ଆସନ୍ତାକାଲି ରାହୁରେଖା ଲାଗି ନୀତି; ଆହୁରି ସୁନ୍ଦର ଦିଶିବ ଶ୍ରୀଜୀଉଙ୍କ ଶ୍ରୀମୁଖ

Key Points
ଅପରାହ୍ନରେ 4 ଘଣ୍ଟା ବନ୍ଦ ରହିବ ଜଗନ୍ନାଥ ଦର୍ଶନ
ରାହୁରେଖା ଲାଗି ନୀତି
ସରସ ସୁନ୍ଦର ଦିଶିବ ଶ୍ରୀଜୀଉଙ୍କ ଶ୍ରୀମୁଖ
ଆସନ୍ତାକାଲି ଅପରାହ୍ନରେ 4 ଘଣ୍ଟା ବନ୍ଦ ରହିବ ଜଗନ୍ନାଥ ଦର୍ଶନ । ରାହୁରେଖା ଲାଗି ନୀତି ଯୋଗୁଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ବୁଧବାର ଭାଦ୍ରବ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହମାନଙ୍କ 'ରାହୁରେଖାଲାଗି' ନୀତି ଅନୁଷ୍ଠିତ ହେବ । ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆରମ୍ଭ ହେବ ନୀତି । ଆପାତତଃ ଅପରାହ୍ନ 2 ଟା 30 ମିନିଟ ଠାରୁ ସନ୍ଧ୍ୟା 6 ଟା 30 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ଆସନ୍ତାକାଲି ପବିତ୍ର ଭାଦ୍ରବ ମାସ କୃଷ୍ନପକ୍ଷ ପଞ୍ଚମୀ ତିଥି ଅର୍ଥାତ୍ ରେଖାପଞ୍ଚମୀ । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା। ଶ୍ରୀଜିଉଙ୍କ ଶ୍ରୀମୁଖ ସରସ ଓ ସୁନ୍ଦର ଦେଖାଯିବା ପାଇଁ ସୁନା ଲାଗିଥିବା ପଟିରେ ପ୍ରସ୍ତୁତ ଏହି ରାହୁରେଖାକୁ ଚତୁଃର୍ଦ୍ଧାମୂର୍ତ୍ତିଙ୍କୁ ଲାଗି କରାଯିବ । ମହାପ୍ରଭୁଙ୍କର ଅନେକ ଗୁପ୍ତନୀତି ମଧ୍ୟରୁ ଏହା ଅନ୍ୟତମ ଗୁପ୍ତନୀତି ହୋଇଥିବାରୁ ଦଇତାପତି ସେବାୟତମାନେ ଗୋଷ୍ଠୀଗତ ଭାବେ ଏହି ନୀତିକୁ ନିଷ୍ଠାର ସହ ସମ୍ପାଦନ କରିବେ।
📱 Get Argus News App
✨ପତିମହାପାତ୍ର ସେବାୟତ ଏହି ରାହୁରେଖାକୁ ସଂସ୍କାର କରିସାରିବା ପରେ ୪ ବାଡର ବାଡଗ୍ରାହୀ ଓଷୁଅ ଏବଂ କନା ଦ୍ୱାରା ଚତୁଃର୍ଦ୍ଧାମୂର୍ତ୍ତୀଙ୍କ ଶ୍ରୀମୁଖରେ ରାହୁରେଖାକୁ ଲାଗି କରାଇ ଥାଆନ୍ତି । ରାହୁରେଖା ନୀତି ସମାପ୍ତ ପରେ ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥାଏ । ତେବେ ଦେବସ୍ନାନ ପୂର୍ଣ୍ଣିମା ଦିନ ୧୦୮ ଗରା ଜଳରେ ସ୍ନାନ କରି ଥଣ୍ଡା ଜ୍ୱରରେ ପୀଡିତ ହେବାପରେ ଶ୍ରୀଜୀଉଙ୍କ ଶ୍ରୀମୁଖରୁ ରାହୁରେଖା କାଢି ନିଆଯାଇଥାଏ ।