Makar Sankranti / କେବେ ପାଳନ ହେବ ମକର ସଂକ୍ରାନ୍ତ ? ଜାଣନ୍ତୁ କେବେ ରହିଛି ଶୁଭ ମୁହୂର୍ତ୍ତ
·8 months ago·2 min read

Key Points
ମକର ସଂକ୍ରାନ୍ତିକୁ ନେଇ ସୃଷ୍ଟି ହେଲା ଦ୍ୱନ୍ଦ୍ୱ
ଜାଣନ୍ତୁ କେବେ ପାଳିବେ ?
ଜାଣନ୍ତୁ କେବେ ପାଳିବେ ?
ମକର ସଂକ୍ରାନ୍ତି ହେଉଛି ଏକ ସର୍ବ ଭାରତୀୟ ପର୍ବ । ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରିଥାନ୍ତି । ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ଏହି ପର୍ବ ପାଳନ କରନ୍ତି । ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତର ଏହା ସବୁଠାରୁ ବଡ଼ ପର୍ବ । ଦକ୍ଷିଣରେ ଏହାକୁ ପୋଙ୍ଗଲ ବୋଲି କହନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ ।ଓଡ଼ିଆ ପ୍ରବାଦ ଅନୁଯାୟୀ ‘ମକରଠାରୁ ଦିନ ବକର ହୁଏ’, ଅର୍ଥାତ ଏହି ଦିନଠାରୁ ଦିନ କ୍ରମଶଃ ବଡ଼ ହୁଏ । ସୂର୍ଯ୍ୟଙ୍କର ତେଜ ମଧ୍ୟ ଏହି ଦିନଠାରୁ ପ୍ରଖର ହୁଏ ।
ଦେବୀ ସଂକ୍ରାନ୍ତି ଏହି ତିଥିରେ ଶଙ୍କରାସୁରକୁ ବଧ କରିଥିଲେ । ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁମାନେ ଏହିଦିନ ପୂଜାର୍ଚ୍ଚନା କରନ୍ତି । ଚଳିତବର୍ଷ ମକର ସଂକ୍ରାନ୍ତିକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କେହି କେହି କହୁଛନ୍ତି କି ମକର ସଂକ୍ରାନ୍ତି ଚଳିତ ବର୍ଷ ୧୪ରେ ତ ଆଉ କେହି କହୁଛନ୍ତି ୧୫ରେ ପାଳନ ହେବ। ପ୍ରକୃତରେ କେଉଁ ଦିନ ଏବଂ ଶୁଭ ମୁହୁର୍ତ୍ତ କେତେବେଳେ ରହିଛି ଜାଣନ୍ତୁ।ଏହି ଦିନ ପୋଷାକ, କମ୍ବଳ, ଉଲରେ ତିଆରି ବସ୍ତ୍ର, ଶାଲ, ଧାର୍ମିକ ଗ୍ରନ୍ଥ ଓ କ୍ୟାଲେଣ୍ଡର ଆଦି ଦାନ କରିବା ଶୁଭ ମନେ କରାଯାଏ। ଏହି ପର୍ବରେ ସୂର୍ଯ୍ୟଙ୍କ ପୂଜାର୍ଚ୍ଚନା ହୁଏ। ମାନ୍ୟତା ରହିଛି ଏହି ଦିନ ସୂର୍ଯ୍ୟ ତାଙ୍କ ପୁଅ ଶନି ଦେବ (ଶନିଗ୍ରହ)ଙ୍କୁ ତାଙ୍କ ଘରେ ଅର୍ଥାତ ମକର ରାଶିରେ ଭେଟନ୍ତି।
ଏଥିସହ ପଢ଼ନ୍ତୁ: ଏହି ଜୀବକୁ ମାରି ଖାଆନ୍ତି ଭେନେଜୁଏଲାର ସୈନିକ, କାରଣ ଜାଣିଲେ ଉଡ଼ିଯିବ ହୋସ୍
ଏହି ପାର୍ବଣ ମୁଖ୍ୟତଃ ଏକ କୃଷିର ପର୍ବ ଓ ଏହାର ଖାସ ଗୁରୁତ୍ୱ ରହିଛି। ଧାର୍ମିକ ମାନ୍ୟତା ଅନୁସାରେ ଏହି ଦିନ ଭଗବାନ ବିଷ୍ଣୁ ପୃଥିବୀରେ ରାକ୍ଷଶଙ୍କ ବିନାଶ କରିଥିଲେ। ଏହା ବି ମାନ୍ୟତା ରହିଛି ଯେ ଏହି ଦିନ ଗଙ୍ଗା ନଦୀ ଭଗିରଥଙ୍କ ପଛେପଛେ ସ୍ୱର୍ଗରୁ ପୃଥବୀକୁ ଓହ୍ଲାଇ ଆସିଥିଲେ।ଚଳିତବର୍ଷ ମକର ସଂକ୍ରାନ୍ତି ଜାନୁୟାରୀ ୧୪ରେ ପାଳିତ ହେବ। ଏହି ଦିନ ସୂର୍ଯ୍ୟ ଅପରାହ୍ନ ୩ଟା ୧୩ ମିନିଟରେ ମକର ରାଶିକୁ ପ୍ରବେଶ କରିବେ। ଏବେ ଆସନ୍ତୁ ଜାଣିବା ୨୦୨୬ ମକର ସଂକ୍ରାନ୍ତିର ଶୁଭ ମୁହୁର୍ତ୍ତ। ମକର ସଂକ୍ରାନ୍ତିର ପୂଣ୍ୟକାଳ ବା ଶୁଭ ମୁହୂର୍ତ୍ତ ଅପରାହ୍ନ ୩ଟା ୧୩ ମିନିଟ୍ ରେ ଆରମ୍ଭ ହେବ। ଏହା ୪ଟା ୫୮ ମିନିଟ୍ ପର୍ଯ୍ୟନ୍ତ ରହିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଦିନ ସକାଳ ୯ଟା ବାଜି ୩ ମିନିଟ୍ ରୁ ୧୦ଟା ୪୮ ମଧ୍ୟରେ ଗଙ୍ଗାନଦୀରେ ସ୍ନାନ କରାଯାଇ ପାରେ।ଭାରତର ଅଲଗା ଅଲଗା ଅଞ୍ଚଳରେ ଏହି ପର୍ବକୁ ଅଲଗା ଅଲଗା ନାମରେ ଓ ପରମ୍ପରାରେ ପାଳନ କରାଯାଏ। ତାମିଲନାଡୁରେ ଏହାକୁ ପୋଙ୍ଗଲ ରୂପେ ପାଳନ କରାଯାଉଥିବା ବେଳେ ପଞ୍ଜାବରେ ଲୋହରୀ, ଗୁଜରାଟରେ ଉତ୍ତରାୟଣ ଓ ଉତ୍ତର ଭାରତରେ ମକର ସଂକ୍ରାନ୍ତି ରୂପେ ଏହାକୁ ପାଳନ କରାଯାଏ।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର:
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର:
Related Topics
Explore more stories