|
logo
Live

Argus News - ଚାଣକ୍ୟ ନୀତି: କମ୍ କଥା କହିଲେ ମିଳିବ ସଫଳତା

Devotion

Chanakya Niti / ଚାଣକ୍ୟ ନୀତି: କମ୍ କଥା କହିଲେ ମିଳିବ ସଫଳତା

Rashmita Mishra
Browse all articles by Rashmita Mishra
·2 hours ago·2 min read
ଚାଣକ୍ୟ ନୀତି: କମ୍ କଥା କହିଲେ ମିଳିବ ସଫଳତା
Chanakya Niti

Key Points

ସଫଳତା କେମିତି ପାଇବେ ? 
ଚାଣକ୍ୟ ନୀତି: କମ୍ କଥା କହିଲେ ମିଳିବ ସଫଳତା । 

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ରଚିତ ଚାଣକ୍ୟ ନୀତିରେ ଜୀବନକୁ ସଫଳ ଏବଂ ସୁଖମୟ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ବ୍ୟକ୍ତିର ସ୍ୱଭାବ ଏବଂ ଅଭ୍ୟାସ ତାର ସଫଳତା କିମ୍ବା ବିଫଳତାର କାରଣ ହୋଇଥାଏ । ଚାଣକ୍ୟଙ୍କ ଅନୁଯାୟୀ, ଯେଉଁ ବ୍ୟକ୍ତିମାନେ କମ୍ କଥା କୁହନ୍ତି ବା ମିତଭାଷୀ ଅଟନ୍ତି, ସେମାନେ ଜୀବନରେ ଅଧିକ ସଫଳତା ହାସଲ କରିଥାନ୍ତି। ଏପରି ଲୋକଙ୍କ ମଧ୍ୟରେ କିଛି ଖାସ୍ ଗୁଣ ରହିଥାଏ, ଯାହା ସେମାନଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରିଥାଏ ।

ବିବାଦରୁ ରହନ୍ତି ଦୂରରେ
ଅଧିକ କଥା କହୁଥିବା ବ୍ୟକ୍ତିମାନେ ପ୍ରାୟତଃ ଅଜାଣତରେ ଏପରି କିଛି କହିଦିଅନ୍ତି, ଯାହା ବିବାଦର କାରଣ ସାଜିଥାଏ । କିନ୍ତୁ କମ୍ କହୁଥିବା ଲୋକମାନେ ଅଯଥା ଯୁକ୍ତିତର୍କ କିମ୍ବା ବିବାଦରୁ ନିଜକୁ ଦୂରେଇ ରଖନ୍ତି । ସେମାନେ ଶାନ୍ତିପ୍ରିୟ ହୋଇଥିବାରୁ ମାନସିକ ସ୍ତରରେ ବହୁତ ମଜବୁତ୍ ରୁହନ୍ତି । ସେମାନଙ୍କର ଏହି ଧୈର୍ଯ୍ୟ ଏବଂ ଶାନ୍ତ ସ୍ୱଭାବ ହିଁ ସେମାନଙ୍କୁ ବଡ଼ ବଡ଼ ସମସ୍ୟାରୁ ମୁକୁଳିବାକୁ ବାଟ ଦେଖାଇଥାଏ । ତେଣୁ ନିଜର ବ୍ୟକ୍ତିତ୍ୱକୁ ପ୍ରଭାବଶାଳୀ କରିବା ପାଇଁ ସର୍ବଦା ମାପିଚୁପି କଥା କହିବା ଉଚିତ୍ ବୋଲି ଆଚାର୍ଯ୍ୟ ପରାମର୍ଶ ଦେଇଛନ୍ତି ।

ବୁଦ୍ଧିମାନ ଏବଂ ଗମ୍ଭୀର ସ୍ୱଭାବ
ଚାଣକ୍ୟ ନୀତି ଅନୁଯାୟୀ, କମ୍ କହୁଥିବା ଲୋକମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ସେମାନେ ଯେକୌଣସି ପରିସ୍ଥିତିରେ ବିନା ଚିନ୍ତା କରି କିଛି କୁହନ୍ତି ନାହିଁ । କଥା କହିବା ପୂର୍ବରୁ ସେମାନେ ନିଜ ଶବ୍ଦର ଓଜନ ଏବଂ ପ୍ରଭାବ ବିଷୟରେ ଭଲ ଭାବରେ ବିଚାର କରନ୍ତି । ଫଳସ୍ୱରୂପ, ସେମାନଙ୍କ କଥାକୁ ଲୋକମାନେ ଅଧିକ ଗୁରୁତ୍ୱ ଦିଅନ୍ତି । ଏହି ଗୁଣ ସେମାନଙ୍କୁ ସମାଜରେ ସମ୍ମାନିତ କରାଏ ଏବଂ ନେତୃତ୍ୱ ନେବାର କ୍ଷମତା ବୃଦ୍ଧି କରେ ।

ନିଜର ଲକ୍ଷ୍ୟ ପ୍ରତି ଏକାଗ୍ରତା
କମ୍ କଥା କହୁଥିବା ଲୋକଙ୍କର ସବୁଠାରୁ ବଡ଼ ଶକ୍ତି ହେଉଛି ସେମାନଙ୍କର ଏକାଗ୍ରତା। ସେମାନେ ଅଦରକାରୀ ଗପସପରେ ନିଜର ସମୟ ଏବଂ ଶକ୍ତି ନଷ୍ଟ କରନ୍ତି ନାହିଁ। ଏହା ପରିବର୍ତ୍ତେ, ସେମାନେ ନିଜର ସମସ୍ତ ଧ୍ୟାନ ଲକ୍ଷ୍ୟ ହାସଲ କରିବାରେ ଲଗାନ୍ତି । ଏହି ଲୋକମାନେ ନିଜର ଯୋଜନା ବିଷୟରେ ଆଗରୁ କାହାକୁ କୁହନ୍ତି ନାହିଁ । ଚାଣକ୍ୟ କହିଛନ୍ତି ଯେ, କୌଣସି କାର୍ଯ୍ୟ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ତାହାକୁ ଗୋପନ ରଖିବା ଉଚିତ୍ । କମ୍ କହୁଥିବା ଲୋକମାନେ ଏହି ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chanakya Niti: ଚାଣକ୍ୟ ନୀତି: କମ୍ କଥା କହିଲେ ମିଳିବ ସଫଳତା | Argus News