Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Devotion

Laxmi Puja / ଧନଦାତ୍ରୀଙ୍କ ଏ ବେଶ ଦେଖିବାକୁ ଭକ୍ତଙ୍କ ଭିଡ଼

Smruti Parija
Browse all articles by Smruti Parija
·9 months ago·2 min read
ଧନଦାତ୍ରୀଙ୍କ ଏ ବେଶ ଦେଖିବାକୁ ଭକ୍ତଙ୍କ ଭିଡ଼

Key Points

୧୦୮ ପଦ୍ମରେ ଅଭିଷେକ ହେଲେ "ମା ଗଜଲକ୍ଷ୍ମୀ"

ଧନଦାତ୍ରୀଙ୍କ ଏ ବେଶ ଦେଖିବାକୁ ଭକ୍ତଙ୍କ ଭିଡ଼

ଗଜଲଷ୍ମୀଙ୍କ ପୂଜାକୁ ନେଇ ସବୁଠି ଉତ୍ସାହର ମାହୋଲ

୧୦୮ ପଦ୍ମରେ ଅଭିଷେକ ହେଲେ "ମା ଗଜଲକ୍ଷ୍ମୀ" । କେନ୍ଦ୍ରାପଡ଼ା ସହର ଖଡ଼ିଅଙ୍ଗ ପୂଜା ମଣ୍ଡପରେ ମାଆଙ୍କୁ ଅଭିଷେକ କରାଯାଇଛି । ହୋମ, ମନ୍ତ୍ର ପଢ଼ି ୧୦୮ ପଦ୍ମ ଫୁଲ ମାଆଙ୍କୁ ଅର୍ପଣ କରାଯାଇଛି । ଧନଦାତ୍ରୀଙ୍କ ଏ ବେଶ ଦେଖିବାକୁ ଭକ୍ତଙ୍କ ଭିଡ଼ ଲାଗିଛି ।


ଧନଦାତ୍ରୀ ଗଜଲଷ୍ମୀଙ୍କ ପୂଜାକୁ ନେଇ ସବୁଠି ଉତ୍ସାହର ମାହୋଲ । କେନ୍ଦ୍ରାପଡ଼ା ଜିଲ୍ଲା ଗଜଲଷ୍ମୀ ପୂଜା ନିମନ୍ତେ ପ୍ରସିଦ୍ଧି ଲାଭ କରିଥିବାବେଳେ ଆଳିର ବିଭିନ୍ନ ସ୍ଥାନରେ ମଧ୍ୟ ମା' ଗଜଲଷ୍ମୀଙ୍କ ପୂଜାର୍ଚ୍ଚନା ଚାଲୁଛି । ଆଳି ବ୍ଲକ ଦଶିପୁର ପଡିଆରେ ଅନୁଷ୍ଠିତ ଗଜଲଷ୍ମୀ ପୂଜା ସମ୍ପୂର୍ଣ୍ଣ ନିଆରା । ଏଠାରେ ମା'ଙ୍କ ସ୍ୱପ୍ନାଦେଶ ପରେ ୮୫ ବର୍ଷ ହେବ ହୋଇଆସୁଛି ମା' ଙ୍କ ପୂଜା । ୧୯୪୦ ମସିହାରେ ଦଶିପୁର ପଡିଆରେ ସେମାନେ ଆରମ୍ଭ କରିଥିଲେ ଗଜଲଷ୍ମୀ ପୂଜା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଇତିହାସ ଅବଲୋକନ କଲେ ଲୋକ କଥା ଅନୁଯାୟୀ ୧୯୩୯ ମସିହା ଦସୀପୁର ଓ କଳଦିଆ ଗ୍ରାମର ଦିବଂଗତ ମାୟାଧର ଦାସ, ବାସୁଦେବ ବାରିକ, ଧନେଶ୍ୱର ସାହୁ, ଆଦିକନ୍ଦ ଦାସ, ଆରେହି କଣା ଗାଁର ବଟକୃଷ୍ଣ ପଣ୍ଡା, ରାଜନଗର ନଳଦିଆ ଗାଁର ଗଜାନନ ପାତ୍ରଓ ମହେଶ୍ୱର ପାତ୍ର ରାଜନଗର ବ୍ଲକ ବିଲିକନା ଶାସନ ଗାଁରେ ଗଜଲକ୍ଷ୍ମୀ ପୂଜା ଦେଖିବାକୁ ଯାଇଥିଲେ l ଗାଁ କୁ ଫେରିବା ପରେ ସେମାନଙ୍କ ମଧ୍ୟରୁ ମାୟାଧର ଦାସ ସୋଇଥିବା ବେକେ ତାଙ୍କୁ ମା' ଲକ୍ଷ୍ମୀଙ୍କ ସ୍ୱପ୍ନା ଦେଶ ହୋଇଥିଲା ବ୍ରହ୍ମଣୀ ନଦୀ କୂଳରେ ଥିବା ଦସୀପୁର ପଡିଆରେ ମୂର୍ତ୍ତି ତିଆରି କରି ପୂଜା କରିବା ପାଇଁ । ତାଙ୍କ ଠାରୁ ଅନ୍ୟ ମାନେ ଜାଣିବା ପରେ ସମସ୍ତେ ଚାନ୍ଦା ଆଦାୟ କରି ସେଠାରେ ଏକ ଚାଳଘର ନିର୍ମାଣ କରିଥିଲେ । ସେଥିରେ ମୃଣ୍ମୟ ମୂର୍ତ୍ତି ତିଆରି କରି ତା'ପର ବର୍ଷ ଅର୍ଥାତ ୧୯୪୦ ମସିହାରୁ ପୂଜା ଆରମ୍ଭ କରାଯାଇଥିଲା । ପୂଜା ସମସ୍ତ ନିୟମ ଅନୁସାରେ ମାଙ୍କ ପୂଜା ହୋଇଥାଏ ବୋଲି ମୁଖ୍ୟ ପୂଜକ କୁହନ୍ତି l


ଚଳିତ ବର୍ଷ ଏହି ପୂଜା ୮୫ ବର୍ଷରେ ପହଞ୍ଚିଛି l ସେମାନଙ୍କ ଅଵର୍ତମାନରେ ଦଶିପୁର କଳଦିଆ, ଓ ବାଲିଅଡା ଗ୍ରାମବାସୀଙ୍କ ସହଯୋଗରେ ଏହି ପୂଜା ଅନୁଷ୍ଠିତ ହେଉଛି l ଏହି ପୂଜା ଦେଖିବା ନିମନ୍ତେ ଆଳି, ରଜକନିକା, ରାଜନଗର ଓ ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ପ୍ରତ୍ୟେକ ଦିନ ଶହଶହ ଶ୍ରଦ୍ଧାଳୁ ମା ଙ୍କ ଦର୍ଶନ ନିମନ୍ତେ ଆସିଥାନ୍ତି l ଶ୍ରଦ୍ଧାଳୁ ଅତି ଉତ୍କଣ୍ଠାର ସହିତ ଗଜଲକ୍ଷ୍ମୀ ପୂଜାକୁ ଅନାଇ ବସିଥାନ୍ତି ଅଞ୍ଚଳର ବଡ଼ ପୂଜା l

Related Topics

Explore more stories

Sponsored
Laxmi Puja | gajalaxmi-puja-shines-in-kendrapada | Argus News