Navaratri / ନବରାତ୍ରୀ ପୂଜା , ଦ୍ବିତୀୟ ଦିନରେ ବ୍ରହ୍ମଚାରିଣୀ ରୂପରେ ପୂଜା ପାଇବେ ମା'

Key Points
ବ୍ରହ୍ମଚାରିଣୀ ରୂପରେ ପୂଜା ପାଇବେ
ଆରମ୍ଭ ହୋଇଯାଇଛି ମା' ଦୁର୍ଗାଙ୍କ ନବରାତ୍ରୀ ପୂଜା
ଦ୍ବିତୀୟ ଦିନରେ ବ୍ରହ୍ମଚାରିଣୀ ରୂପରେ ପୂଜା ପାଇବେ
ଚଳଚଞ୍ଚଳ ହୋଇ ଉଠିଛି ଶକ୍ତିପୀଠ ସହ ପୂଜା ମଣ୍ଡପ
ଆରମ୍ଭ ହୋଇଯାଇଛି ମା' ଦୁର୍ଗାଙ୍କ ନବରାତ୍ରୀ ପୂଜା । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଶକ୍ତିପୀଠ ସହ ପୂଜା ମଣ୍ଡପ । ନବରାତ୍ରୀରେ ମା’ ଦୁର୍ଗା ନଅଟି ରୂପରେ ପୂଜା ପାଇଥାନ୍ତି । ଏହି ନଅଦିନ ମା' ଦୁର୍ଗା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ ରୂପରେ ମଣ୍ଡପରେ ପୂଜା କରାଯାଏ ।
ପ୍ରଥମ ଦିନରେ ମା' ଶୈଳପୁତ୍ରୀ ରୂପରେ ପୂଜା ପାଇବା ପରେ ଆଜି ବ୍ରହ୍ମଚାରିଣୀ ରୂପରେ ପୂଜା ପାଇବେ । ନବରାତ୍ରର ଦ୍ବିତୀୟ ଦିନରେ ମାତା ଦୁର୍ଗାଙ୍କୁ ଭକ୍ତମାନେ ବ୍ରହ୍ମଚାରିଣୀ ରୂପରେ ଉପାସନା କରିଥାନ୍ତି । ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ । ମା’ ଭଗବାନ ଶିବଙ୍କୁ ପତି ରୂପେ ପାଇବା ପାଇଁ କଠିନ ତପସ୍ୟା କରିଥିଲେ ।
📱 Get Argus News App
✨ଅଧିକ ପଢନ୍ତୁ : ଚାଲିଛି ନବରାତ୍ରୀ ପୂଜା: ଭୁଲରେ ବି ଖାଆନ୍ତୁନି ଏହି ଖାଦ୍ୟ
ଏହି କଠିନ ତପସ୍ୟା ପାଇଁ ଦେବୀଙ୍କ ନାମ ତପଶ୍ଚାରିଣୀ ଅର୍ଥାତ୍ ବ୍ରହ୍ମଚାରିଣୀ ହୋଇଛି । ତାଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ । ଭକ୍ତ ନିଜ ମନକୁ ସ୍ୱାଧିଷ୍ଠାନ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି । ମା'ଙ୍କ ଏହି ସ୍ବରୂପକୁ ପୂଜା କଲେ ସର୍ବତ୍ର ସିଦ୍ଧି ଓ ବିଜୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି ।
Related Topics
Explore more stories