Ramayana / ରାମାୟଣ କଥା: ଏହି ଭୁଲ ପାଇଁ ସ୍ୱର୍ଗକୁ ଯାଇପାରିଲାନି ରାବଣ
·8 months ago·2 min read

Key Points
ବଡ଼ ଭୁଲ କରିଥିଲା ମହାପ୍ରତାପୀ ରାବଣ
ଯାଇପାରିଲା ନାହିଁ ସ୍ୱର୍ଗକୁ
ଜାଣନ୍ତୁ କେଉଁଠି ଅଛି ରାବଣ ତିଆରି କରିଥିବା ଶିଢ଼ି

ରାବଣ ରାକ୍ଷସ ବଂଶର ଥିଲା ,ତା ଦ୍ୱାରା କରାଯାଇଥିବା ଭୁଲ କାରଣରୁ ପ୍ରତ୍ୟେକ ବର୍ଷ ଦଶହରା ଦିନରେ ରାବଣ ଦହନ କରାଯାଇଥାଏ l ହୁଏତ ବହୁତ କମ ଲୋକ ଜାଣିଥିବେ ରାବଣ ଗୋଟିଏ ବିଦ୍ୱାନ ପଣ୍ଡିତ ହେବା ସହିତ ଭଗବାନ ଶିବଙ୍କର ଗୋଟିଏ ବଡ଼ ଭକ୍ତ ଥିଲା। ଆହୁରି ମଧ୍ୟ କୁହଯାଏ ଯେ ରାବଣ ୬ଟି ଦର୍ଶନ ଓ ଚାରିଟି ବେଦରେ ଜ୍ଞାନଲାଭ କରିଥିଲା l ଏହି କାରଣରୁ ତାଙ୍କୁ ଦଶାନନ ମଧ୍ୟ କୁହାଯାଏ l ରାମଚନ୍ଦ୍ର ସେତୁବନ୍ଧ ତିଆରି କରିବା ପରେ ରାବଣକୁ ଗୋଟିଏ ଜ୍ଞାନୀ ପଣ୍ଡିତ ଭାବରେ ପ୍ରତିଷ୍ଠା କରିବା ପାଇଁ ନିମନ୍ତ୍ରଣ ଦେଇଥିଲେ l ସେ ମଧ୍ୟ ଆସି ପ୍ରତିଷ୍ଠା କରିଥିଲେ l
ଥରେ ରାବଣ ଚିନ୍ତା କଲା ନିଜର ଆରାଧ୍ୟ ଦେବତା ଶିବଙ୍କୁ ପ୍ରସନ କରିବ ଏହା ଚିନ୍ତା କରି ସେ ତପସ୍ୟାରେ ଲୀନ ହୋଇଗଲା l ଅନେକ ସମୟ ଧରି ତପସ୍ୟା କରିବା ଦ୍ୱାରା ମଧ୍ୟ ଶିବ ପ୍ରସନ୍ନ ହେଲେ ନାହିଁ l ଏହାପରେ ରାବଣ ନିଜର ମୁଣ୍ଡ କାଟି ଶିବଙ୍କୁ ଅର୍ପଣ କରିଦେଲା l ଏହାପରେ ତାର ମୁଣ୍ଡଟି ପୁନର୍ବାର ତା ଶରୀରରେ ଲାଗିଗଲା l ଏହାପରେ ସେ ପୁଣି ଆଉଥରେ ନିଜର ମୁଣ୍ଡ କାଟିଲା ,ପୁନର୍ବାର ମୁଣ୍ଡ ସେହିପରି ତା ଶରୀରରେ ଯୋଡି ହୋଇଯାଉଥିଲା l ଏହିଭଳି ଭାବରେ ସେ ଦଶ ଥର ନିଜର ମୁଣ୍ଡ କାଟିଲା ଓ ପ୍ରତ୍ୟେକ ଥର ତାର ମୁଣ୍ଡଟି ସେହିପରି ଯୋଡି ହୋଇଯାଉଥିଲା l ରାବଣଙ୍କର ଏହି ତପସ୍ୟା ଦେଖି ଶିବ ପ୍ରସନ୍ନ ହୋଇଗଲେ ଓ ସେ ବରଦାନ ସହିତ ରାବଣକୁ ଦଶଟି ମୁଣ୍ଡ ମଧ୍ୟ ପ୍ରଦାନ କଲେ l
ଏଥିସହ ପଢ଼ନ୍ତୁ: ଫିଲ୍ମ 'ରାମାୟଣ'ରେ ଶିବ ହେବେ ମୋହିତ, ଫ୍ୟାନ୍ସ କହିଲେ ଫିଲ୍ମ ପୁରା..
ଏହିଭଳି ଭାବରେ ରାବଣର ନାମ ଦଶାନନ ହେଲା l ରାବଣର ଦଶଟି ମୁଣ୍ଡକୁ ନେଇ ଆହୁରି ଗୋଟିଏ ପୁରାଣ କଥା ମଧ୍ୟ ରହିଛି l ରାବଣ ଦଶଟି ମୁଣ୍ଡ ଧାରଣ କରିନଥିଲେ l ସେ ମାୟାବୀ ରାକ୍ଷସ ଥିବା କାରଣରୁ ମାୟାବୀ ରୂପ ଦେଖାଇ ନିଜର ଦଶଟି ମୁଣ୍ଡର ଭ୍ରମ ସୃଷ୍ଟି କରୁଥିଲା l ଆପଣ ଜାଣନ୍ତି କି ସ୍ୱର୍ଗକୁ ଯିବା ପାଇଁ ରାବଣ ଶିଢ଼ି ତିଆରି କରିଥିଲା। ପୁରାଣ କହେ ମହାପ୍ରତାପୀ ଲଙ୍କାପତି ରାବଣ ସ୍ୱର୍ଗକୁ ସିଧାସଳଖ ସ୍ୱଦେହରେ ଯିବା ପାଇଁ ନିଶୁଣୀ ବା ଶିଢ଼ି ନିର୍ମାଣ କରିବାକୁ ପ୍ରୟାସ କରିଥିଲା। ହେଲେ ରାବଣର ପ୍ରୟାସ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। ଏହା ପୂର୍ବରୁ ଭଗବାନ ଶ୍ରୀରାମଙ୍କ ହାତରେ ନିହତ ହେଲା।
କୁହାଯାଏ ଯେ, ରାବଣ ୪ଟି ଶିଢ଼ି ନିର୍ମାଣ ସମ୍ପୂର୍ଣ୍ଣ କରିସାରିଥିଲା ଏବଂ ପଞ୍ଚମଟି ନିର୍ମାଣ କରିବାବେଳେ ରାବଣକୁ ନିଦ ଆସିଯିବାରୁ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। ରାବଣ ନିର୍ମିତ ଶିଢ଼ିକୁ 'ପୌଡି' ବି କୁହାଯାଏ। ଏଗୁଡିକ ଗୋଟିଏ ଗୋଟିଏ ତୀର୍ଥକ୍ଷେତ୍ର ଭାବେ ଶ୍ରଦ୍ଧା, ସମ୍ମାନର ସ୍ଥଳ ପାଲଟିଛି।
ରାବଣର ଶିଢ଼ି କେଉଁଠି କେଉଁଠି ଅଛି ?
ରାବଣ ତିଆରି କରିଥିବା ପ୍ରଥମ ଶିଢ଼ି ଗଙ୍ଗା ନଦୀ ତଟସ୍ଥ ଉତ୍ତରାଖଣ୍ଡର ହରିଦ୍ୱାରଠାରେ 'ହର କି ପୌଡି' ନାମରେ ପ୍ରସିଦ୍ଧ ଅଟେ। ଦ୍ୱିତୀୟ ଶିଢ଼ି ହିମାଚଳ ପ୍ରଦେଶର ସିରମୌର ଜିଲ୍ଲା ଅନ୍ତର୍ଗତ ପୌଡିବାଲା ନାମକ ଶିବମନ୍ଦିର ନିକଟରେ ତିଆରି ହୋଇଛି। ତୃତୀୟ ଶିଢ଼ି ହିମାଚଳ ପ୍ରଦେଶର ସେହି ସିରମୌର ଜିଲ୍ଲା ଅନ୍ତର୍ଗତ ବୁଡେଶ୍ୱର ଶିବମନ୍ଦିର ନିକଟରେ ଅତିକ୍ରମ କରିଛି। ଚତୁର୍ଥ ଶିଢ଼ି ହିମାଚଳ ପ୍ରଦେଶର କିନ୍ନୋର ଜିଲ୍ଲା ଅନ୍ତର୍ଗତ କିନ୍ନୋର କୈଳାସ ପର୍ବତରେ।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: