Videos
|
Devotion

Rakhi Festival / ଆଜି ପବିତ୍ର ରକ୍ଷା ବନ୍ଧନ ଭାଇ ହାତରେ ରାକ୍ଷୀ, ମୁହଁରେ ଖୁସୀ

Rashmita Mishra
Browse all articles by Rashmita Mishra
·40 mins ago·2 min read
ଆଜି ପବିତ୍ର ରକ୍ଷା ବନ୍ଧନ ଭାଇ ହାତରେ ରାକ୍ଷୀ, ମୁହଁରେ ଖୁସୀ
Rakhi Festival

Key Points

ରକ୍ଷା ବନ୍ଧନରେ ଓଡ଼ିଶା ଉତ୍ସବମୁଖର ଭାଇ-ଭଉଣୀର ଅତୁଟ ସମ୍ପର୍କ
ଆଜି ପବିତ୍ର ରକ୍ଷା ବନ୍ଧନ ଭାଇ ହାତରେ ରାକ୍ଷୀ, ମୁହଁରେ ହସ
ଶ୍ରୀମନ୍ଦିରରେ ରାକ୍ଷୀ ନୀତି ସୁଭଦ୍ରା ବାନ୍ଧିବେ ଜଗନ୍ନାଥଙ୍କୁ ରାକ୍ଷୀ
ରାକ୍ଷୀରେ ଭାଇ-ଭଉଣୀର ସ୍ନେହ ଗହ୍ମା ପୂର୍ଣ୍ଣିମା ପାଇଁ ସଜୁଛି ପୁରୀ 

ଭାଇ-ଭଉଣୀର ସ୍ନେହରେ ଆଜି ବନ୍ଧା ପଡ଼ିଛି ସାରା ଓଡ଼ିଶା । କାହା ହାତରେ ରଙ୍ଗବେରଙ୍ଗର ରାକ୍ଷୀ, ତ କାହା ମୁହଁରେ ଭାଇ ପାଇଁ ଶୁଭକାମନା । ପବିତ୍ର ରକ୍ଷା ବନ୍ଧନକୁ ନେଇ ଚାରିଆଡ଼େ ଉତ୍ସବର ମାହୋଲ । ଏହି ଭାବନା ଭିତରେ ଆସନ୍ତାକାଲି ପାଳିତ ହେବ ଗହ୍ମା ପୂର୍ଣ୍ଣିମା । ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଏହି ଦିନଟିର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ । ଭଉଣୀ ସୁଭଦ୍ରା ଦୁଇ ଭାଇ ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇବା ସହ ବଳଭଦ୍ରଙ୍କ ଜନ୍ମନୀତି ପାଳନ ହେବ। ପରମ୍ପରା, ଭକ୍ତି ଓ ଭାଇଚାରାର ଏହି ଅପୂର୍ବ ସମନ୍ୱୟକୁ ନେଇ ଉତ୍ସବମୁଖର ଓଡ଼ିଶା ।

ରକ୍ଷା ବନ୍ଧନରେ ଉତ୍ସବମୁଖର ଓଡ଼ିଶା

ପବିତ୍ର ରକ୍ଷା ବନ୍ଧନ। ଭାଇ-ଭଉଣୀଙ୍କ ଅତୁଟ ସ୍ନେହ, ଭଲପାଇବା ଓ ବିଶ୍ୱାସର ପ୍ରତୀକ ଏହି ପର୍ବକୁ ନେଇ ସାରା ରାଜ୍ୟ ଉତ୍ସବମୁଖର ହୋଇଉଠିଛି। ଘରେ ଘରେ ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କ ଦୀର୍ଘାୟୁ, ସୁଖ ଓ ସମୃଦ୍ଧି କାମନା କରୁଛନ୍ତି । ଭାଇମାନେ ମଧ୍ୟ ଭଉଣୀଙ୍କୁ ଉପହାର ଦେଇ ସବୁବେଳେ ସାଥିରେ ରହିବାର ପ୍ରତିଶ୍ରୁତି ଦେଉଛନ୍ତି । ବଜାରଠାରୁ ଆରମ୍ଭ କରି ଘରଦ୍ୱାର ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି ଉତ୍ସବର ମାହୋଲ ।

ଏହି ପବିତ୍ର ଦିନର ପରେ ଆସନ୍ତାକାଲି ପାଳିତ ହେବ ଗହ୍ମା ପୂର୍ଣ୍ଣିମା । ଏହା ସହିତ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ମଧ୍ୟ ପାଳନ କରାଯିବ । ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବିଭିନ୍ନ ସ୍ୱତନ୍ତ୍ର ନୀତିକାନ୍ତି । ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ, ମଧ୍ୟାହ୍ନଧୂପ ପରେ ଭଉଣୀ ଦେବୀ ସୁଭଦ୍ରା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଭାଇ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇବେ । ଏହି ନୀତି ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ଦିବ୍ୟ ପ୍ରତୀକ ଭାବେ ବିବେଚିତ ହୁଏ ।

ଏହାପରେ ମାର୍କଣ୍ଡ ପୁଷ୍କରିଣୀରେ ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହେବ । ଏହି ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ମଧ୍ୟ ବଢ଼ିବ । ରକ୍ଷା ବନ୍ଧନ, ଗହ୍ମା ପୂର୍ଣ୍ଣିମା ଓ ବଳଭଦ୍ର ଜନ୍ମୋତ୍ସବର ଏହି ଧାର୍ମିକ ମାହୋଲ ଓଡ଼ିଶାର ପରମ୍ପରା, ଭକ୍ତି ଓ ସଂସ୍କୃତିର ଅନନ୍ୟ ଚିତ୍ର ପ୍ରଦର୍ଶନ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: