Videos
|
Devotion

ବସନ୍ତପୁର ଶିରିଡ଼ି ସାଇ ମନ୍ଦିରରେ ଗୁରୁପୂର୍ଣ୍ଣିମା ପାଳନ

Smruti Parija
Browse all articles by Smruti Parija
·1 year ago·1 min read
ବସନ୍ତପୁର ଶିରିଡ଼ି ସାଇ ମନ୍ଦିରରେ ଗୁରୁପୂର୍ଣ୍ଣିମା ପାଳନ

Key Points

ଶାଇ ପ୍ରୀତି

ବସନ୍ତପୁର ଶିରିଡ଼ି ସାଇ ମନ୍ଦିରରେ ଗୁରୁପୂର୍ଣ୍ଣିମା ପାଳନ

ବସନ୍ତପୁର ଶିରିଡ଼ି ସାଇ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ବସନ୍ତପୁର ଶିରିଡ଼ି ସାଇ ମନ୍ଦିରରେ ଗୁରୁପୂର୍ଣିମା ଉତ୍ସବ ଧୁମ୍ ଧାମରେ ପାଳନ କରାଯାଇଛି । ବାବାଙ୍କ ମନ୍ଦିର ପହଡ ଖୋଲିବା ପରେ ପ୍ରତିଦିନ ଭଳି ଆଜି ସକାଳ ୫.୩୦ ଘଟିକାରେ ବାବାଙ୍କ କାକଡ଼ ଆରତି, ସକାଳ ୬.୩୦ ରେ ବାବାଙ୍କ ସ୍ନାନ ଆରତୀ ପୂଜା ଅନୁଷ୍ଠିତ ହୋଇଥିଲା ।


ପରେ ବାବାଙ୍କ ସୂର୍ଯ୍ୟ ପୂଜା,ମହାଭିଷେକ ପୂଜା, ହୋମ , ଓ ମଧ୍ୟାହ୍ନ ଆରତି ଅନୁଷ୍ଠିତ ହୋଇଥିଲା । ଏହି ଗୁରୁପୂର୍ଣିମା ମହୋତ୍ସବ ରେ ପୂର୍ତ ବିଭାଗ ଅତିରିକ୍ତ ସଚିବ ଶ୍ରୀମତୀ ରେଣୁପ୍ରଭା ନାୟକ ଓ ଗରଦପୁର ବ୍ଲକ୍ ବିଡ଼ିଓ ଆଲୋକ ରଂଜନ ସେଠିଙ୍କ ସମେତ ଶତାଧିକ ସାଇ ଭକ୍ତ ଉପସ୍ଥିତ ରହି ବାବାଙ୍କ ସାନ୍ନିଧ୍ୟ ଲାଭ କରିଥିଲେ। । ପ୍ରତି ବର୍ଷ ଭଳି ଏହି ଗୁରୁପୂର୍ଣ୍ଣିମା ମହା ଆଡମ୍ବର ସହ ଏହି ମନ୍ଦିରରେ ପାଳନ ହେବା ସହ ଭକ୍ତଙ୍କ ପାଇଁ ପ୍ରସାଦ ବଣ୍ଟନ କରାଯାଇଥିବାର ମନ୍ଦିର ଟ୍ରଷ୍ଟି ରୁଦ୍ର ମହାନ୍ତି ପ୍ରକାଶ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
guru-purnima-celebration-at-basantpur-shirdi-sai-temple | Argus News