Navratri Special / ତେଜ ଏବଂ ପ୍ରତାପର ସ୍ଵରୂପ ମା’ କୁଷ୍ମାଣ୍ଡା

Key Points
ଚତୁର୍ଥ ଦିବସେ କୁଷ୍ମାଣ୍ଡା ରୂପେ
ଅମୃତ କଳସୀ ଧରିବା
ସୃଷ୍ଟି ନିର୍ମାଣେ ମା’ ସହଭାଗୀ ହୋଇ
ବ୍ରହ୍ମାଣ୍ଡ ରଚନା କରିବା
ସୃଷ୍ଟିର ଯେତେବେଳେ ଅସ୍ତିତ୍ଵ ନଥିଲା, ସେହି ସମୟରେ ମା’ କୁଷ୍ମାଣ୍ଡା ଏହି ସୃଷ୍ଟିର ରଚନା କରିଥିଲେ । ସେଥିପାଇଁ ଦେବୀଙ୍କୁ ଆଦ୍ୟ ସ୍ଵରୂପା ବା ଆଦିଶକ୍ତି କୁହାଯାଏ । ଆଜି ହେଉଛି ନବରାତ୍ରୀର ଚତୁର୍ଥ ଦିନ । ଚତୁର୍ଥ ଦୁର୍ଗାଙ୍କର ନାମ କୁଷ୍ମାଣ୍ଡା । ଇଷତ୍ ହାସ୍ୟ ମୁଖରେ ବ୍ରହ୍ମାଣ୍ଡକୁ ଯିଏ ଉତ୍ପନ କରିଛନ୍ତି ସେହି ଶକ୍ତିଙ୍କୁ କୁଷ୍ମାଣ୍ଡା କୁହାଯାଏ । ତାଙ୍କର ସୂର୍ଯ୍ୟ ତୁଲ୍ୟ ତେଜର ଝଲକ ଦଶ ଦିଗକୁ ବ୍ୟାପ୍ତ କରେ । ସେ ଅଷ୍ଟ ଭୂଜା । ସାତ ହାତରେ ସାତ ପ୍ରକାର ଚମକପ୍ରଦ ଅସ୍ତ୍ର ଧାରଣ କରିଛନ୍ତି ଓ ଦକ୍ଷିଣ ହସ୍ତରେ ଜପମାଳା ରହିଛି । କୁଷ୍ମାଣ୍ଡା (ପାଣି କଖାରୁ) ବଳି ତାଙ୍କର ଅତି ପ୍ରିୟ । ତେଣୁ ଏହି ଶକ୍ତିଙ୍କର ନାମ କୁଷ୍ମାଣ୍ଡା ରଖାଯାଇଛି । ଏହି ଶକ୍ତି ବିଶ୍ୱ ପ୍ରସିଦ୍ଧ ।
ମା’ଙ୍କର ତାଙ୍କ ୭ଟି ହାତରେ କ୍ରମଶଃ କମଣ୍ଡଳୁ, ଧନୁଷ, ବାଣ, କମଳ-ପୁଷ୍ପ, ଅମୃତପୂର୍ଣ୍ଣ କଳସ, ଚକ୍ର ତଥା ଗଦା ଶୋଭାପାଏ। ଅଷ୍ଟମ ହାତରେ ମାଆଙ୍କ ସମସ୍ତ ସିଦ୍ଧି ଏବଂ ନିଧି ଦେଉଥିବା ଜପ ମାଳା ରହିଥାଏ। ମା କୁଷ୍ମାଣ୍ଡାଙ୍କୁ କଖାରୁର କାନ ଝୁମୁକା ଅତ୍ୟନ୍ତ ପ୍ରିୟ ଏବଂ ସଂସ୍କୃତରେ କଖାରୁକୁ କୁଷ୍ମାଣ୍ଡ କୁହାଯାଏ। ଏଥିପାଇଁ ମା ଦୁର୍ଗାଙ୍କ ଏହି ସୂରୂପକୁ ମଧ୍ୟ ପକ୍ଷାନ୍ତରେ କୁଷ୍ମାଣ୍ଡା କୁହାଯାଇଥାଏ। ମାନ୍ୟତା ଅଛି ଯେ ଦେବୀଙ୍କର ଏହି ସ୍ୱରୂପକୁ ପୂଜା କରିବା ଦ୍ୱାରା ଅସାଧ୍ୟ ରୋଗରୁ ମୁକ୍ତି ମିଳିବା ସହ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତ ହୋଇଥାଏ।
📱 Get Argus News App
✨ମା’ କୁଷ୍ମାଣ୍ଡା ହେଉଛନ୍ତି ତେଜ ଏବଂ ପ୍ରତାପର ସ୍ଵରୂପ। ତାଙ୍କର ତେଜ ଓ ପ୍ରତାପରୁ ପୃଥିବୀର ଦଶ ଦିଗକୁ ପ୍ରକାଶ ପ୍ରାପ୍ତ ହୁଏ । କଥିତ ଅଛି ଯେ ସାରା ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଏବଂ ପ୍ରାଣୀଙ୍କଠାରୁ ଯେଉଁ ତେଜ ନିର୍ଗତ ହୁଏ ତାହାର ସୃଷ୍ଟି କର୍ତ୍ତ୍ରୀ ହେଉଛନ୍ତି ଦେବୀ କୁଷ୍ମାଣ୍ଡା।
ମା’ କୁଷ୍ମାଣ୍ଡାଙ୍କୁ ଆରାଧନା ପାଇଁ ଏହି ମନ୍ତ୍ର ଜପ କରନ୍ତୁ...
ଚତୁର୍ଥ ଦିବସେ କୁଷ୍ମାଣ୍ଡା ରୂପେ
ଅମୃତ କଳସୀ ଧରିବା
ସୃଷ୍ଟି ନିର୍ମାଣେ ମା’ ସହଭାଗୀ ହୋଇ
ବ୍ରହ୍ମାଣ୍ଡ ରଚନା କରିବା
ସେପଟେ ଶକ୍ତି ପୀଠ ଗୁଡିକରେ ଜୋର ସୋର୍ ରେ ଚାଲିଛି ପୂଜାର୍ଚ୍ଚନା । ତନ୍ତ୍ର ମନ୍ତ୍ରରେ ପ୍ରକମ୍ପିତ ହେଉଛି ଚତୁର୍ଦିଗ । ମାଙ୍କ ଆଗମନରେ ପୁଲକିତ ଏ ସାରା ଜଗତ । ସବୁଠି ଉତ୍ସାହ, ସବୁଠି ଉଦ୍ଦୀପନା । ଓଡିଶାର ପ୍ରମୁଖ ଶକ୍ତିପୀଠ ଗୁଡିକରେ ଲୋକଙ୍କ ଭିଡ ଜମୁଛି । ସପରିବାର ସହ ଯାଇ ମା ଙ୍କ ଦର୍ଶନର ସୌଭାଗ୍ୟ ଲାଭ କରୁଛନ୍ତି ଲୋକେ ।
Related Topics
Explore more stories