Vastu Tips / ପୂଜା ଘରେ କରନ୍ତୁନି ଏହି ଭୁଲ୍ ପରିବାର ଉପରେ ପଡ଼ିପାରେ ପ୍ରଭାବ

Key Points
ଘରେ ଭୁଲ୍ ଦିଗରେ ଠାକୁର ରଖୁଛନ୍ତି କି ? ହୋଇପାରେ ବଡ଼ କ୍ଷତି
ଠାକୁରଙ୍କ ମୁହଁ କେଉଁ ଦିଗକୁ ରହିବ ? ଜାଣନ୍ତୁ ବାସ୍ତୁ ନିୟମ
ପୂଜା ଘରେ କରନ୍ତୁନି ଏହି ଭୁଲ୍ ପରିବାର ଉପରେ ପଡ଼ିପାରେ ପ୍ରଭାବ
ଘରର ପ୍ରତ୍ୟେକ କୋଣ ଅନୁକୋଣ ଏବଂ ଘରର ପ୍ରତ୍ୟେକ ସ୍ଥାନ ବାସ୍ତୁ ଶାସ୍ତ୍ର ଅନୁସାରେ ସ୍ଥିର ହୋଇଥାଏ ନଚେତ୍ ଘରେ ରହୁଥିବା ସମସ୍ତ ସଦସ୍ୟଙ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ । ତେଣୁ ଘରର ପ୍ରତ୍ୟେକ କାମ ବାସ୍ତୁ ଅନୁସାରେ କରାଯିବା ଉଚିତ ବୋଲି ସବୁବେଳେ କୁହାଯାଏ ।
ତେବେ ଘରର କେଉଁ କୋଣରେ ଠାକୁର ଘର ହେବା ଦରକାର ଓ ଠାକୁର କେଉଁ ସ୍ଥାନରେ ବସିବା ଦରକାର । କେଉଁ ଦିଗକୁ ମୁହଁ କରି ବସି ପୂଜା କରିବା ଦରକାର । ଠାକୁର ଘରେ କଣ କଣ ହେବା ଦରକାର ତାହା ମଧ୍ୟ ବାସ୍ତୁ ଶାସ୍ତ୍ର ଦ୍ଵାରା ସ୍ଥିର ହୋଇଥାଏ ।
ପ୍ରଥମେ ଆସନ୍ତୁ ଜାଣିବା ଠାକୁର ଘର କେଉଁ ଦିଗରେ ହେବା ଉଚିତ
ପୂଜା ଘର ବା ଠାକୁର ଘର ଉତ୍ତର ପୂର୍ବ ଦିଗ ବା ଐଶ୍ଵନ୍ୟ କୋଣରେ ହେବା ଦରକାର। ଏହାର କୌଣସି ବିକଳ୍ପ କରିବା ଉଚିତ ନୁହେଁ । ସବୁବେଳେ ଧ୍ୟାନ ଦିଅନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ପୂଜା ଘରର ସ୍ଥାନ କେବଳ ଗୋଟିଏ ସ୍ଥାନକୁ ମାନ୍ୟତା ଦିଆଯାଇଛି । ତାହା ହେଉଛି ଘରର ଉତ୍ତର ପୂର୍ବ ଦିଗ ବା ଐଶ୍ଵନ୍ୟ କୋଣ । ଏହାର କୌଣସି ବିକଳ୍ପ ମଧ୍ୟ ନାହିଁ । ଯଦି ଅନ୍ୟ କୌଣସି ବ୍ୟବସ୍ଥା ନଥାଏ ତେବେ ସାମାନ୍ୟ ଉତ୍ତର ଦିଗକୁ କିମ୍ବା ସାମାନ୍ୟ ପୂର୍ବ ଦିଗକୁ କାରାଯାଇପାରେ ।
ଶୋଇବା ଘରେ ପୂଜା କରିବା ଅନୁଚିତ। କୌଣସି ବି ପରିସ୍ଥିତିରେ ଶୋଇବା ଘରେ ପୂଜାର ବ୍ୟବସ୍ଥା କରନ୍ତୁ ନାହିଁ। ଯଦି କୌଣସି ବିକଳ୍ପ ନଥାଏ ତେବେ ଠାକୁରଙ୍କୁ ରଖିବା ପାଇଁ କୌଣସି ଏକ ସ୍ୱତନ୍ତ୍ର ଆସ୍ଥାନ କରନ୍ତୁ ଏବଂ ପୂଜା ସାରିବା ପରେ ପରଦା ପକାନ୍ତୁ ।
ଏବେ ଆସନ୍ତୁ ଜାଣିବା ଠାକୁର ଘରର କବାଟ କେମିତି ହେବା ଦରକାର । ଠାକୁର ଘରର କବାଟ ବା ଝରକା କେମିତି ହେବା ଦରକାର । ପୂଜା ଘରର କବାଟ ଏକ ଫାଳିଆ ନହୋଇ ସବୁବେଳେ ଦୁଇ ଫାଳିଆ ହେବା ଉଚିତ ଏବଂ ପୂଜା ଘରର କବାଟ କେବେବି ଲୁହା ଟିଣ ବା ଗ୍ରୀଲର ବ୍ୟବହାର କରିବା ଉଚିତ ନୁହେଁ ସବୁବେଳେ ପୂଜା ଘରର କବାଟ କାଠରେ ତିଆରି କରିବା ଉଚିତ । ଏହା ସହିତ ପୂଜା ଘରର ବଂଦ୍ଧ ୪ କାଠ ବିଶିଷ୍ଠ ହେବା ଦରକାର। କେବେବି ୩ କାଠ ବିଶିଷ୍ଟ ବନ୍ଧ କରନ୍ତୁ ନାହିଁ।
ସବୁବେଳେ ୪ କାଠ ବିଶିଷ୍ଟ ବନ୍ଧ କରନ୍ତୁ। କାରଣ ଏହାକୁ ଚଉ କାଠ କୁହାଯାଇଥାଏ। ଆଉ ଗୋଟିଏ କଥା ଧ୍ୟାନ ଦିଅନ୍ତୁ ଠାକୁର ଘରର କବାଟ ଆପେ ଆପେ ଖୋଲିବା ବା ବନ୍ଦ ହୋଇଯିବା ଭଲ ନୁହେଁ । ଏହା ସବୁବେଳେ ପରିବାରକୁ କ୍ଷତି ପହଂଚାଇ ଥାଏ । ଯେତେବେଳେ ବି ଆପଣ ଠାକୁର ଘରର କବାଟ ବନାଉଛନ୍ତି ସବୁବେଳେ ଗୋଟେ କଥାର ଧ୍ୟାନ ଦିଅନ୍ତୁ ଯେ ଠାକୁର ଘରର କବାଟ ଆପେ ଆପେ ଖୋଲିବା ବା ବନ୍ଦ ହୋଇଯିବା ଏହା ଠିକ ନୁହେଁ ।
ଏବେ ଆସନ୍ତୁ ଜାଣିବା ଠାକୁରଙ୍କର ମୁହଁ କେଉଁ ଦିଗକୁ ରଖିବା ଉଚିତ
ଠାକୁରଙ୍କର ମୂର୍ତି ବା ଫୋଟକୁ ପଶ୍ଚିମ ଦିଗକୁ ମୁହଁ କରି ରଖିବା ଉଚିତ। କେବଳ ମନ୍ଦିରର ଠାକୁର ପୂର୍ବ ମୁହାଁ କରି ରହିବେ । ପୂଜା କରିବା ସମୟରେ ଯିଏ ପୂଜା କରୁଛନ୍ତି ସେ କେଉଁ ଦିଗକୁ ମୁହଁ କରି ପୂଜା କରିବା ଉଚିତ । ଘରେ ପୂଜା କରିବା ସମୟରେ ନିଜର ଡାହାଣ ପାଖରେ ଠାକୁରଙ୍କୁ ରଖି ଉତ୍ତର ମୁହଁ କରି ପୂଜା କରାଯାଏ । କିନ୍ତୁ ମନ୍ଦିର କିମ୍ବା ପୀଠ ସ୍ଥାନରେ ପୂଜା କରିବା ସମୟରେ ତେବେ ନିଜର ବାମ ପାଖରେ ଠାକୁର ରହିବେ ଏବଂ ଉତ୍ତର ଦିଗକୁ ମୁହଁ କରି ପୂଜା କରିବା ଉଚିତ ।
📱 Get Argus News App
✨Related Topics
Explore more stories