Videos
|
Devotion

କାଲି ଶ୍ରାବଣର ପ୍ରଥମ ସୋମବାର, ଶୈବାଳୟ ଅଭିମୁଖେ କାଉଡିଆ

Smruti Parija
Browse all articles by Smruti Parija
·1 year ago·2 min read
କାଲି ଶ୍ରାବଣର ପ୍ରଥମ ସୋମବାର, ଶୈବାଳୟ ଅଭିମୁଖେ କାଉଡିଆ

Key Points

କାଲି ଶ୍ରାବଣର ପ୍ରଥମ ସୋମବାର

ଗଡଗଡିଆ ଘାଟରେ କାଉଡିଆଙ୍କ ଭିଡ

ଶୈବାଳୟ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି କାଉଡିଆ ଭକ୍ତ

ଆରମ୍ଭ ହୋଇଛି ଶ୍ରାବଣ ମାସ । ଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାର ସେଥିପାଇଁ ବୋଲ ବମ ହର ହର ବମ ଧ୍ବନୀରେ ପ୍ରକମ୍ପିତ ହେଉଛନ୍ତି କଟକର ଐତିହାସିକ ଗଡ଼ଗଡ଼ିଆ ଘାଟ । ଶ୍ରାବଣ ସୋମବାରରେ ଶିବଙ୍କ ମସ୍ତକରେ ଜଳଲାଗି କରିବା ପାଇଁ ଗଡଗଡ଼ିଆ ଘାଟରେ ଜମିଛି ବୋଲବମ ଭକ୍ତଙ୍କ ଭିଡ଼ । ଗଡ଼ ଗଡ଼ିଆ ନଦୀରୁ କଳସରେ ପାଣି ଉଠାଇ ପୂଜା ଅର୍ଚ୍ଚନା କରି କାନ୍ଧରେ ବାହୁଙ୍ଗି ଧରି କରି ରାଜ୍ୟର ବିଭିନ୍ନ ଶୈବାଳୟ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି କାଉଡିଆ ଭକ୍ତ ।


ଭକ୍ତ ମାନେ ବିଭିନ୍ନ ଜିଲ୍ଲାରୁ ଆସି ଲିଙ୍ଗରାଜ୍ ଓ ଧବଳେଶ୍ବର ଭଳି ଦୁର ସ୍ଥାନକୁ ଯାତ୍ରା କରୁଥିବାବେଳେ ଆଉ କିଛି ନିଜ ନିଜ ଗ୍ରାମରେ ଥିବା ଶିବାଳୟରେ ମହାଦେବଙ୍କୁ ଜଳଲାଗି କରିବା ପାଇଁ ବାହାରିଛନ୍ତି । ପରମ୍ପରା ଓ ବିଶ୍ୱାସର ନଦୀ ଗଡଗଡ଼ିଆ ଘାଟରୁ ଜଳ ଲଗି କରିବା ପାଇଁ ଭାର ନେଇ ଶ୍ରାବଣ ସୋମବାର ଦିନ ଶିବମନ୍ଦିରରେ ଜଳଲାଗି କରିବାର ପରମ୍ପରା ରହିଆସିଛି । ଏଥିପାଇଁ ଶ୍ରାବଣ ମାସରେ ଗଡଗଡ଼ିଆ ଘାଟକୁ ପ୍ରତିବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରୁ ଶିବଭକ୍ତମାନଙ୍କର ଶୁଅ ଛୁଟିଥାଏ । ବିଶେଷ କରି ଦୂର ସ୍ଥାନ କୁ ଯାଉଥିବା ଭକ୍ତ ଶୁକ୍ରବାର ଠାରୁ ଆରମ୍ଭ କରି ରବିବାର ପର୍ଯ୍ୟନ୍ତ ଗଡଗଡ଼ିଆ ଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ଏହି ପବିତ୍ର ଗଡ଼ଗଡ଼ିଆ ଘାଟରୁ ପାଣି ନେଇ ଶୈବ ପୀଠରେ ଜଳ ଲାଗି କଲେ ମାନସିକ ପୂରଣ ହଇଥାଏ ବୋଲି ବିଶ୍ୱାସ ରହିଛି । ଗଡ଼ଗଡ଼ିଆ ଘାଟରୁ ସହ ସହ କାଉଡିଆ ଭକ୍ତ ପାଣି ଉଠାଇବା ପାଇଁ ବିଭିନ୍ନ ସ୍ଥାନରୁ ଆସୁଛନ୍ତି ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ସୁରକ୍ଷା ପାଇଁ ନଦୀ କୂଳରେ ମୁତୟନ ରହିଛି ପାୱାର ବୋଟ ଅଗ୍ନିଶମ ବିଭାଗ ଲାଇଫ ଗାର୍ଡ ।

kawaria-devotees-have-started-their-journey-towards-shaiva-temple | Argus News