Foreigners At Gaya / ଗୟାରେ ବିଦେଶୀ ଶ୍ରଦ୍ଧାଳୁଙ୍କ ପିଣ୍ଡଦାନ...

Key Points
ଋଷ, ୟୂକ୍ରେନ୍ ଓ ସ୍ପେନରୁ ଆସିଥିବା ଅତିଥିମାନେ ଅନୁଭବ କଲେ ଶାନ୍ତି
ବିହାର ଗୟାରେ ପିତୃପକ୍ଷ ମେଳା
ଋଷ, ୟୂକ୍ରେନ୍ ଓ ସ୍ପେନରୁ ଆସିଥିବା ବିଦେଶୀ ଶ୍ରଦ୍ଧାଳୁ ଗୟାର ସୀତାକୁଣ୍ଡରେ ରୀତିରେ ପିଣ୍ଡଦାନ କଲେ
ଋଷ, ୟୂକ୍ରେନ୍ ଓ ସ୍ପେନରୁ ଆସିଥିବା ଅତିଥିମାନେ ଅନୁଭବ କଲେ ଆତ୍ମିକ ଶାନ୍ତି। ବିହାରର ଗୟାରେ ଚାଲୁଥିବା ପିତୃପକ୍ଷ ମେଳା ଅବସରରେ ଋଷ, ୟୂକ୍ରେନ୍ ଓ ସ୍ପେନ ରୁ ଆସିଥିବା ପ୍ରାୟ ଦୁଇ ଡଜନ ବିଦେଶୀ ଶ୍ରଦ୍ଧାଳୁମାନେ ଗୟାର ସୀତାକୁଣ୍ଡରେ ପୂର୍ଣ୍ଣ ବୈଦିକ ରୀତିରେ ପିଣ୍ଡଦାନ କଲେ।
ପ୍ରେରଣାର କାହାଣୀ
ଏହି ବିଦେଶୀମାନେ ବନାରସ ଭ୍ରମଣ ସମୟରେ ଏକ ଆଶ୍ରମରେ ପିତୃପକ୍ଷ ମେଳା ଓ ପିଣ୍ଡଦାନର ମହତ୍ତ୍ୱ ବିଷୟରେ ଶୁଣିଥିଲେ। ତା’ପରେ ସେମାନେ ଗୁଗଲରେ ସନାତନ ପରମ୍ପରା ସମ୍ପର୍କିତ ବିସ୍ତୃତ ସୂଚନା ପଢ଼ିଲେ ଏବଂ ସ୍ୱଇଚ୍ଛାରେ ଏହି ପବିତ୍ର କାର୍ଯ୍ୟରେ ଭାଗ ନେବାକୁ ନିଷ୍ପତ୍ତି କଲେ।
📱 Get Argus News App
✨ପିଣ୍ଡଦାନର ପରିଚାଳନା
ଗୟାର ପିତୃ କଲ୍ୟାଣ ସେବା ଶିବିର ସହିତ ଯୋଗାଯୋଗ କରି, ଆଚାର୍ଯ୍ୟମାନଙ୍କ ନେତୃତ୍ୱରେ ସମସ୍ତ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ସେମାନେ ସମସ୍ତେ ଶାକାହାରୀ ଏବଂ ଭଗବାନ୍ ଶିବଙ୍କ ପ୍ରତି ଗଭୀର ଭକ୍ତି ଭାବ ସହ ପୂଜା କରୁଥିବା ଦେଖିବାକୁ ମିଳିଲ। ପିଣ୍ଡଦାନ ସମୟରେ ସେମାନଙ୍କ ଗଳାରେ ରୁଦ୍ରାକ୍ଷ ମାଳା ଦେଖିବାକୁ ମିଳିଥିଲା। ମନ୍ତ୍ରୋଚ୍ଚାରଣରେ ପ୍ରକମ୍ପିତ ହେଉଥିଲା ପରିବେଶ।
ଶ୍ରଦ୍ଧାଳୁଙ୍କ ଅଭିଭାଷଣ
ପିଣ୍ଡଦାନ କରିଥିବା ଅତିଥି ଦିୟାନା, ଏଭଗେନିଆ, ଓଲ୍ଗା, ଅଲେକ୍ସି, ୱାଲେଣ୍ଟିନା ଓ ସୋଫିଆଙ୍କ ଭଳି ଶ୍ରଦ୍ଧାଳୁଙ୍କ କହିବା କଥା, “ଆମେ ଆମର ମନଭିତରେ ଗଭୀର ଶାନ୍ତି ଅନୂଭବ କରୁଛୁ।”
ସନାତନ ପରମ୍ପରା ପ୍ରତି ଭାବନା
ବିଦେଶୀ ଅତୀଥି ମାନେ ଭାରତୀୟ ସଂସ୍କୃତି ଓ ସନାତନ ପରମ୍ପରା ବିଷୟରେ କହିବା ସହ, ଆହୁରି ମଧ୍ୟ କହିଲେ ଯେ, “ଆମେ ଆମ ଦେଶକୁ ଫେରିଲେ, ପିତୃପକ୍ଷର ମହିମାକୁ ସମସ୍ତଙ୍କୁ କହିବୁ। ଅନ୍ୟମାନଙ୍କୁ ମଧ୍ୟ ବିହାରର ଗୟା ଆସି, ପିଣ୍ଡଦାନ କରିବାକୁ ପ୍ରେରିତ କରିବୁ।” ଏହି ସମାଗମ କେବଳ ଧାର୍ମିକ ଅନୁଷ୍ଠାନ ନୁହେଁ, ବରଂ ସମଗ୍ର ମାନବଜାତିକୁ ଏକତାର ବନ୍ଧନରେ ବାନ୍ଧିରଖିବାର ଏକ ଅନନ୍ୟ ଉଦାହରଣ।
Related Topics
Explore more stories