Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Devotion

ଗଣେଶଙ୍କୁ ଶାନ୍ତିର ଦେବତା ବୋଲି କୁହାଯାଏ

Rashmita Mishra
Browse all articles by Rashmita Mishra
·1 year ago·1 min read
ଗଣେଶଙ୍କୁ ଶାନ୍ତିର ଦେବତା ବୋଲି କୁହାଯାଏ

ଅର୍ଗସ ବ୍ୟୁରୋ: ଗଣେଶଙ୍କୁ ଶାନ୍ତିର ଦେବତା ବୋଲି କୁହାଯାଏ। ଫୁଲକୁ ଶୁଦ୍ଧତା ଓ ପବିତ୍ରତାର ପ୍ରତୀକ ବୋଲି କୁହାଯାଇଥାଏ। ଖାସ୍‌ ଏହି କାରଣ ପାଇଁ ଦେବଦେବୀଙ୍କ ପୂଜା ହେଉ ଅଥବା ଅନ୍ୟ ଯେକୌଣସି ଶୁଭକାର୍ଯ୍ୟରେ ଫୁଲର ଆବଶ୍ୟକତା ପଡ଼ିଥାଏ। ତେବେ ପ୍ରତି ଦେବଦେବୀଙ୍କର କିଛି ଖାସ୍‌ ପ୍ରିୟ ଫୁଲ ଥାଏ। ଆଉ ତାଙ୍କ ମନ ଜାଣି ଫୁଲ ଅର୍ପଣ କଲେ ଆଶୀର୍ବାଦପ୍ରାପ୍ତି ହୋଇଥାଏ। ଯେମିତିକି ପ୍ରଭୁ ଗଣେଶଙ୍କର ନାଲିରଙ୍ଗର ଫୁଲ ଖୁବ୍‌ ପସନ୍ଦ। ଆପଣ ଜାଣିଛନ୍ତି କି ନାହିଁ? 

ଖାସ୍‌କରି ନାଲି ମନ୍ଦାର ପ୍ରଭୁ ଗଣେଶଙ୍କୁ ଅର୍ପଣ କଲେ ଜୀବନରେ ଉନ୍ନତି ଆସିଥାଏ ବୋଲି ବିଶ୍ୱାସ ରହିଛି। ଏହାଛଡ଼ା ଗେଣ୍ଡୁଫୁଲ, ପାରିଜାତ, ଅପରାଜିତା, ମଲ୍ଲି ତଥା ହଳଦିଆ ରଙ୍ଗର ସେବତୀ ଫୁଲ ବି ପ୍ରଭୁ ଗଣେଶଙ୍କୁ ଅର୍ପଣ କରିପାରିବେ। ବିଶ୍ୱାସ ରହିଛି, ପ୍ରଭୁ ଗଣେଶଙ୍କୁ ହଳଦିଆ ସେବତୀ ଅର୍ପଣ କଲେ କୁଦୃଷ୍ଟିରୁ ରକ୍ଷା ମିଳିଥାଏ। ସେହିପରି ମଲ୍ଲିଫୁଲ ଅର୍ପଣ କଲେ ସୁଖଶାନ୍ତି ବୃଦ୍ଧି ପାଇଥାଏ। 

ଅନ୍ୟପକ୍ଷେ ଗେଣ୍ଡୁଫୁଲ ଅର୍ପଣ କଲେ ସକାରାତ୍ମକ ଭାବନା ବୃଦ୍ଧି ପାଉଥିବାବେଳେ ପାରିଜାତ ଫୁଲ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ସେହିପରି ଅପରାଜିତା ଫୁଲ ଅର୍ପଣ କରି ପ୍ରଭୁ ଗଣେଶଙ୍କୁ ଭକ୍ତିର ସହ ପୂଜିଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ଲୋକବିଶ୍ୱାସ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Ganesha is known as the god of peace | Argus News