Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Devotion

Diwali / କେଉଁ ଦିନ ଦେବେ ପୟା ଶ୍ରାଦ୍ଧ ? କେବେ ଜାଳିବେ ଦୀପ

Smruti Parija
Browse all articles by Smruti Parija
·9 months ago·3 min read
କେଉଁ ଦିନ ଦେବେ ପୟା ଶ୍ରାଦ୍ଧ ? କେବେ ଜାଳିବେ ଦୀପ

Key Points

କୁମାର ପୂର୍ଣ୍ଣିମା ପରେ ଦୀପାବଳିକୁ ନେଇ ଦ୍ୱନ୍ଦ୍ୱ

କେବେ ଦେବେ ପିତୃପୁରୁଷଙ୍କୁ ପିଣ୍ଡଦାନ

କେବେ ଜାଳିବେ ଦୀପ

କେଉଁ ଦିନ ଦେବେ ପୟା ଶ୍ରାଦ୍ଧ ? ଅକ୍ଟୋବର 20 ନା ଅକ୍ଟୋବର 21 ରେ ଦିଆଯିବ ଅମାବାସ୍ୟାର ଶ୍ରାଦ୍ଧ । ସେନେଇ ଉପୁଜିଛି ଦ୍ଵନ୍ଦ । ପୂଜାପଣ୍ଡା ନିଯୋଗ ସଭାପତି କହିଛନ୍ତି 20 ରେ ଦିଅନ୍ତୁ ଦୀପଦାନ ଶ୍ରାଦ୍ଧ, 21 ରେ ଦିଅନ୍ତୁ ଏକୋଦିଷ୍ଟ ଶ୍ରାଦ୍ଧ । ମୁକ୍ତି ମଣ୍ଡପ ସଭାପତି କହିଛନ୍ତି 20 ରୁ ହେଉ ଶ୍ରାଦ୍ଧ । ତେବେ ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର କହିଛନ୍ତି , ଭୁଲ ତଥ୍ୟ ଦେଇଛି ମୁକ୍ତି ମଣ୍ଡପ ।


ଅକ୍ଟୋବର 20 ତାରିଖ ଅପରାହ୍ନ 3 ଟା 23 ପର ଠାରୁ ରହୁଛି ଅମାବାସ୍ୟା ତିଥି । ପରଦିନ 21 ଅକ୍ଟୋବର ସନ୍ଧ୍ୟା 5 ଟା 54 ପର୍ଯ୍ୟନ୍ତ ଅମାବାସ୍ୟା ତିଥି ରହିବ । ତେଣୁ ଲୋକଙ୍କ ମନରେ ପ୍ରଶ୍ନ , କେଉଁଦିନ ଦେବେ ପୟା ଶ୍ରାଦ୍ଧ । ସାଧାରଣତଃ ଦୀପାବଳୀ ଅମାବାସ୍ୟା ଦିନ ଦୀପଦାନ ଶ୍ରାଦ୍ଧ ସହ ମହାଳୟା ଦିନ ଯେଉଁମାନେ ଶ୍ରାଦ୍ଧ ଦେଇ ନଥାନ୍ତି, ସେମାନେ ଶ୍ରାଦ୍ଧ ଦେଇଥାନ୍ତି । ତେବେ ପୂଜାପଣ୍ଡା ନିଯୋଗର ସଭାପତି କହିଛନ୍ତି ,ଏନେଇ ଦ୍ଵନ୍ଦ ନାହିଁ । ମୁକ୍ତିମଣ୍ଡପ ପଞ୍ଜିକାର୍ ମାନଙ୍କୁ ନେଇ ଏକ ବୈଠକ ଡାକି ପାଣ୍ଡୁଲିପି ଆହ୍ବାନ କରେ । ଯେଉଁମାନେ ପାଣ୍ଡୁଲିପି ଦିଅନ୍ତି, ସେମାନଙ୍କୁ ଆବଶ୍ୟକୀୟ ସଂଶୋଧନ ସହ ସ୍ବୀକୃତି ଦିଆଯାଏ । ସେହି ଆଧାରରେ ତିଥି ସ୍ଥିରୀକୃତ ହୋଇଛି ।


20 ତାରିଖ 3 ଟା 23 ପର ଠାରୁ ଯେହେତୁ ଅମାବାସ୍ୟା ରହୁଛି, ତେଣୁ ପୟା ଶ୍ରାଦ୍ଧ ତଥା ଦୀପଦାନ ଶ୍ରାଦ୍ଧ ସେହିଦିନ ଦେଇ ପାରିବେ ଶ୍ରଦ୍ଧାଳୁ । କିନ୍ତୁ ଯାହାର ଏକୋଦିଷ୍ଟ ଶ୍ରାଦ୍ଧ ଅର୍ଥାତ୍ ଯାହାର ପିତୃ ପୁରୁଷ ଅମାବାସ୍ୟାରେ ଦେହତ୍ୟାଗ କରିଥିବା ହେତୁ ଶ୍ରାଦ୍ଧ ଦେଇଥିବେ , ସେମାନେ 21 ତାରିଖ ଦିନ ଶ୍ରାଦ୍ଧ ଦେବେ । କାରଣ ଏହିଦିନ ତିଥି ଅନୁଯାୟୀ ଅମାବାସ୍ୟା ରହୁଛି । ମହାପ୍ରଭୁଙ୍କ ସାଗର ବିଜେ ନୀତି ମଧ୍ୟ ରହୁଛି । ପ୍ରତିପଦ ଯୁକ୍ତ ଅମାବାସ୍ୟାରେ ଅମାବାସ୍ୟା ନାରାୟଣ ବିଜେ ହେବାର ପରମ୍ପରା ରହିଛି । ସେହିପରି ବିଭ୍ରାନ୍ତ ନହୋଇ 20 ତାରିଖ ଦିନ ହିଁ ଶ୍ରାଦ୍ଧ ଦେବାକୁ କହିଛନ୍ତି ମୁକ୍ତି ମଣ୍ଡପ ସଭାପତି । ଦରକାର ପଡ଼ିଲେ ପାଣ୍ଡୁଲିପି ଦାଖଲ ନକରି ପରେ ବିଭ୍ରାନ୍ତି କରୁଥିବା ପଞ୍ଜିକାରଙ୍କ ବିରୋଧରେ ଲଢି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ କହିଛନ୍ତି।


ଏଥିସହ ପଢ଼ନ୍ତୁ: ପୋଲିସ SI ଚାକିରୀ କେଳେଙ୍କାରୀ; ବଣିକ୍ HR ର ଲାପଟପ୍ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଜ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନ୍ୟପଟରେ ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର କହିଛନ୍ତି ଯେ ଅକ୍ଟୋବର 21 ତାରିଖ ହିଁ ପୟା ଶ୍ରାଦ୍ଧ ପାଇଁ ପାଳନୀୟ । 20 ତାରିଖ ନୁହେଁ । 20 ତାରିଖ ଦିନ 3 ଟା 45 ପର ଠାରୁ ପର ଦିନ ଅର୍ଥାତ୍ ଅକ୍ଟୋବର 21 ତାରିଖ 5 ଟା 54 ପର୍ଯ୍ୟନ୍ତ ଅମାବାସ୍ୟା ରହିଛି । ତେବେ ଯେଉଁମାନେ ମହାଳୟା ଅମାବାସ୍ୟାରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇ ପାରନ୍ତି ନାହିଁ, ସେମାନେ ମହାଳୟା ଅମାବାସ୍ୟାରେ ଶ୍ରାଦ୍ଧ ଦେଇଥାନ୍ତି । ଦିନରେ ମହାଳୟା ଶ୍ରାଦ୍ଧ ଦେବା ପରେ ରାତିରେ ଦୀପଦାନ କରିଥାନ୍ତି । କିନ୍ତୁ 20 ତାରିଖରେ ଦିନ ତମାମ ଚତୁର୍ଦ୍ଦଶୀ ରହୁଥିବାରୁ କିଭଳି ସେଦିନ ପୟା ଶ୍ରାଦ୍ଧ ହେବ,ପ୍ରଶ୍ନ ଉଠାଇଛନ୍ତି ହରିଶଙ୍କର ମିଶ୍ର ।


ସେ ଆହୁରି କହିଛନ୍ତି ଯଦି ଦୁଇଦିନକୁ ଅମାବାସ୍ୟା ରହିଥାଏ ତେବେ ପରଦିନକୁ ହିସାବରେ ନିଆଯାଏ । ତେଣୁ 21 ଅକ୍ଟୋବର ରେ ହିଁ ଏହା ପାଳନୀୟ ଏବଂ ଏହିଦିନ ସରକାର ଛୁଟି ଘୋଷଣା କରିଛନ୍ତି । ତାରିଖ ଦିନ ଦୀପଦାନ ଶ୍ରାଦ୍ଧ ଦେଇ ପିତୃ ପୁରୁଷଙ୍କ ବିଦାୟ ଦେଇ ପୁଣି 21 ତାରିଖରେ ମହାଳୟା ଶ୍ରାଦ୍ଧ କରି ଆବାହନ କରିବା ଉଚିତ୍ ନୁହେଁ । ଏହାଦ୍ବାରା ରାଜ୍ୟର କ୍ଷତି ହେବ ବୋଲି ସେ କହିଛନ୍ତି ।


ଅନ୍ୟ ପଞ୍ଜିକା ସମେତ ମୁକ୍ତିମଣ୍ଡପ ସ୍ଵୀକୃତ ପଞ୍ଜିକାରେ 20 ତାରିଖରେ ଶ୍ରୀମନ୍ଦିରରେ ଦୀପାବଳି ଉତ୍ସବକୁ ନେଇ ତଥ୍ୟ ରହିଥିବା ବେଳେ ଏହାକୁ ଖଣ୍ଡନ କରି ଶ୍ରୀମନ୍ଦିରରେ କେବଳ ମାର୍ଗଶୀର ଦେବ ଦୀପାବଳୀ ଉତ୍ସବରେ ହିଁ ନୀତି ରହିଥାଏ ବୋଲି କହିଛନ୍ତି ପୂଜାପଣ୍ଡା ନିଯୋଗ ସଭାପତି ।

Sponsored
Diwali 2025: On which day will the devotees offer the paya sradha when will they light the lamp | Argus News