Ecofriendly Ganpati / ଚର୍ଚ୍ଚା ସାଉଁଟୁଛି ଘାସ ଓ ମାଟିରେ ତିଆରି ଗଣେଶ ମୂର୍ତ୍ତି

Key Points
ଘାସରେ ତିଆରି ଗଣେଶ ମୂର୍ତ୍ତି
ନା ବ୍ୟବହାର ହୋଇଛି ରଙ୍ଗ, ନା କେମିକାଲ
ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ପ୍ରସ୍ତୁତ
ଘାସ ଗଣେଶ । ସମ୍ପୂର୍ଣ୍ଣ ଭାବରେ ଘାସରେ ତିଆରି ହୋଇଛି ଏହି ଗଣେଶ ମୂର୍ତ୍ତି । ଆଜିକାଲି ବିଭିନ୍ନ ପ୍ରକାରର କେମିକାଲ, ରଙ୍ଗ ଆଦି ମୂର୍ତ୍ତିରେ ବ୍ୟବହାର ହେଉଛି । ପୂଜା ତ ଧୁମ୍ ଧାମ୍ ରେ ହେଉଛି ହେଲେ ବିସର୍ଜନ ପରେ ଏହା ପରିବେଶ ପ୍ରଦୂଷଣ କରୁଛି । ଏହାକୁ ଦୃଷ୍ଟିରେ ରଖି ଅନୁଗୋଳ TS ରେଲୱେ କଲୋନୀ ପୂଜା କମିଟି ନିର୍ମାଣ କରିଛି ଘାସ ଗଣେଶ । ଏଠାରେ ମୂଳତଃ ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖିବା ସହ ପରିବେଶ କିପରି ପ୍ରଦୂଷିତ ନ ହୁଏ ତାହାକୁ ପ୍ରଧାନ୍ୟ ଦିଆଯାଇଛି । ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ପ୍ରତିଦିନ ସଂନ୍ଧ୍ୟା ହେଲେ ଲୋକଙ୍କ ଭିଡ ଜମୁଛି । ଘାସରେ ଏହି ମୂର୍ତ୍ତି ଆନୁଗୁଳ ସହରରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ।
ମାଟି ଆଉ ଦୁବ ଘାସ ରେ ନିର୍ମାଣ ହୋଇଛି ଗଣେଶଙ୍କ ପ୍ରତିମୂର୍ତ୍ତି । ଯାହା ସହରରେ ପୂଜା ପାଉଥିବା ସମସ୍ତ ମୂର୍ତ୍ତି ଠାରୁ ଭିନ୍ନ । ଦୀର୍ଘ 15 ବର୍ଷ ହେବ ଗଣେଶ ପୂଜା କରି ଆସୁଥିବା ଏହି କମିଟି ପୂର୍ବରୁ ଶାମୁକା ଏବଂ ଦିଆସିଲି କାଠିରେ ମୂର୍ତ୍ତି ନିର୍ମାଣ କରି ସହରରେ ଅନେକ ପ୍ରଶଂସା ସାଉଁଟିଥିବାବେଳେ ଏହି କମିଟି ଚଳିତ ଥର ନିର୍ମାଣ କରିଛି ଭିନ୍ନ ଧରଣର ଗଣେଶ ମୂର୍ତ୍ତି ।
ବିଘ୍ନବିନାଶକଙ୍କ ଆଗମନରେ ଆରମ୍ଭ ହୋଇଛି ପାର୍ବଣ ଋତୁ । କେଉଁଠି ମାସେ ଧରି ଗଜାନନଙ୍କ ପୂଜା ହେଉଥିବାବେଳେ କେଉଁଠି ଭସାଣି ସରିଲାଣି । କେଉଁଠି ମୂର୍ତ୍ତି ତ କେଉଁଠି ପେଣ୍ଡାଲ ଲୋକଙ୍କୁ ଆକୃଷ୍ଟ କରୁଛି । ହେଲେ ସବୁଠୁ ନିଆରା ଏହି ଘାସ ଗଣେଶ ସମସ୍ତଙ୍କ ମନ କିଣୁଛି ।
📱 Get Argus News App
✨Related Topics
Explore more stories