Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Devotion

Somanth Temple / ୧୦୦ ବର୍ଷ ପରେ ମିଳିଲା ପ୍ରମାଣ, ଜାଣନ୍ତୁ ସୋମନାଥ ମନ୍ଦିରର ଲୁଚି ରହିଥିବା ରହସ୍ୟ

Swoyang prajna Mishra
Browse all articles by Swoyang prajna Mishra
·1 year ago·3 min read
୧୦୦ ବର୍ଷ ପରେ ମିଳିଲା ପ୍ରମାଣ, ଜାଣନ୍ତୁ ସୋମନାଥ ମନ୍ଦିରର ଲୁଚି ରହିଥିବା ରହସ୍ୟ
Somantha Temple

Key Points

ଦୀର୍ଘ ୧୦୦ ବର୍ଷ ପରେ ମିଳିଲା ଏମିତି ପ୍ରମାଣ | ଗୁରୁ ରବିଶଙ୍କର ଦେଲେ ଏହି ଅଲୌକିକ ବସ୍ତୁର ପ୍ରମାଣ | ସାମ୍ନାକୁ ଆସିଲା ସୋମନାଥ ମନ୍ଦିରର ଲୁଚି ରହିଥିବା ରହସ୍ୟ

ସୋମନାଥ ମନ୍ଦିର । ଯାହାକୁ ମୁସଲିମ ଆକ୍ରମଣକାରୀ ୧୭ ଥର ଆକ୍ରମଣ କରି ଲୁଟିଥିଲେ । ପାଖାପାଖି ୧୦୦ କୋଟି ମୂଲ୍ୟର ସମ୍ପତ୍ତି ଏହି ଆକ୍ରମଣକାରୀଙ୍କ ଦ୍ବାରା ଲୁଟ କରାଯାଇଥିଲା । ଗଜନୀଙ୍କ ଠାରୁ ଆରମ୍ଭ କରି ଔରଙ୍ଗଜେବଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ମନ୍ଦିରକୁ ଲୁଟି ନେଇଥିଲେ। କେବଳ ସେତିକି ନୁହେଁ ୫୦ ହଜାର ଶ୍ରଦ୍ଧାଳୁଙ୍କୁ ମାରି ଦେଇଥିଲେ । ସୋମନାଥ ମନ୍ଦିର ଭାରତର ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏକ ଜ୍ୟୋତିର୍ଲିଙ୍ଗ । ଏହି ଜ୍ୟୋତିର୍ଲିଙ୍ଗ ଖୁବ ପୁରୁଣା । ଏହି ମନ୍ଦିରକୁ ନେଇ ଅନେକ ରହସ୍ୟମୟ ତଥ୍ୟ ସାମ୍ନାକୁ ଆସିଛି ।

ମନ୍ଦିରକୁ ନେଇ ଅନେକ ପ୍ରକାର ରହସ୍ୟମୟ ତଥ୍ୟ ଶୁଣିବାକୁ ମିଳିଥାଏ । ଶୁଣାଯାଏ, ସୋମନାଥ ମନ୍ଦିରରେ ଏକ ପ୍ରକାର ଜ୍ୟୋତିର୍ଲିଙ୍ଗ ସ୍ଥାପିତ ଥିଲା, ଯାହା ଆପେ ଆପେ ଶୂନ୍ୟରେ ଭାସୁଥିବାର ଦେଖିବାକୁ ମିଳିଥାଏ । ଏହି ଜ୍ୟୋତିର୍ଲିଙ୍ଗରେ ଏପରି ଶକ୍ତି ଥିଲା ଯାହା ଭୂମିକୁ ନଛୁଇଁ ଏହାର କିଛି ଅଂଶ ଉପରେ ପବନରେ ଝୁଲି ରହିଥିବାର ଦେଖିବାକୁ ମିଳୁଥିଲା । ଏହାକୁ ନେଇ ଅନୁମାନ କରାଯାଏ ୧୧ଶହ ଶତାବ୍ଦୀ ବେଳକୁ ଆମର ଆଧ୍ୟାତ୍ମିକ ଜଗତରେ ବିଜ୍ଞାନର ଛାପ ମଧ୍ୟ ଢେର ଅଧିକ ରହିଥିଲା ।

କୁହାଯାଏ, ସୋମନାଥ ଯାହା ପ୍ରଭୁ ଶିବ ଏବଂ ଶ୍ରୀକୃଷ୍ଣଙ୍କର ଏକପ୍ରକାର ସଙ୍ଗମ ସ୍ଥଳୀ । ୧୧୦୦ ଶତାବ୍ଦୀ ସମୟରେ ଏହି ସୋମନାଥ ମନ୍ଦିର ତାର ଅମୂଲ୍ୟ ସମ୍ପତ୍ତି କାରଣରୁ ମହମ୍ମଦ ଗଜନୀଙ୍କ ଆକ୍ରମଣର ଶିକାର ହୋଇଥିଲା । ହଠାତ ସନ୍ଧ୍ୟା ସମୟରେ ମନ୍ଦିରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଥିବା ସମୟରେ ଆକ୍ରମଣ କରିଥିଲେ ମହମ୍ମଦ ଗଜନୀ ଏବଂ ତାଙ୍କ ସେନା ।

କିନ୍ତୁ ଗଜ୍ଜନୀଙ୍କ ସେନାଙ୍କ ଆକ୍ରମଣରେ ପାଖାପାଖି ୫୦ ହଜାର ଭକ୍ତଙ୍କର ମୃତ୍ୟୁ ହୋଇ ଯାଇଥିଲା । ଆଉ ଗଜନୀ ସେଠାରୁ ଲୁଟି ନେଇଥିଲେ ୧୦୦ କୋଟିରୁ ଅଧିକ ମୂଲ୍ୟର ସୂନା । ତେବେ ମନ୍ଦିରକୁ ସମ୍ପୁର୍ଣ୍ଣ ଖଣ୍ଡ ବିଖଣ୍ଡିତ କରି ଦେଇଥିଲେ ଗଜନୀ ।

ସେତେବେଳେ ଦକ୍ଷିଣକୁ ଆସିଥିବା ଅଗ୍ନିହୋତ୍ରୀମାନେ ଏହି ଜ୍ୟୋତିର୍ଲିଙ୍ଗର କିଛି ଅଂଶକୁ ନେଇ ରଖିଥିଲେ । କିନ୍ତୁ ସେତେବେଳେ ସେମାନେ ସେତେବେଳର ଶଙ୍କରାଚାର୍ଯ୍ୟଙ୍କୁ ଏହି ଅଂଶ ଦେବାକୁ କହିଥିଲେ । ହେଲେ ଶଙ୍କରାଚାର୍ଯ୍ୟ କହିଥିଲେ, ଭାରତ ସ୍ବତନ୍ତ୍ର ହେବା ପରେ, ରାମ ମନ୍ଦିର ତିଆରି ସରିବା ପରେ ଏହାକୁ ଭାରତ ଆଣି ଆସିବା ପାଇଁ । ଏବେ ଦୀର୍ଘ ୧୦୦ ବର୍ଷ ପରେ ଶଙ୍କରାଚାର୍ଯ୍ୟଙ୍କୁ ଏହି ଜ୍ୟୋତିର୍ଲିଙ୍ଗର ସାଇତା ହୋଇ ରହିଥିବା କିଛି ଅଂଶ ଦିଆଯାଇଛି । ଯାହାକୁ ଦେଖାଇଛନ୍ତି, ଏବଂ ଏହା ବିଷୟରେ ସ୍ପଷ୍ଟ କହିଛନ୍ତି ଗୁରୁ ରବିଶଙ୍କର ।
ତେବେ ଭଗ୍ନ ସୋମନାଥ ମନ୍ଦିରକୁ ପୁଣିଥରେ ହିନ୍ଦୁ ରାଜା ମହାରାଜାମାନେ ତିଆରି କରିଥିଲେ । ପୁଣି ହୀରା ଲୀଳା ଭଳି ମୂଲ୍ୟବାନ ଜିନିଷରେ ମନ୍ଦିର ତିଆରି କଲେ । କିନ୍ତୁ ପୁଣି ୧୩ଶହ ଶତାବ୍ଦୀରେ ଆଲ୍ଲାଉଦ୍ଦୀନ ଖିଲଜୀଙ୍କ ନଜର ପଡିଲା ସୋମନାଥରେ । ସେ ପୁଣି ଲୁଟିଥିଲେ ସୋମନାଥ ମନ୍ଦିର । ପରେ ପରେ ଜାଫର ଖାନ୍ , ମହମ୍ମଦ ଖାହ , ଔରଙ୍ଗଜେବ ମନ୍ଦିରକୁ ନଷ୍ଟ କରି ଦେଇଥିଲେ ।

କିନ୍ତୁ ଭାରତୀୟଙ୍କ ମନୋବଳ ଭାଙ୍ଗିନଥିଲା। ଦୀର୍ଘ ୧୭ ଥର ସୋମନାଥ ମନ୍ଦିର ଉପରେ ଆକ୍ରମଣ ହେବା ପରେ ବି ମନ୍ଦିରକୁ ପୁନର୍ବାର ନିର୍ମାଣ କରିଥିଲେ ଭାରତୀୟ ହିନ୍ଦୁ ରାଜାମାନେ । ଭାରତ ସ୍ବାଧୀନ ହେବାପରେ ପରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନେତୃତ୍ବରେ ନିର୍ମାଣ କରାଯାଇଥିଲା ସୋମନାଥ ମନ୍ଦିର ।

କିମ୍ବଦନ୍ତୀ ଅନୁଯାୟୀ ଚନ୍ଦ୍ରଦେବ ସୋମରାଜଙ୍କୁ ଧିରେ ଧିରେ ସମ୍ପୁର୍ଣ୍ଣ ଅନ୍ଧକାର ହୋଇଯିବାର ଅଭିଶାପ ମିଳିଥିଲା । ଯାହାଦ୍ବାରା ଚନ୍ଦ୍ର ଆପେଆପେ ଫିକା ହୋଇଯିବେ । ତେବେ ସୋମରାଜ ଏନେଇ ବ୍ୟସ୍ତ ହେଉଥିବା ବେଳେ ବ୍ରହ୍ମା ତାଙ୍କୁ ପ୍ରଭାସ ତୀର୍ଥଯାଇ ମହାଦେବଙ୍କ ଆରାଧନା କରିବାକୁ କହିଥିଲେ ।

ଆରାଧନା ପରେ ମହାଦେବ ତାଙ୍କୁ ଆଶୀର୍ବାଦ ଦେଇଥିଲେ । ସେଥିପାଇଁ ଚନ୍ଦ୍ରଦେବ କେବେ ବି ସମ୍ପୁର୍ଣ୍ଣ ନଷ୍ଟ ହୁଅନ୍ତିନି । ତାଙ୍କ ଶରୀରର ଉଜ୍ଜ୍ବଳ ପ୍ରତିଦିନ କମିଥିଲେ ବି ପୁଣି ଉଜ୍ଜ୍ବଳ ଦେଖାଯିବ । ତେବେ ଯେଉଁ ପ୍ରଭାସ ତୀର୍ଥରେ ସୋମନାଥ ନିଜର ତପସ୍ୟା କରୁଥିଲେ, ସେହି ତୀର୍ଥରେ ଏକ ଜ୍ୟୋତିର୍ଲିଙ୍ଗ ତିଆରି ହୋଇଥିଲା, ତାହା ସୋମନାଥ ନାଁରେ ପରିଚିତ ।

ଯେପରି ସୋମନାଥଙ୍କୁ ଅଭିଶାପ ମିଳିଥିଲା, ଠିକ ସେମିତି ସୋମନାଥ ମନ୍ଦିର ମଧ୍ୟ ବାରମ୍ବାର ନଷ୍ଟ ହେବା ପରେ ମଧ୍ୟ ପୁଣି ନିଜ ସଂସ୍କୃତି ନିଜର ପରିଚୟ ସହ ନିଜର ପ୍ରତିଷ୍ଠା କରୁଥିଲା 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Evidence found after 100 years, know the hidden secrets of Somnath Temple | Argus News