Videos
|
Devotion

Kumar Purnima Special / ଜହ୍ନ ଆଲୁଅରେ ଖିରି ରଖି ଖାଆନ୍ତୁ, ଦୂର ହେବ ଏହି ଦୋଷ

Smruti Parija
Browse all articles by Smruti Parija
·10 months ago·2 min read
ଜହ୍ନ ଆଲୁଅରେ ଖିରି ରଖି ଖାଆନ୍ତୁ, ଦୂର ହେବ ଏହି ଦୋଷ

Key Points

କୁଆଁର ପୁନେଇରେ କୁଆଁରୀମାନେ

ଖାଆନ୍ତୁ ଏହି ଖିରି

ଦୂର ହେବ ପିତ୍ତ ଦୋଷ


ଆମ ସଂସ୍କୃତି ପରମ୍ପରା ସହ ଜଡିତ ଆମ ଜୀବନଶୈଳୀ । ପ୍ରତ୍ୟେକ ଓଷା ବ୍ରତର ରହିଛି କିଛି ମହତ୍ତ୍ୱ । ଯାହା ଆମ ଶରୀର ଉପରେ ପ୍ରଭାବ ପକାଇଥାଏ । ଏହାସହ ଯୋଡି ହୋଇଥାଏ ବୈଜ୍ଞାନିକ କାରଣ । ସେ ଉପାସ ରହିବା ହେଉ କିମ୍ବା କେଉଁ ଓଷା ବ୍ରତରେ କିଛି ପ୍ରସାଦ ସେବନ କରିବା ହେଉ ତାହାର କିଛି ବିଶେଷତ୍ତ୍ୱ ଥାଏ । ଯେମିତି କାର୍ତ୍ତିକ ମାସରେ ଆମିଷ ବାରଣ, ତାହାର ମଧ୍ୟ ବୈଜ୍ଞାନିକ କାରଣ ରହିଛି ।


ଠିକ୍ ସେହିପରି କୁମାର ପୂର୍ଣ୍ଣିମାରେ ଖିରି ତିଆରି କରି ତାହାକୁ ଜହ୍ନ ଆଲୁଅ ତଳେ ରଖି ପ୍ରସାଦ ଆକାରରେ ସେବନ କଲେ ଶରୀର ପାଇଁ ବହୁତ ଲାଭଦାୟକ । ପରମ୍ପରା କୁହାଯାଏ କୁମାର ପୂର୍ଣ୍ଣିମାରେ ଖିରି କରି ଏହାକୁ ଚାନ୍ଦି ପାତ୍ରରେ ରଖି ସାରା ରାତି ଜହ୍ନ ଆଲୁଅରେ ଖୋଲା ଛାଡି ଦିଅନ୍ତୁ । ତା' ପର ଦିନ ଗାଧେଇ ପାଧେଇ ପ୍ରାର୍ଥନା କରିବା ପରେ ଏହି କ୍ଷୀରିକୁ ସେବନ କରନ୍ତୁ । ଯାହା ଶରୀରକୁ ଥଣ୍ଡା ରଖିଥାଏ ।


ଏହା କରିବା ଦ୍ୱାରା ଶରୀରକୁ କ'ଣ ଲାଭ ମିଳିବ ?


ଆୟୁର୍ବେଦ ଅନୁସାରେ ଶରତ ଋତୁରେ ପିତ୍ତ ଦୋଷ ଶରୀରରେ ବୃଦ୍ଧି ପାଏ । ଜହ୍ନମାମୁଁର ଶୀତଳ କିରଣରେ ଏବଂ ଚାନ୍ଦି ପାତ୍ରରେ ଏହାକୁ ରଖିବା ଦ୍ୱାରା ହିଟ୍ ବାଲାନ୍ସ ହୋଇଥାଏ । ଆଉ ଏହାକୁ ସେବନ କରିବା ଦ୍ୱାରା ପିତ୍ତଦୋଷ ହ୍ରାସ ପାଇବା ସହ ଶରୀରକୁ ଶକ୍ତି ପ୍ରଦାନ କରିଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାର ପୁରା ପ୍ରସ୍ତୁତି କ'ଣ ?

ଚାଉଳ ଖିରି ତିଆରି କରନ୍ତୁ । ଏହାକୁ ଏକ ଚାନ୍ଦି ପାତ୍ରରେ ରଖନ୍ତୁ । ରାତି ସାରା କୁମାର ପୂର୍ଣ୍ଣିମାର ସେ ଜହ୍ନ ଆଲୁଅ ତଳେ ଖୋଲା ରଖନ୍ତୁ । ତା' ପର ଦିନ ଏହାକୁ ଠାକୁର ପୂଜା କରି ପ୍ରାର୍ଥନା କରିବା ପରେ ପ୍ରସାଦ ଆକାରରେ ସେବନ କରିପାରିବେ ।

Note : ଏହି ଖିରି ପାତ୍ରକୁ ଅନ୍ୟ ଏକ ପାତ୍ରରେ ପାଣି ରଖି ତା ଉପରେ ରଖିପାରିବେ । ଯାହା ଦ୍ୱାରା ଜନ୍ଦା, ପିମ୍ପୁଡି ଏଥିରେ ପଡିବେ ନାହିଁ ।


କୁଆଁର ପୂନେଇଁ ଜହ୍ନ ଗୋ… ଫୁଲ ବଉଳବେଣୀ…'। ବେଶ୍‌ ଜାକଜମକରେ ପାଳିତ ହୋଇଛି କୁମାର ପୂର୍ଣ୍ଣିମା। ଭୋର ୪ଟାରୁ ଆରମ୍ଭ ହୋଇଯାଇଥିଲା କୁମାରୀମାନଙ୍କ ସଜବାଜ। ବଡ଼ି ଭୋରରୁ ଗାଧୋଇ ପାଧୋଇ ନୂଆ ଲୁଗାପଟା ପିନ୍ଧି ନୂଆ କୁଲାରେ ଖଇ, ଗୁଆ, କଦଳୀ, ନଡ଼ିଆ, କସି କାକୁଡ଼ି, କସି ଜହ୍ନି ଓ ଆଖୁ ଆଦି ୭ ପ୍ରକାର ଆଞ୍ଜୁଳି ଯୋଗାଡ଼ କରି ୭ ଥର ଅଞ୍ଜୁଳି ଟେକିଥିଲେ। ସୂର୍ଯ୍ୟଙ୍କୁ ପୂଜା କରିଥିଲେ। ଏହି ଦିନ କାର୍ତ୍ତିକେୟଙ୍କ ଜନ୍ମଦିନ ଥିବାରୁ ଏହି ପୂଜା କଲେ ତାଙ୍କ ଭଳି ସୁନ୍ଦର ଓ ବୀର ବର ମିଳେ ବୋଲି ଲୋକ ବିଶ୍ବାସ ରହିଛି । ତେଣୁ ସର୍ବଗୁଣସମ୍ପନ୍ନ ଜୀବନସାଥୀଟିଏ ପାଇବାକୁ କୁମାରୀ କରିବେ ଚନ୍ଦ୍ରପୂଜା । ଏନେଇ କୁମାରୀଙ୍କ ମନରେ ବେଶ୍‌ ଉତ୍ସାହ ଭରି ରହିଛି ।

Related Topics

Explore more stories

Kumar Purnima Special | know-the-rituals-of-kumar-purnima-in-details | Argus News