Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Devotion

Kartik Month / ଶ୍ରୀକ୍ଷେତ୍ରରେ ଜମିଲାଣି ହବିଷ୍ୟାଳିମାନଙ୍କ ଭିଡ଼

Smruti Parija
Browse all articles by Smruti Parija
·9 months ago·3 min read
ଶ୍ରୀକ୍ଷେତ୍ରରେ ଜମିଲାଣି ହବିଷ୍ୟାଳିମାନଙ୍କ ଭିଡ଼

Key Points

ଶ୍ରୀକ୍ଷେତ୍ରରେ ଜମିଲାଣି ହବିଷ୍ୟାଳିମାନଙ୍କ ଭିଡ଼

୫ଟି ସ୍ଥାନରେ ହବିଷ୍ୟାଳି ମା’ମାନଙ୍କ ପାଇଁ ରହିବା ବ୍ୟବସ୍ଥା କରାଯାଇଛି 

ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ

ହବିଷ୍ୟାଳି ଶିବିର ପ୍ରସ୍ତୁତ । ତୀର୍ଥ ପୁଷ୍କରିଣୀ ପ୍ରସ୍ତୁତ । ରାତି ପାହିଲେ କାର୍ତ୍ତିକ ବ୍ରତ । ଆଉ ଏବେଠୁ ଶ୍ରୀକ୍ଷେତ୍ର ମୁହାଁ ହେଲେଣି ହବିଷ୍ୟାଳି । କିଏ ମଠ ଓ ଧର୍ମଶାଳାରେ ମାସକ ପାଇଁ ବୁକିଂ ତ କିଏ ସରକାରଙ୍କ ପ୍ରଦତ୍ତ ହବିଷ୍ୟାଳି ଅଭିମୁଖେ ଛୁଟି ଆସିଛି । ଏଣେ ହବିଷ୍ୟାଳିମାନଙ୍କର ଆଗମନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବିଶେଷକରି ଶ୍ରୀକ୍ଷେତ୍ରଠୁ ଅନତି ଦୂରରେ ରହୁଥିବା ହବିଷ୍ୟାଳିମାନେ ଆଜିଠୁ ଆସି ଶିବିରରେ ଡେରା ପକେଇଲେଣି ।


ଏଣେ ହବିଷ୍ୟାଳିମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନରେନ୍ଦ୍ର, ଶ୍ୱେତଗଙ୍ଗା, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ ଆଜି ତୀର୍ଥ ପୁଷ୍କରିଣୀରେ ବ୍ୟାରିକେଡିଂ ସହ ଜାଲି ଦିଆଯାଇଛି । ଶିଉଳି ସଫା କରାଯାଇଛି । ହବିଷ୍ୟାଳିମାନେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ବାଲୁକା ପୂଜା କରିବାର ବିଧି ରହିଥିବାରୁ ପୁଷ୍କରିଣୀରେ ସୁରକ୍ଷିତ ସ୍ନାନକୁ ଗୁରୁତ୍ୱ ଦିଆଯାଇଛି ।


ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ପୁରୀ ସହରର ୪ଟି ସ୍ଥାନରେ ହବିଷ୍ୟାଳୀଙ୍କ ରହଣି ବ୍ୟବସ୍ଥା କରାଯାଇଛି । ଅନଲାଇନ ମାଧ୍ୟମରେ ଆବେଦନ ଆହ୍ୱାନ କରାଯାଇଥିଲା। ଯାଞ୍ଚ ପରେ ଯୋଗ୍ୟ ବିବେଚିତ ହବିଷ୍ୟାଳୀ ସେମାନଙ୍କ ନିର୍ଦ୍ଧାରିତ ହବିଷ୍ୟାଳୀ କେନ୍ଦ୍ରରେ ପହଞ୍ଚିବା ଆରମ୍ଭ କଲେଣି । ଜିଲ୍ଲାପାଳ ସମସ୍ତ ହବିଷ୍ୟାଳୀ କେନ୍ଦ୍ର ପରିଦର୍ଶନ ଓ ସମସ୍ତ କାର୍ଯ୍ୟର ତଦାରଖ କରି ସମୀକ୍ଷା କରିଥିଲେ । ସେହିଭଳି ଏସପି ମଧ୍ୟ ବିଭିନ୍ନ ହବିଷ୍ୟାଳି ଶିବିର ଯାଇ ହବିଷ୍ୟାଳୀ ମାନଙ୍କ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ମାସେ ପର୍ଯ୍ୟନ୍ତ ହବିଷ୍ୟାଳୀ ରାଈଦାମୋଦର ବ୍ରତ ପାଳନ କରିବେ । ବୃନ୍ଦାବତୀ ନିବାସ ହବିଷ୍ୟାଳୀ କେନ୍ଦ୍ରରେ ମାଆ ମାନେ ପହଞ୍ଚିବା ପରେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ସେଡ୍ କୁ ସଂପ୍ରସାରଣ କରାଯାଇ ନୂଆ ସେଡ୍ ନିର୍ମିତ ହେଉଛି । ହବିଷ୍ୟାଳିଙ୍କ ସେବା କରିବା ପାଇଁ ମହିଳା ସହାୟିକାମାନେ ଆସି ବୃନ୍ଦାବତୀ ନିବାସରେ ପହଞ୍ଚି ନିଜ କାର୍ଯ୍ୟଧାରା ବାବଦରେ ଆବଗତ ହୋଇଛନ୍ତି ।


ଆସନ୍ତାକାଲି ଶ୍ରୀମନ୍ଦିରରେ ପାଳନ ହେବ କୁମାର ପୂର୍ଣ୍ଣିମା। ଶ୍ରୀମନ୍ଦିରରେ 7 ତାରିଖ ଦିନ ପୂର୍ଣ୍ଣିମା ପାଳନ ହେଉଥିବାବେଳେ ମହାପ୍ରଭୁ ଜଗନ୍ନାଥ ବି ପଶା ଖେଳନ୍ତି, ମା' ସାଆନ୍ତାଣୀଙ୍କ ସହ ଜୁଆ, କଉଡି ଖେଳରେ ଏମିତି ମଜ୍ଜି ଯାଆନ୍ତି ଯେ । ଶେଷରେ ଖେଳରେ ହାରି 7 ଦିନ ଯାଏଁ ବନ୍ଧା ପଡନ୍ତି। ମଧ୍ୟାହ୍ନ ଧୂପ ପରେ ପ୍ରଭୁ ଶ୍ରୀ ସୁଦର୍ଶନ ଶ୍ରୀମନ୍ଦିର ବାହାରେ ଥିବା ଉଗ୍ରସେନଙ୍କ ଆଶ୍ରମ (ଜମ୍ବେଶ୍ବର) ବିଜେ କରି ଫେରନ୍ତି । ସୁଦର୍ଶନଙ୍କ ନିମନ୍ତେ ସ୍ବତନ୍ତ୍ର ପୂଜା ଓ ବନ୍ଦାପନା ହୋଇଥାଏ । ସଂଧ୍ୟା ଧୂପ ପରେ ଆଜ୍ଞାମାଳ ପାପ୍ତ ହୋଇ ଶ୍ରୀ ମଦନମୋହନ ଓ ଲକ୍ଷ୍ମୀ ପ୍ରତିମା ପାଲିଙ୍କିରେ ଯାଇ ମହାଲକ୍ଷ୍ମୀ ମନ୍ଦିରର ଜଗମୋହନରେ ବିଜେ ହୁଅନ୍ତି । ଏଠାରେ ମହାପ୍ରଭୁଙ୍କ ଓ ମା' ଲକ୍ଷ୍ମୀଙ୍କ ପ୍ରତିନିଧି ଭାବେ ସେବକଙ୍କ ମଧ୍ୟରେ କଉଡ଼ି ଓ ପଶାଖେଳ ହୁଏ । ଶୀତଳ ଭୋଗ ପରେ ବାହୁଡା଼ ବିଜେ ହୋଇ ମା' ମହାଲକ୍ଷ୍ମୀ ସିଂହାସନକୁ ଓ ଶ୍ରୀ ମଦନମୋହନ ଦକ୍ଷିଣୀ ଘରକୁ ବିଜେ କରିଥାନ୍ତି । ଚନ୍ଦନଲାଗି ପରେ ବଡ଼ସିଂହାର ବେଶରେ ଠାକୁରମାନଙ୍କୁ ନୂଆ ଲୁଗା (ପତନି) ଲାଗି କରାଯାଏ।


ବଡ଼ସିଂହାର ଧୂପ ପରେ ସେବକମାନେ ପୁନର୍ବାର ରତ୍ନ ସିଂହାସନ ତଳେ ପଶା ଓ କଉଡ଼ି ଖେଳ ଖେଳନ୍ତି ଓ ପରେ ସିଂହାସନ ଉପରେ ଏହି ଖେଳ ଖେଳନ୍ତି । ମହାପ୍ରଭୁଙ୍କ ତରଫରୁ ପ୍ରତିନିଧି ମୁଦିରସ୍ତ ଓ ଲକ୍ଷ୍ମୀଙ୍କ ପ୍ରତିନିଧି ଭିତରଚ୍ଛ ମହାପାତ୍ର ୨୧ ଟି ହିଙ୍ଗୁଳ କଉଡ଼ି , ୨୧ ଟି ରୂପା କଉଡି, ପଶା ଶକଟା ଖେଳମାନ ଖେଳିଥାନ୍ତି । ଏ ଖେଳରେ ମା ମହାଲକ୍ଷ୍ମୀଙ୍କ ପାଖରେ ମହାପ୍ରଭୁ ହାରିଯିବାରୁ ମହାଲକ୍ଷ୍ମୀଙ୍କ ମନ୍ଦିରରେ ବିଜେ ହୋଇ ସାତ ଦିନ ବନ୍ଧା ରହିଥାନ୍ତି । ଅଷ୍ଟମ ଦିନ ଅବକାଶ ପୂଜାସମୟରେ ମହାପ୍ରଭୁ ବନ୍ଧାରୁ ଫିଟି ରତ୍ନ ସିଂହାସନକୁ ଫେରି ଆସନ୍ତି ।


Related Topics

Explore more stories

Sponsored
Kartik Month | kartika-month-to-be-start-from-tomorrow-onwards | Argus News