Garuda Purana / ମୃତ ବ୍ୟକ୍ତିଙ୍କ ପୋଷାକ ପିନ୍ଧୁଛନ୍ତି କି ? ଜାଣନ୍ତୁ ସତ

Key Points
ମୃତ ବ୍ୟକ୍ତିଙ୍କ ପୋଷାକ ପିନ୍ଧୁଛନ୍ତି କି ? ଜାଣନ୍ତୁ ସତ ।
ଜନ୍ମ... ଓ ମୃତ୍ୟୁ... ଏହା ଅପ୍ରିୟ ସତ । ଯିଏ ଜନ୍ମ ହୋଇଛି, ଦିନେ ନା ଦିନେ ତାକୁ ଏହି ସଂସାର ଛାଡ଼ି ଯିବାକୁ ପଡ଼ିବ । ମୃତ୍ୟୁ ପରେ ଅନେକ ସମୟରେ ପରିବାର ଲୋକେ ମୃତ ବ୍ୟକ୍ତିଙ୍କ ଜିନିଷ ବ୍ୟବହାର କରିବାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ନ୍ତି । ଗରୁଡ଼ ପୁରାଣରେ ଏହି ବିଷୟରେ ସ୍ପଷ୍ଟ ନିୟମ ଉଲ୍ଲେଖ କରାଯାଇଛି । ମୃତ ବ୍ୟକ୍ତିଙ୍କ ପୋଷାକ ଏବଂ ଅଳଙ୍କାର ବ୍ୟବହାର କରିବା ଉଚିତ୍ କି ନୁହେଁ ଜାଣନ୍ତୁ...
ମୃତ ବ୍ୟକ୍ତିଙ୍କ ପୋଷାକ ପିନ୍ଧିବା ଉଚିତ୍ କି ?
ଗରୁଡ଼ ପୁରାଣ ଅନୁଯାୟୀ, କେବେହେଲେ ମୃତ ବ୍ୟକ୍ତିଙ୍କ ପୋଷାକ ପିନ୍ଧିବା ଉଚିତ୍ ନୁହେଁ । ବିଶ୍ୱାସ କରାଯାଏ ଯେ ମୃତ୍ୟୁ ପରେ ମଧ୍ୟ ବ୍ୟକ୍ତିର ଆତ୍ମା ତାର ପୋଷାକ ସହ ସଂଯୁକ୍ତ ହୋଇ ରହିଥାଏ । ଯଦି କୌଣସି ଜୀବିତ ବ୍ୟକ୍ତି ସେହି ପୋଷାକ ପିନ୍ଧନ୍ତି, ତେବେ ମୃତ ବ୍ୟକ୍ତିଙ୍କ ଆତ୍ମା ଶାନ୍ତି ପାଇନଥାଏ ଏବଂ ମୋହମାୟାରେ ବାନ୍ଧି ହୋଇ ରହେ । ତେଣୁ ମୃତ ବ୍ୟକ୍ତିଙ୍କ ପୋଷାକକୁ ଦାନ କରିଦେବା ସବୁଠାରୁ ଭଲ ବୋଲି ବିବେଚନା କରାଯାଏ । ଏହାଦ୍ୱାରା ଆତ୍ମାକୁ ଶାନ୍ତି ଏବଂ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ
ଅଳଙ୍କାର ବା ଗହଣା ବ୍ୟବହାରର ନିୟମ
ପୋଷାକ ଭଳି ମୃତ ବ୍ୟକ୍ତିଙ୍କ ଗହଣାକୁ ନେଇ ମଧ୍ୟ କିଛି ନିୟମ ରହିଛି । ଗହଣା ପ୍ରତି ମଣିଷର ଅଧିକ ଆଶା ଆକର୍ଷଣ ରହିଥାଏ । ତେଣୁ ସେମାନଙ୍କ ଦେହାନ୍ତ ପରେ ସେହି ଗହଣାକୁ ସିଧାସଳଖ ପିନ୍ଧିବା ଅନୁଚିତ୍ । ଯଦି ଆପଣ ସେହି ଅଳଙ୍କାରକୁ ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ତାକୁ ତରଳାଇ ଏକ ନୂତନ ଡିଜାଇନ୍ ଦେଇ ପିନ୍ଧିପାରିବେ । ଏହାବ୍ୟତୀତ, ଗହଣାଗୁଡ଼ିକୁ ଗଙ୍ଗାଜଳ ଦ୍ୱାରା ଶୁଦ୍ଧ କରିବା ପରେ ହିଁ ବ୍ୟବହାର କରିବା ଦରକାର । ମୃତ ବ୍ୟକ୍ତିଙ୍କ ସ୍ମୃତି ସ୍ୱରୂପ କିଛି ଅଳଙ୍କାରକୁ ପୂଜା ଘରେ ବା ସୁରକ୍ଷିତ ସ୍ଥାନରେ ମଧ୍ୟ ରଖାଯାଇପାରିବ ।
ଘଣ୍ଟା ଏବଂ ଅନ୍ୟାନ୍ୟ ଜିନିଷ
କେବଳ ପୋଷାକ ବା ଗହଣା ନୁହେଁ, ବରଂ ମୃତ ବ୍ୟକ୍ତିଙ୍କ ଦ୍ୱାରା ବ୍ୟବହାର ଘଣ୍ଟାକୁ ମଧ୍ୟ ପିନ୍ଧିବାକୁ ବାରଣ କରାଯାଇଛି । କୁହାଯାଏ ଯେ ଘଣ୍ଟା ସେହି ବ୍ୟକ୍ତିଙ୍କ ସମୟ ଏବଂ ଶକ୍ତି ସହ ଜଡ଼ିତ ହୋଇଥାଏ, ତେଣୁ ଏହାକୁ ବ୍ୟବହାର କଲେ ନକାରାତ୍ମକ ପ୍ରଭାବ ପଡ଼ିପାରେ । ସର୍ବଦା ମୃତ ବ୍ୟକ୍ତିଙ୍କ ପ୍ରିୟ ଜିନିଷଗୁଡ଼ିକୁ ଗରିବ ବା ବ୍ରାହ୍ମଣଙ୍କୁ ଦାନ କରିବା ଦ୍ୱାରା ମୃତାତ୍ମାକୁ ପରଲୋକରେ ଶାନ୍ତି ମିଳିଥାଏ ।
📱 Get Argus News App
✨Related Topics
Explore more stories