ୍ର ପୋଥୀ ଗୁଡ଼ିକର ଡିଜିଟାଇଜେଶନ କରାଯିବ ।
ଅନ୍ୟପଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମଧ୍ୟରେ ହେବାକୁ ଥିବା ଅନ୍ନ ଯଜ୍ଞ ମଣ୍ଡପ,ଘୃତ ଯଜ୍ଞ ମଣ୍ଡପ,ଜ୍ଞାନ ଯଜ୍ଞ ମଣ୍ଡପ ,ଆଦି ପାଇଁ ମଧ୍ୟ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ ହୋଇଛି ।
Related Topics
Explore more stories