Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Devotion

Vishwakarma Puja; ଚଳଚଞ୍ଚଳ ଅନୁଗୋଳର ନାଲକୋ ନଗର

Smruti Parija
Browse all articles by Smruti Parija
·10 months ago·1 min read
Vishwakarma Puja; ଚଳଚଞ୍ଚଳ ଅନୁଗୋଳର ନାଲକୋ ନଗର

Key Points

ଧରାବତରଣ କରିବେ ଦେବଶିଳ୍ପୀ ବିଶ୍ୱକର୍ମା

ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ

ସଜେଇ ହୋଇଲାଣି ନାଲକୋ ନଗର 

ଆଉ ଗୋଟିଏ ଦିନ ପରେ ଧରାବତରଣ କରିବେ ଦେବଶିଳ୍ପୀ ବିଶ୍ୱକର୍ମା I ଏହିଦିନ ଆରମ୍ଭ ହୋଇଯିବ ଓଡିଶା ପ୍ରସିଦ୍ଧ ନାଲକୋ ନଗର ର ବିଶ୍ଵକର୍ମା ପୂଜା । ଏଥିପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ । କେଉଁଠି ମୂର୍ତ୍ତି କାରିଗର ବିଶ୍ଵ ବିନ୍ଧାଣୀଙ୍କୁ ଶେଷ ସ୍ପର୍ଶ ଦେଉଥିବା ବେଳେ ଅନ୍ୟ କେଉଁଠି ତୋରଣ କାରିଗର ନିଜ ତୋରଣକୁ ଆକର୍ଷଣୀୟ କରିବାରେ ଲାଗିପଡିଛି । ମୋଟା ମୋଟି କହିବାକୁ ଗଲେ ଦେବଶିଳ୍ପୀଙ୍କ ଆଗମନ ପାଇଁ ସଜେଇ ହୋଇଲାଣି ନାଲକୋ ନଗର ।


ସମଗ୍ର ନଗରୀ ପୂଜାପାଇଁ ହୋଇ ଉଠିଛି ଚଳଚଞ୍ଚଳ । ବିଭିନ୍ନ ପୂଜା ମଣ୍ଡପ ନିଜ ନିଜ ମଣ୍ଡପ ଗୁଡିକୁ ଆକର୍ଷଣୀୟ କରିବାରେ ଲାଗିପଡିଛନ୍ତି । ଏଥର କଲିକତାର ମନଗଢ଼ା ମନ୍ଦିର ଶୈଳୀରେ ତୋରଣ ନିର୍ମାଣ କରାଯାଇ ହୀରା ଘରେ ବିଶ୍ୱକର୍ମା ମଣ୍ଡପ ନିର୍ମାଣ କରାଯାଉଛି I ସେପଟେ କାଷ୍ଠ ହାଉସ୍ ବି ମୟୂର ସଦୃଶ ତୋରଣ ନିର୍ମାଣ କରି ପ୍ରସ୍ତୁତି କରିଛି I


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେଉଁଠି ପୁରାତନ ଲୋକକଳା ଛାପରେ ତୋରଣ ତ କେଉଁଠି ରାଜପ୍ରସାଦକୁ ନେଇ ନିର୍ମାଣ ହେଉଛି ତୋରଣ । କେଉଁଠି ଲାଉ ତୁମ୍ବରେ ମୂର୍ତ୍ତି ନିର୍ମାଣ ତ ଅନ୍ୟ କେଉଁଠି ବାଉଁଶ ବତାରେ ନିର୍ମାଣ ହେଉଛି ତୋରଣ । ଆଉ ଯେଉଁ ତୋରଣ ନିର୍ମାଣରେ ବ୍ୟସ୍ତ କାରିଗର । କୁହାଯାଏ ଓଡିଶାର ସବୁଠାରୁ ବ୍ୟୟବହୁଳ ପୂଜା ଭାବେ ପରିଚିତ ନାଲକୋର ବିଶ୍ଵକର୍ମା । ଏଥିପାଇଁ ସବୁ ସ୍ତରରେ ପ୍ରସ୍ତୁତି ଚାଲିଛି । ଏଥର 20 ଟି ମଣ୍ଡପରେ ବିଶ୍ଵବିନ୍ଧାଣିଙ୍କୁ ପୂଜା କରାଯିବ । ୧୭ ରୁ ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ପୂଜା ଉତ୍ସବ ।


ପୂଜାକୁ ଆହୁରି ଆକର୍ଷଣୀୟ କରିବ ପଲ୍ଲୀଶ୍ରୀ ମେଳା ଓ ମିନା ବଜାର । ଯାହାର ମଜା ନେବାପାଇଁ ସମସ୍ତେ ଚାହିଁ ବସିଛନ୍ତି ।

Sponsored
famous-nalco-city-angul-is-all-set-for-vishwakarma-puja-argus-news | Argus News